କୋଦାଳ ଧରି ଆଳୁ ଚାଷ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭଉଣୀ, ଫଟୋ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

କୋଦାଳ ଧରି ଆଳୁ ଚାଷ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭଉଣୀ, ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ବିଶ୍ୱର କଣ୍ଟ୍ରୋଭର୍ସିଆଲ୍‌ ରାଜନେତା ଭାବେ ପରିଚିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋଶାଲ୍‌ ମିଡିଆର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ତେବେ ଆମେରିକାର ୪୫ତମ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଟ୍ରମ୍ପଙ୍କୁ ସେଠାକାର ଅଧିକାଂଶ ନାଗରିକ ଏବେ ସୁଦ୍ଧା ପସନ୍ଦ କରନ୍ତି ନାହିଁ। ଏପରିକି ଟ୍ରମ୍ପଙ୍କୁ ସେମାନେ ରାଷ୍ଟ୍ରପତି ଆସନରେ ଆଦୌ ଦେଖିବାକୁ ଚାହାନ୍ତି ନାହିଁ ବୋଲି କୁହନ୍ତି।  ଜଣେ ବ୍ୟବସାୟୀ ଦେଶକୁ ଶାସନ କରୁଛନ୍ତି ବୋଲି ଲୋକେ ମତବ୍ୟକ୍ତ କରନ୍ତି।

ଜନ ଅସନ୍ତୋଷର ପ୍ରତିଫଳନ ମଧ୍ୟ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ଅସନ୍ତୁଷ୍ଟ ଗୋଷ୍ଠୀର ଜଣେ ଆମେରିକୀୟ ମିସ୍ତ୍ରୀ ଟ୍ରମ୍ପ୍‌ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ତା’ ତଳେ ‘ମୋ ଉପରେ ପରିସ୍ରା କର’ ବୋଲି ଲେଖିଥିଲେ। ଏହାକୁ ନେଇ ସାରା ବିଶ୍ୱରେ ଜୋର୍ ଚର୍ଚ୍ଚା ହୋଇଥିଲା।

ଏହା ପରେ ଜଣେ ବ୍ୟବସାୟୀ ଟ୍ରମ୍ପଙ୍କ ନାଁରେ ଟଏଲେଟ୍‌ ବ୍ରଶ୍‌ ତିଆରି କରି ଏହାକୁ ଅନ୍‌ଲାଇନ୍‌ରେ ବିକ୍ରି କରିବା ମଧ୍ୟ ଅନୁରୂପ ଚର୍ଚ୍ଚା ସୃଷ୍ଟି କରିଥିଲା। ଏ ସବୁ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିବା କଥା ଆପଣ ଶୁଣିଥିବେ। ଏଥର ବି ସେମିତି କିଛି ଭାଇରାଲ ହୋଇଛି। ହେଲେ ଏଥରଙ୍କ ଟ୍ରମ୍ପଙ୍କୁ ନେଇ ନୁହେଁ ବରଂ ତାଙ୍କ ଭଉଣୀଙ୍କୁ ନେଇ ଚର୍ଚ୍ଚା। ଯିଏ କି ଆଳୁ ଚାଷ କରନ୍ତି।

ଆମ କଥା ଶୁଣି ଆପଣ ଭାବୁଥିବେ ଆମେ ପାଗଳ ଭଳି ପ୍ରଳାପ କରୁଛି। ଟ୍ରମ୍ପ କୋଉଠି, ତାଙ୍କ ଭଉଣୀ କୋଉଠି। ସେ ପୁଣି ଆଳୁ ଚାଷ କରିବେ। କି କଥା ଇଏ କହିଲେ।

ଆପଣଙ୍କ ମୁଣ୍ଡ ଚକ୍କର ଖାଇବଣି। ଭାବୁଥିବେ ଜଣେ ରାଷ୍ଟ୍ରପତିଙ୍କ ଭଉଣୀ କ’ଣ ଚାଷ କରିବେ। ଘଟଣାଟା ମିଛ ବୋଧେ।

ଛାଡନ୍ତୁ, ଏତେ ଗୌରଚନ୍ଦ୍ରିକା ନ କରି ଆମେ ସିଧା ସିଧା କହୁଛୁ।

ଆଳୁ ଚାଷ କରୁଥିବା ମହିଳା ଜଣକ ଟ୍ରମ୍ପ୍‌ ନୁହନ୍ତି ବରଂ ତାଙ୍କ ପରି ଅବିକଳ ଦେଖା ଯାଉଥିବା ମହିଳା। ସୋଶାଲ ମିଡିଆରେ ତାଙ୍କ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। 

ମହିଳା ଜଣକ ସ୍ପେନ୍‌ର। ଯିଏ କି ଆଳୁ ଚାଷ କରୁଛନ୍ତି। ତାଙ୍କ ମୁହଁ ଅବିକଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଙ୍କ ସହିତ ମେଳ ଖାଉଛି।

ତଳେ ଦିଆଯାଇଥିବା ସୋଶାଲ ମିଡିଆ ପୋଷ୍ଟ୍‌ରୁ ଆପଣ ଜାଣିପାରିବେ, ମହିଳା ଜଣକ କେତେ ମାତ୍ରାରେ ଟ୍ରମ୍ପ୍‌ଙ୍କ ସହିତ ମେଳ ଖାଉଛନ୍ତି। ଏହି ମହିଳାଙ୍କର ନାମ ହେଉଛି, Dolores Leis Antelo। ଯିଏ ୪୦ବର୍ଷ ଧରି ଏପରି ଏକ ଅଞ୍ଚଳରେ ରହୁଛନ୍ତି, ଯେଉଁଠାରେ ନା କମ୍ପ୍ୟୁଟର୍‌ ଅଛି ନା ଅଛି ଫୋନ୍‌। Dolores Leis Antelo ସ୍ୱାମୀଙ୍କ ସହିତ ଚାଷ କାମ କରୁଛନ୍ତି।

ବର୍ତ୍ତମାନ Dolores Leis Antelo ସୋଶାଲ ମିଡିଆରେ ସେଲିବ୍ରିଟି ହୋଇ ଯାଇଛନ୍ତି। #SenoraTrump ନାମରେ ହାଜ୍‌ଟ୍ୟାଗ୍‌ ଦେଇ ୟୁଜର୍‌ ତାଙ୍କର ଓ ଡୋନାଲ୍ଡ୍‌ ଟ୍ରମ୍ପ୍‌ ଙ୍କର ଅନେକ ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ କରୁଛନ୍ତି।

କେବଳ ଏତିକି ନୁହେଁ, Dolores  ଓ ଟ୍ରମ୍ପ୍ଙ୍କର ଫଟୋକୁ ଏକାଠି କରି ୟୁଜର୍‌ ସୋଶାଲ ମିଡିଆରେ ଓଲଟା ସିଧା କମେଣ୍ଟ୍‌ ଦେବାରେ ମଧ୍ୟ ଲାଗିଛନ୍ତି। କେହି କେହି ୟୁଜର୍‌ Doloresଙ୍କୁ ଟ୍ରମ୍ପ୍‌ଙ୍କର ଯାଆଁଳା ଭଉଣୀ ବୋଲି କହିଛନ୍ତି।



from Odisha Reporter http://bit.ly/2TG5ccA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages