ସେନା ବାୟୁ ସୁରକ୍ଷାର ରୌପ୍ୟ ଜୟନ୍ତୀ ଉପଲକ୍ଷେ ମିଳିତ ନୌଚାଳନା ଅଭିଯାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ସେନା ବାୟୁ ସୁରକ୍ଷାର ରୌପ୍ୟ ଜୟନ୍ତୀ ଉପଲକ୍ଷେ ମିଳିତ ନୌଚାଳନା ଅଭିଯାନ

ଗୋପାଳପୁର: ସେନା ବାୟୁ ସୁରକ୍ଷାର ରୌପ୍ୟ ଜୟନ୍ତୀ ଉପଲକ୍ଷେ Army Air Defence ବା ସେନା ବାୟୁ ସୁରକ୍ଷା ଏବଂ ଭାରତୀୟ ନୌବାହିନୀ ପକ୍ଷରୁ ମିଳିତଭାବରେ ଏକ ନୌଚାଳନା ଅଭିଯାନ ଉଦ୍‌ଘାଟିତ ହୋଇଯାଇଛି। ଆର୍ମି ଏୟାର ଡିଫେନ୍ସ କଲେଜର କମାଣ୍ଡାଣ୍ଟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ସତୀନ୍ଦର ସିଂହ ଗୋପାଳପୁର ବନ୍ଦରଠାରେ ସେନାର ଏହି ମିଳିତ ଅଭିଯାନର ଉଦ୍‌ଘାଟନ କରିଛନ୍ତି। ଏହା ସମୁଦ୍ର ପଥରେ ୪୮୪ କିଲୋମିଟର ଅତିକ୍ରମ କରି ଆସନ୍ତା ୧୪ ତାରିଖରେ ବିଶାଖାପାଟଣାରେ ଶେଷ ହେବ।

ଏହି ଅବସରରେ ସେନାର ମିଳିତ ସମରାଭ୍ୟାସରେ ଯୋଗ ଦେଇଥିବା ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହି ତାଲିମ ସେମାନଙ୍କ ଭବିଷ୍ୟତ ନିମନ୍ତେ ବହୁତ ଉପକାରୀ ହେବ ବୋଲି କହିଥିଲେ।

ଦୁଇଟି ଦୁଇଟି ଭିନ୍ନ ସେବାକ୍ଷେତ୍ରରେ ଥିବା ସୁରକ୍ଷାବାହିନୀ ମିଳିତ ଭାବରେ ଅଭ୍ୟାସ କରିବାଦ୍ୱାରା ଭାଇଚାରା ବଢ଼ିଥାଏ ଏବଂ ପରସ୍ପର ମଧ୍ୟରେ ବୁଝାମଣା ଓ ବିଶ୍ୱାସ ବଢ଼ାଇଥାଏ। ଏହା ଭବିଷ୍ୟତରେ ମିଳିତ ଅପରେସନ୍‌ ସମୟରେ କାମରେ ଲାଗିଥାଏ।

ନୌଚାଳନାରେ ଆର୍ମି ଏୟାର ଡିଫେନ୍ସ କଲେଜର ଜଣେ ଅଫିସର ଏବଂ ୩ ଜଣ ଅନ୍ୟ ପାହ୍ୟାରୁ ଯୋଗ ଦେଇଥିଲେ। ସେମାନଙ୍କ ସହିତ ନୌବାହିନୀର ୨ଜଣ ନୌଚାଳକ ମଧ୍ୟ ଯୋଗ ଦେଇଛନ୍ତି। ସେମାନେ ବଙ୍ଗୋପସାଗରର ୪୮୪ କିଲୋମିଟର ଭ୍ରମଣ କରିବେ ବୋଲି ଜଣାଯାଇଛି।



from Odisha Reporter http://bit.ly/2FqtIe6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages