ଫେବୃଆରୀ ୨୨ରୁ ଭାରତ-ଇଂଲଣ୍ଡ ମହିଳା ଦିନିକିଆ ସିରିଜ୍‌, ମାର୍ଚ୍ଚ ୪ରୁ ଟି-୨୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଫେବୃଆରୀ ୨୨ରୁ ଭାରତ-ଇଂଲଣ୍ଡ ମହିଳା ଦିନିକିଆ ସିରିଜ୍‌, ମାର୍ଚ୍ଚ ୪ରୁ ଟି-୨୦

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଆରମ୍ଭ ହେବାକୁ ଥିବା ଦିନିକିଆ ଓ ଟି-୨୦ ପାଇଁ ଆଜି ବିସିସିଆଇ କାର୍ଯ୍ୟସୂଚୀ ଜାରି କରିଛି। ଇଂଲଣ୍ଡ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍‌ ଖେଳିବ। ପ୍ରଥମେ ଦିନିକିଆ ସିରିଜ୍‌ ଖେଳାଯିବ ଏବଂ ଏହାପରେ ଟି-୨୦ ଆରମ୍ଭ ହେବ।

ପ୍ରଥମ ଦିନିକିଆ ଫେବୃଆରୀ ୨୨ରେ ଅନୁଷ୍ଠିତ ହେବ। ସେହିପରି ଦ୍ୱିତୀୟ ମ୍ୟାଚ୍‌ଟି ୨୫ ଓ ଶେଷ ମ୍ୟାଚ୍‌ଟି ୨୮ରେ ଖେଳାଯିବ। ଦିନିକିଆ ମ୍ୟାଚ୍‌ ସବୁ ମୁମ୍ବାଇରେ ହିଁ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ମାର୍ଚ୍ଚ ୪ରୁ ଗୁହାଟୀରେ ୩ଟିକିଆ ଟି-୨୦ ସିରିଜ୍‌ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ୪ ତାରିଖରେ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ୭ ତାରିଖ ଓ ଅନ୍ତିମ ମ୍ୟାଚ୍‌ଟି ୯ ତାରିଖରେ ଖେଳାଯିବ।

ଦିନିକିଆ ମ୍ୟାଚ୍‌ ଗୁଡ଼ିକ ସକାଳ ୯ଟା ଓ ଟି-୨୦ ମ୍ୟାଚ୍‌ ଗୁଡ଼ିକ ୧୦ଟା ବେଳେ ଆରମ୍ଭ ହେବ।

ଇଂଲଣ୍ଡ ସିରିଜ୍‌ ପୂର୍ବରୁ ଭାରତୀୟ ମହିଳା ଦଳ ନ୍ୟୁଜିଲ୍ୟାଣ୍ଡ ଯାଇ ସେଠାରେ ୩ଟି ଦିନିକିଆ ଓ ୩ଟି ଟ-୨୦ ଖେଳିବ। ଜାନୁଆରୀ ୨୪ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ଆରମ୍ଭ ହେଉଥିବା ବେଳେ ଫେବୃଆରୀ ୧୦ରୁ ଟି-୨୦ ସିରିଜ୍‌ ଆରମ୍ଭ ହେବ।



from Odisha Reporter http://bit.ly/2QVsTvB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages