କଂଗ୍ରେସ କରିଥିବା ଭୁଲ ଦୋହରାଉଛି ବିଜେପି: ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

କଂଗ୍ରେସ କରିଥିବା ଭୁଲ ଦୋହରାଉଛି ବିଜେପି: ବୈଜୟନ୍ତ

baijayanta

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କ ନେଇ କଂଗ୍ରେସ୍‌ର ଖୋଲଖୋଲି ଅଭିଯୋଗ ପରେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏପରି ସ୍ଥିତିରେ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମନ୍ତବ୍ୟ। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ବୈଜୟନ୍ତ କହିଛନ୍ତି, “ପୂର୍ବରୁ କଂଗ୍ରେସ ଯେଉଁ ଭୁଲ୍ କରିଥିଲା, ଏବେ ସେଇ ରାସ୍ତାରେ ବିଜେପି ଯାଉଛି।”

ବାରିପଦା ସଭାରେ ନବୀନଙ୍କ ପ୍ରତି ନରମ, ଆଉ କଂଗ୍ରେସ ପ୍ରତି ମୋଦିଙ୍କ ଗରମ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଲାଗି ରହିଛି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନଠୁ ଆରମ୍ଭ କରି କୋଟା ବିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦି ସରକାରଙ୍କ ସହ ଛିଡ଼ା ହୋଇଛନ୍ତି ନବୀନ। କେତେବେଳେ ପରୋକ୍ଷ ତ  କେତେବେଳେ ପ୍ରତ୍ୟକ୍ଷ ଭାବେ ବିଜେପି ସହିତ ରହିଛି ବିଜେଡି। ଏପଟେ ରାଜ୍ୟରେ ଚିଟ୍‌ଫଣ୍ଡ ଦୁର୍ନୀତିରେ ବିଜେଡି ନେତାଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲେ ବି ସିବିଆଇ ତଦନ୍ତ ଶିଥିଳ ପଡ଼ିଯାଇଛି। ମୋଦି ବିରୋଧୀ ମହାମେଣ୍ଟକୁ ବି ନବୀନ ମନା କରିସାରିଲେଣି। ଏସବୁ ଘଟଣାକୁ କଂଗ୍ରେସ୍ ଏବେ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛି। ଉଭୟଙ୍କ ଚତୁରେ ଚତୁରେ କୋଳାକୋଳି ନୀତିକୁ ଲୋକଙ୍କୁ ସାମ୍ନାକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଛି ଦଳ।

ଏଭଳି ଚର୍ଚ୍ଚାକୁ ଖୋରକ୍ ଯୋଗାଇଛି ଜାତୀୟ ଗଣମାଧ୍ୟମରେ ବୈଜୟନ୍ତଙ୍କ ସାକ୍ଷାତକାର। ଯେଉଁଥିରେ ବୈଜୟନ୍ତ କହିଛନ୍ତି, “ପୂର୍ବରୁ କଂଗ୍ରେସ ଯେଉଁ ଭୁଲ୍ କରିଥିଲା। ଏବେ ସେଇ ରାସ୍ତାରେ ବିଜେପି ଯାଉଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି, କଂଗ୍ରେସକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏବେ କିନ୍ତୁ ବିଜେପି ଲଢ଼େଇକୁ ହାତଛଡ଼ା କରୁଛି।”

ବୈଜୟନ୍ତଙ୍କ ଏହି ମନ୍ତବ୍ୟ ସହ ରାଜନୀତିକ ସମୀକ୍ଷକମାନେ ମଧ୍ୟ ଏକମତ ହୋଇଛନ୍ତି। ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି, “ବର୍ତ୍ତମାନ ନବୀନ ବାବୁଙ୍କର ସୁରକ୍ଷା ଦରକାର ଓ କେନ୍ଦ୍ରକୁ  ତାଙ୍କ ସମର୍ଥନ ଦରକାର। ସୁରକ୍ଷା ଓ ସମର୍ଥନର ଖେଳ ଭିତରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦୁର୍ବଳ ହୋଇଯାଉଛି। ମିଶନ ୧୨୦ ବାଟବଣା ହୋଇଯାଇଛି। ନବୀନ ବାବୁ ଚତୁରତାର ସହ ଗୋଟି ଚାଳନା କରି ନିଜ ପାଇଁ ସୁରକ୍ଷିତ ବାତାବରଣ ତିଆରି କରିବାରେ ସକ୍ଷମ ହୋଇଛନ୍ତି।”

ଏବେ ପ୍ରଶ୍ନ ଉଠୁଛି ଏଭଳି ସ୍ଥିତି କାହିଁକି ? ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ପରାଜୟ ପରେ ଦଳର ଏଭଳି ଆଭିମୁଖ୍ୟ କି ? ଦିଲ୍ଲୀ ଆସନ ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ଼ ଲାଗି ନବୀନଙ୍କୁ ନେଇ ମୋଦି ବିକଳ୍ପ ଖୋଲା ରଖୁଛନ୍ତି କି ? ଦଳର ଅନେକ ନେତାଙ୍କ ଉପରେ ଝୁଲୁଥିବା ସିବିଆଇ ଖଣ୍ଡା, ବଢୁଥିବା ସରକାର ବିରୋଧୀ ହାଓ୍ୱାକୁ ପ୍ରତିହତ କରିବାକୁ ନବୀନ ବି ଚାଲ୍ ଖେଳୁନାହାନ୍ତି ତ ?

ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଏଥିରେ କିଛି ସନ୍ଦେହ କରିବାର ନାହିଁ। ହାତ ଛାଡ଼ିବାର ୯ ବର୍ଷ ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ସଲାସୁତରା ଚାଲିଛି। ବିଜେପି ସାଙ୍ଗରେ ଥିଲେ ଓ ଅଛନ୍ତି, କଂଗ୍ରେସ ସହ କେମିତି ସଲାସୁତରା ରହିବ।”

ତେବେ ଏପରି ଚର୍ଚ୍ଚା ଭିତ୍ତିହୀନ ବୋଲି ବିଜେଡି କହିବା ସହ ସମଦୂରତାର ପୁରୁଣା ଘୋଷଣାକୁ ଦୋହରାଇଛି। ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି, “ବିଜେଡିର ନୀତିଗତ ନିଷ୍ପତ୍ତି ହେଲା ସମଦୂରତା। ଜନସାଧାରଣ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆମେ ଏନ୍‌ଡିଏକୁ ସମର୍ଥନ ଦେଇଛୁ। କଂଗ୍ରେସ ଭୋକ ବିକଳରେ ତାଟିଆ କାମୁଡ଼ୁଛି। ଏହା ବ୍ୟତୀତ ଆଉ କିଛି ନୁହେଁ।”

ଅନ୍ୟପକ୍ଷରେ ଦଳ ଓଡ଼ିଶାରେ ସରକାର ଗଠନର ଦମ୍ଭ ଦେଖାଇଛି ବିଜେପି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, “ଆମେ ସରକାର ବନାଇବାକୁ ଲାଗିଛୁ। କାହା ବିରୋଧରେ କହିବା କ’ଣ ଜରୁରୀ ? ୧୨୦ ମିଶନ୍‌ ନିଶ୍ଚିତ ହାସଲ କରିବୁ।”



from Odisha Reporter http://bit.ly/2RmgUMW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages