‘କାଳିଆ’ ଏବେ ବିଜେଡିର ପିସି ଯୋଜନା: ବିଜେପି  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

‘କାଳିଆ’ ଏବେ ବିଜେଡିର ପିସି ଯୋଜନା: ବିଜେପି 

Kalia

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ଏବେ ବିଜେଡିର ପିସି ଯୋଜନାରେ ପରିଣତ ହୋଇଛି ଓ ନବୀନ ସରକାର ଏହାକୁ ଦଳୀୟ ପାଣ୍ଠି ଭାବେ ଖର୍ଚ୍ଚ କରିବାର ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ସେହିପରି ‘କାଳିଆ’ ଯୋଜନା ପାଇଁ ଉଦ୍ଦିଷ୍ଟ ଅର୍ଥରେ ବ୍ୟାପକ ଅନିୟମିତତା ହୋଇଛି ବୋଲି କଂଗ୍ରେସ ମଧ୍ୟ ଅଭିଯୋଗ କରିଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଓ ମୁଖପାତ୍ର ଗୋଲକ ମହାପାତ୍ର ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରିବା ବଦଳରେ ଦଳୀୟ ଆଧାରରେ ଏବେ ‘କାଳିଆ’ ଯୋଜନାର ହିତାଧିକାରୀ ଚୟନ କରାଯାଇଛି। ଏଥିରେ ରାଜ୍ୟର ଭାଗଚାଷୀମାନଙ୍କର ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ଯାହାଫଳରେ ଲକ୍ଷଲକ୍ଷ ଭାଗଚାଷୀ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାରଙ୍କ ଦ୍ୱାରା କାଳିଆ ଯୋଜନାର ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ଏବେ ଗାଁ ଗାଁରେ ଅରାଜକତା ସୃଷ୍ଟି ହୋଇଛି। ଲୋକଙ୍କ ମଧ୍ୟରେ ବାଡ଼ିଆ ବାଡ଼ି ଆରମ୍ଭ ହୋଇଛି। ପ୍ରକୃତ ଚାଷୀମାନେ ନିଜର ହକ୍ ଦାବି କରୁଥିବାବେଳେ ବିଜେଡିର ଗୁଣ୍ଡାବାହିନୀ ହିଁ ସେମାନଙ୍କୁ ବାଡ଼ାବାଡ଼ି କରୁଛନ୍ତି। ଯୋଜନାର ସୁଫଳ ପାଇବାକୁ ହକଦାର ଯୋଗ୍ୟ ହିତାଧିକାରୀଙ୍କ ମୁହଁକୁ ଚୁପ୍ କରିବା ପାଇଁ ବିଜେଡିର ଗୁମାସ୍ତାମାନେ ତାଙ୍କର ଗୁଣ୍ଡାବାହିନୀକୁ ଏହି କାମରେ ଲଗାଇଛନ୍ତି। ଯାହାଫଳରେ ପ୍ରକୃତ ଚାଷୀ ଏହାର ସୁଫଳରୁ ବଞ୍ଚିତ ହେଉଛନ୍ତି।

ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଦଳୀୟ ଆଧାରରେ ଟଙ୍କା ବାଣ୍ଟିବା ପାଇଁ ଏହା ନବୀନ ସରକାରଙ୍କ ଆଉ ଏକ ଚକ୍ରାନ୍ତ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ରାଜ୍ୟରେ ଚାଷୀ ହନ୍ତସନ୍ତ  ହେଉଥିବା ବେଳେ କାଳିଆ ଯୋଜନା ନାଁରେ ନବୀନ ସରକାର ରାଜ୍ୟବାସୀଙ୍କ ଆଗରେ ସୁଆଙ୍ଗ କରୁଛନ୍ତି। ଚାଷୀମାନେ ଏହାର ସୁଫଳ ପାଇବାକୁ ସ୍ୱର ଉଠାଉଥିବାବେଳେ ସରକାର ଘଣ୍ଟାକୁ ଘଣ୍ଟା ନୂଆ ନିୟମ କରି ଚାଷୀଙ୍କୁ ଠକିବାର ଅପଚେଷ୍ଟା କରୁଛନ୍ତି। ସରକାରଙ୍କ ଅସଲ ମୁଖା ପଦାରେ ପଡ଼ିଛି ବୋଲି ବିଜେପି ଅଭିଯୋଗ କରିଛି।

କଂଗ୍ରେସର ଅଭିଯୋଗ: ଟେଣ୍ଡର ପୂର୍ବରୁ ଚାଲିଛି ପୋଷ୍ଟର ଛପା 

ଅନ୍ୟପକ୍ଷରେ ପିପିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ  କାଳିଆ ଯୋଜନାର ପାଣ୍ଠି ଖର୍ଚ୍ଚରେ ଅନିୟମିତତା ହୋଇଛି ବୋଲି ଅଭିଯୋଗ କରିଛନ୍ତି। ଅନ୍ୟ ଏକ ଘଟଣାକ୍ରମରେ ରାଜ୍ୟ ସରକାର “କାଳିଆ” ଯୋଜନା ପାଇଁ ଛପା ହେବାକୁ ଥିବା ପୋଷ୍ଟର ଓ ବ୍ୟାନର ପ୍ରଭୃତି ପାଇଁ ଟେଣ୍ଡର ପ୍ରକ୍ରିୟା ସରି ନଥିବା ବେଳେ ବର୍ତମାନ ଉକ୍ତ ଯୋଜନାର ପୋଷ୍ଟର ଏବଂ ବ୍ୟାନର ଏକ ନିର୍ଦ୍ଦିଷ୍ଟ ଛାପାଖାନାରେ ଛପା ଯାଉଥିବା କଂଗ୍ରେସ ଦାବି କରିଛି। ଏହି ଛପା କାର୍ଯ୍ୟ ପାଇଁ ଲୋକଦେଖାଣିଆ ଭାବେ ଟେଣ୍ଡର ପ୍ରକ୍ରିୟା ସମ୍ପାଦିତ ହୋଇଛି। କାରଣ ଏବେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହୋଇନଥିବାବେଳେ  ବିନା ଟେଣ୍ଡରରେ ଏକ ନିର୍ଦ୍ଦିଷ୍ଟ ଛାପାଖାନାରେ “କାଳିଆ” ଯୋଜନା ପାଇଁ ପୋଷ୍ଟର ଓ ବ୍ୟାନର ପ୍ରଭୃତି କିଭଳି ଛପା ଚାଲିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏଥିରୁ ରାଜ୍ୟରେ ଟେଣ୍ଡର ଫିକ୍ସିଂ ତା’ର ଚରମସୀମାରେ ପହଞ୍ଚିଛି ଓ ଏହି ଟେଣ୍ଡର କାହାକୁ ଦିଆଯିବ ସେକଥା ଆଗରୁ ସ୍ଥିର ହୋଇଥିବାର  ସ୍ପଷ୍ଟ ପ୍ରମାଣ ମିଳିଛି ବୋଲି କଂଗ୍ରେସ କହିଛି।



from Odisha Reporter http://bit.ly/2AEk8RC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages