ବିଦାହେଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ବିଦାହେଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା

ନୂଆଦିଲ୍ଲୀ:ସୁପ୍ରିମ୍‌କୋର୍ଟର ରାୟ ବଳରେ ସିବିଆଇ ନିର୍ଦ୍ଦେଶକ ପଦବୀରେ ପୁର୍ନଅବସ୍ଥାପିତ ହେବାର ୪୮ ଘଣ୍ଟା ନପୂରୁଣୁ ପୁଣି ପଦବୀରୁ ହଟିଛନ୍ତି ଆଲୋକ ବର୍ମା। ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ସନ୍‌ ପ୍ୟାନେଲ୍‌ କମିଟିର ଛାଟ ତାଙ୍କ ଉପରେ ପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ସେ ତାଙ୍କର ଅନୁଗତ ଥିବା ୧୦ ଜଣ ଅଧିକାରୀଙ୍କ ବଦଳି ଉପରେ ରୋକ୍‌ ଲଗାଇବା ସହିତ ୫ ଜଣଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀ ବର୍ମାଙ୍କୁ ଗତ ଅକ୍ଟୋବର ମାସରେ ସରକାର ଛୁଟିରେ ପଠାଇବାକୁ କେନ୍ଦ୍ରର ନିର୍ଦ୍ଦେଶକୁ ପୂର୍ବରୁ ସୁପ୍ରିମ୍‌କୋର୍ଟ ରଦ୍ଦ କରିବା ସହିତ କହିଥିଲେ ସେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେନି। ତାଙ୍କ ସ୍ଥିତି ବାବଦରେ ପ୍ରଧାନମନ୍ତ୍ରୀ, ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ବା ତାଙ୍କ ପ୍ରତିନିଧି ଏବଂ ସର୍ବବୃହତ୍‌ ବିରୋଧୀ ଦଳର ନେତାଙ୍କୁ ନେଇ ଗଠିତ ସିଲେକ୍ସନ୍‌ ପ୍ୟାନେଲ୍‌ କମିଟି ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ ବୋଲି ସୁପ୍ରିମ୍‌କୋର୍ଟ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନଠାରେ ଏନେଇ ଏକ ବୈଠକ ହୋଇଥିଲା ଏବଂ ସେଠାରେ ତାଙ୍କୁ ପଦବୀରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏହି ବୈଠକରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଦ୍ଵାରା ମନୋନୀତ ଜଷ୍ଟିସ୍‌ ଏକେ ସିକ୍ରି ମଧ୍ୟ ଯୋଗ ଦେଇଥିଲେ। ଏହି ୩ଜଣିଆ ବୈଠକରେ ୨-୧ରେ ଶ୍ରୀ ବର୍ମାଙ୍କୁ ବିଦା କରିବାର ନିଷ୍ପତ୍ତି ହୋଇଥିଲା। କାରଣ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଯାଇଥିବା ମଲ୍ଲିକାର୍ଜୁନ ବର୍ମାଙ୍କୁ ବାହାର କରାଯିବା ବିପକ୍ଷରେ ଭୋଟ୍‌ ଦେଇଥିଲେ।

ଆସ୍ଥାନାଙ୍କ ବିରୋଧରେ ଅଭିଯୋଗର ତଦନ୍ତ ପାଇଁ ନୂଆ ଅଧିକାରୀ

ଅନ୍ୟପକ୍ଷରେ ଆଜି ଆଲୋକ ବର୍ମା ତାଙ୍କ ନାମରେ ଅଭିଯୋଗ ଆଣିଥିବା ରାକେଶ ଆସ୍ଥାନାଙ୍କ ନାମରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ନୂତନ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ୨୦୦୬ ବ୍ୟାଚ୍‌ ଆଇଏଏସ୍‌ ମୋହିତ ଗୁପ୍ତାଙ୍କୁ ଏହି ଦାୟିତ୍ୱ ଦେଇଥିଲେ। ଗୁପ୍ତା ଆସ୍ଥାନା ଙ୍କ ନାମରେ ଥିବା ସମସ୍ତ ମାମଲାର ତଦନ୍ତ କରିବେନାହିଁ। ସେ କେବଳ ସିବିଆଇ ରୁଜୁ କରିଥିବା ମାମଲାର ତଦନ୍ତ କରିବେ।



from Odisha Reporter http://bit.ly/2FkUkh3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages