
ମୁମ୍ବାଇ: ରଣବୀର ସିଂହଙ୍କ ପାଇଁ ୨୦୧୮ ଖୁବ୍ ଖାସ୍ ଥିଲା। ସେ ୬ବର୍ଷ ଧରି ଡେଟ୍ କରୁଥିବା ଗର୍ଲଫ୍ରେଣ୍ଡ୍ ଦୀପିକା ପାଦୁକୋନ୍ଙ୍କୁ ବିବାହ କଲେ। ଫ୍ରଫେସ୍ନାଲ୍ କ୍ୟାରିଅର୍ ଉପରେ ନଜର ପକାଇଲେ ବର୍ଷ ଶେଷରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ବକ୍ସ ଅଫିସ୍ରେ ଧମାଲ୍ ମଚାଇଥିଲା।
ଖାଲି ପୁରୁଣା ବର୍ଷ ନୁହେଁ ନୂଆ ବର୍ଷ ବି ରଣବୀରଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି। ଆଗାମୀ ଫିଲ୍ମ ତଥା ରଣବୀରଙ୍କ ନୂଆ ପ୍ରୋଜେକ୍ଟକୁ ଆଖିରେ ରଖି ଆମେ ଏ କଥା କହୁଛୁ। କିନ୍ତୁ ରଣବୀରଙ୍କ ଏହି ନୂଆ ପ୍ରୋଜେକ୍ଟରେ ଫ୍ୟାନ୍ଙ୍କ ପାଇଁ ଏକ ସର୍ପ୍ରାଇଜ୍ ବି ଅଛି।
ରିପୋର୍ଟ ମୁତାବକ ଦୀପିକା ପାଦୁକୋନ୍ ଓ ରଣବୀର ସିଂହ ବିବାହ ପରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି। ଆଜ୍ଞା ହଁ, ରଣବୀର ସିଂହ ଖୁବ୍ଶୀଘ୍ର ଫିଲ୍ମ ‘୮୩’ର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଫିଲ୍ମଟି କପିଲ୍ଦେବଙ୍କ ଜୀବନ ଉପରେ ଆଧାରିତ।
ଡେକେନ୍ କ୍ରୋନିକାଲ୍ ରିପୋର୍ଟ ମୁତାବକ ଏହି ଫିଲ୍ମରେ ରଣବୀର କପିଲ୍ଦେବଙ୍କ ଚରିତ୍ରର ଅଭିନୟ କରିବେ। ଫିଲ୍ମ ନିର୍ମାତା ଏହି ଫିଲ୍ମରେ କପିଲ୍ ଦେବଙ୍କ ପତ୍ନୀଙ୍କ ଚରିତ୍ର ପାଇଁ ଦୀପିକା ପାଦୁକୋନ୍ଙ୍କୁ ଆପ୍ରୋଚ୍ କରିଛନ୍ତି। ଯଦି ଦୀପିକା ଏହି ଫିଲ୍ମ ପାଇଁ ହଁ କରିଦିଅନ୍ତି ତେବେ ସେମାନଙ୍କ ଫ୍ୟାନ୍ମାନଙ୍କ ପାଇଁ ଏହା କେଉଁ ଉପହାରଠୁ କମ୍ ହେବନି।
ଜାନୁଆରୀ ଶେଷ ଆଡ଼କୁ ‘୮୩’ ଫିଲ୍ମର ଶୁଟିଂ ଆରମ୍ଭ ହେବ। ଏହା ପରେ ସେ ଫିଲ୍ମ ‘ତଖ୍ତ’ରେ ବ୍ୟସ୍ତ ରହିବେ। ଅନ୍ୟପଟେ ଦୀପିକା ମେଘନା ଗୁଲ୍ଜାରଙ୍କ ପିଲ୍ମ ଛପାକ ସାଇନ୍ କରିଛନ୍ତି।
from Odisha Reporter http://bit.ly/2TMmhln
No comments:
Post a Comment