
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳ ବିରୋଧୀ ମନ୍ତବ୍ୟ ଦେଇ କଂଗ୍ରେସରୁ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ନିଲମ୍ବିତ ହେବାପରେ ଏହାର ପ୍ରଭାବ ଦଳର ଅନ୍ୟ ବିଧାୟକମାନଙ୍କ ଉପରେ ଅନୁଭୂତ ହୋଇଛି। ବିଜେଡିକୁ ଡେଇଁବାକୁ ବସିଥିବା ବିଧାୟକମାନଙ୍କ ପ୍ରତି କଂଗ୍ରେସ କଠୋର ଆଭିମୁଖ୍ୟ ପୋଷଣ କରିବା ପରେ ଜି.ଉଦୟଗିରି ବିଧାୟକ ଯାକବ ପ୍ରଧାନ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ଆଜି ଲିଖିତ ସ୍ପଷ୍ଟୀକରଣ ଦେଇଛନ୍ତି।
ଶ୍ରୀ ପ୍ରଧାନ ବିଜେଡିରେ ସାମିଲ ହେବା ନେଇ ୨ଟି ସମ୍ବାଦପତ୍ରରେ ୧୪ ଓ ୧୭ ତାରିଖରେ ପ୍ରକାଶିତ ଖବର ଉପରେ ଆଜି ସଫେଇ ଦେଇ କହିଛନ୍ତି ଯେ “ଏସବୁ ଖବର ସମ୍ପୂର୍ଣ୍ଣ ମନଗଢ଼ା। ତାଙ୍କ ସହ କୌଣସି ଯୋଗାଯୋଗ ନକରି ଏପ୍ରକାର ସମ୍ବାଦ ପ୍ରକାଶ କରାଯାଇଥିବାରୁ ସେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ସେ ଏଭଳି ଖବରକୁ ଖଣ୍ଡନ କରିବା ସହ ସେ କଂଗ୍ରେସରେ ରହିବେ ତଥା ଦଳ ଛାଡ଼ିବାର ପ୍ରଶ୍ନ ଉଠୁନି ବୋଲି ଘୋଷଣା କରିଛନ୍ତି। ଏହାସହିତ ଦୁଇ ସମ୍ବାଦପତ୍ର ‘ପ୍ରଗତିବାଦୀ’ ଓ ‘ନିତିଦିନ’କୁ ଏଭଳି ମିଥ୍ୟା, କପୋଳକଳ୍ପିତ ଓ ଭିତ୍ତିହୀନ ସମ୍ବାଦ ଭବିଷ୍ୟତରେ ପ୍ରକାଶ ନକରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ପରୋକ୍ଷରେ ଦଳବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ଆଜି ବିଧାୟକ ଶ୍ରୀ ସିଂଙ୍କୁ ଦଳରୁ ନିଲମ୍ବନ କରାଯାଇଛି।
from Odisha Reporter http://bit.ly/2Met0lv
No comments:
Post a Comment