ରାସ୍ତାରେ ଶୋଇଛନ୍ତି ଶିକ୍ଷୟିତ୍ରୀ, ଟ୍ରାଫିକ୍‌ ଜାମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ରାସ୍ତାରେ ଶୋଇଛନ୍ତି ଶିକ୍ଷୟିତ୍ରୀ, ଟ୍ରାଫିକ୍‌ ଜାମ୍‌

ଅନୁଗୋଳ(ବିରଜା ଦାଶ): ପାଖରେ ଅଛନ୍ତି ନା ଛାତ୍ରଛାତ୍ରୀ ନା ଅଛି ବ୍ଳାକ୍‌ବୋର୍ଡ। କିନ୍ତୁ ଜନଗହଳି ପୂର୍ଣ୍ଣ ରାସ୍ତାରେ ଶୋଇଛନ୍ତି ଜଣେ ଶିକ୍ଷୟିତ୍ରୀ। ମୁଣ୍ଡ ପାଖରେ ଅଛି କିଛି କାଗଜପତ୍ର ଓ ଗୋଟିଏ ପାଣି ବୋତଲ। ଗାଡ଼ି ଗୁଡ଼ିକ ଧୀରେ ଧୀରେ ଯାଉଥିବାରୁ ଟ୍ରାଫିକ୍‌ ଜାମ୍‌ ହେଉଛି। ଏଥିପ୍ରତି କିନ୍ତୁ ଶିକ୍ଷୟିତ୍ରୀଙ୍କର କିଛି ପରବାୟ ନାହିଁ। ଦାବି ହାସଲ ପାଇଁ ଦୀର୍ଘ ୪ ଘଣ୍ଟା ଧରି ରାସ୍ତାରେ ଶୋଇଛନ୍ତି। ଆଜି ଏପରି ଅଭିନବ ଉପାୟରେ ଜଣେ ଶିକ୍ଷୟିତ୍ରୀ ଅନୁଗୋଳ ବସ୍‌ ଷ୍ଟାଣ୍ଡକୁ ଯାଇଥିବା ରାସ୍ତାରେ ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି।

ପୂରା ଘଟଣା ଏମିତି। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ତୁବେ ପ୍ରୋଜେକ୍ଟ ବିଦ୍ୟାଳୟରେ ୧୯୯୦ ମସିହାରେ ଅନୁପମା ବିଶ୍ୱାଳ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲେ। ନିଜର ବିଶୃଙ୍ଖଳିତ ଆଚରଣ ଓ ବ୍ୟବହାର ପାଇଁ ସେ ନିନ୍ଦିତ ହୋଇଥିଲେ। ଏଥିପାଇଁ ସେ ନିଲମ୍ୱିତ ହୋଇଥିଲେ। ୨୦୧୩ ମାର୍ଚ୍ଚ ୧ ତାରିଖରୁ ୨୦୧୩ ମଇ ୧୦ ତାରିଖ ପର୍ଯ୍ୟନ୍ତ ସେ ନିଲମ୍ବିତ ହୋଇ ରହିଥିଲେ। ପରେ ସେ ଅନୁଗୋଳ ବ୍ଲକର କୁମୁରିସିଂହା ବିଦ୍ୟାଳୟରେ ଯୋଗଦେଇ ଥିଲେ। ସେଠାରେ ତାଙ୍କର ପାଚିକାଙ୍କ ସହ ଗଣ୍ଡଗୋଳ ହୋଇଥିଲା। ତା’ପରେ ତାଙ୍କୁ ଘାସିସାହି ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଥିଲା।

୨୦୧୬ ଜାନୁଆରୀ ୧୮ ତାରିଖରେ ଅନୁପମା ଘାସିସାହି ବିଦ୍ୟାଳୟରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ପାଠ ବି ପଢ଼ାଇ ଥିଲେ। ହେଲେ ସେଠାରେ ଶିକ୍ଷକ, ପ୍ରଧାନଶିକ୍ଷକ ଓ ସିଆର୍‌ସିସିଙ୍କ ସହିତ ତାଙ୍କର ଦେଖାଦେଇଥିଲା ବିବାଦ। ୨୦୧୭ ମସିହା ଡିସେମ୍ୱର ୧୧ ତାରିଖରେ କୌଣସି କାମରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିବା ବେଳେ ମୁଖ୍ୟ କିରାଣୀ ରୋହିତ ନାଥଙ୍କୁ ସେ ଚପଲରେ ମାଡ଼ ମାରିଥିଲେ। ପରେ ତାଙ୍କୁ ପୁଲିସ ଧରି ନେଇଥିଲା। ଏହି ସମୟରେ ସେ ପୁଲିସକୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିପାଇଁ ତାଙ୍କୁ ୨୦୧୭ ଡିସେମ୍ୱର ୧୨ ତାରିଖରେ ଚାକିରିରୁ ପୁଣି ଥରେ ନିଲମ୍ୱିତ ହେବାକୁ ପଡ଼ିଥିଲା।

ପରବର୍ତ୍ତୀ ସମୟରେ ଅନୁପମା ଚାକିରି ଫେରି ପାଇଥିଲେ। ତାଙ୍କୁ ଜିଲ୍ଲା ସଦର ମହକୁମାରେ ଡିପିସି ଅଫିସରେ ଅବସ୍ଥାପିତ କରାଯାଇ ଥିଲା। ୨୦୧୮ ସେପ୍ଟେମ୍ୱର ୩ ତାରିଖରେ ତାଙ୍କୁ କାବୁଲିପାଳ ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଥିଲା। ମାତ୍ର ସେଠାରେ ସେ ଯୋଗଦେବାକୁ ଅରାଜି ହୋଇଥିଲେ। ଏହାକୁ ନେଇ ସେ ବିଭିନ୍ନ ସମୟରେ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଭେଟି ଅବଗତ କରାଇ ଆସିଥିଲେ।

ଶେଷରେ ପୁଣି ଥରେ ଅର୍ଥାତ ୨୦୧୯ ଜାନୁଆରୀ ୨ ତାରିଖରେ ସଂଶୋଧନ ଆଦେଶ କ୍ରମେ ଅନୁପମାଙ୍କୁ ଶିଳ୍ପାଞ୍ଚଳ ପ୍ରାଥମିକ ବିଦ୍ୟାଳୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ସେଠାରେ ଯୋଗଦେବା ପରେ ତାଙ୍କର ଅଭିଭାବକମାନଙ୍କ ସହ ବିବାଦ ଉପୁଜିଥିଲା। ତେଣୁ ବିଦ୍ୟାଳୟ ପରିଚାଳନା କମିଟି ବିଦ୍ୟାଳୟରେ କିଛିଦିନ ପାଇଁ ତାଲା ପକାଇ ଦେଇଥିଲେ। ମାତ୍ର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତାଲା ଖୋଲିବା ପାଇଁ ଶିକ୍ଷା ବିଭାଗ ନିବେଦନ କରିବା ପରେ ଆଜି ବିଦ୍ୟାଳୟର ତାଲା ଖୋଲିଥିଲା। ଏହାରେ ଶିକ୍ଷୟିତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଶିକ୍ଷା ବିଭାଗ ଅଧିକାରୀଙ୍କୁ ଭେଟିବାକୁ ଆସିଥିଲେ।

ଶିକ୍ଷୟିତ୍ରୀ ଅନୁପମା ଅଭିନବ ଉପାୟରେ ଅନୁଗୋଳ ବସ୍‌ ଷ୍ଟାଣ୍ଡକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରତିବାଦ କରିଥିଲେ। ସେ ରାସ୍ତା ମଝିରେ କେତେବେଳେ ଶୋଇ ପଡ଼ୁଥିଲେ ତ ଆଉ କେତେବେଳେ ବସି ଗୁଣୁଗୁଣୁ ହୋଇ କିଛି କହୁଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ୪ ଘଣ୍ଟା ଧରି ସେ ଏପରି କରୁଥିଲେ। ଫଳରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ଦୀର୍ଘ ସମୟ ଧରି ଟ୍ରାଫିକ୍‌ ଜାମ ହେବା ପରେ ପୁଲିସ ଆସି ଜାମ୍‌ ହଟାଇଥିଲା। ହେଲେ ଶିକ୍ଷୟିତ୍ରୀଙ୍କୁ ଉଠାଇ ନଥିଲା। ଏପରିକି ଘଟଣାସ୍ଥଳକୁ ମହିଳା ପୁଲିସ ଅଧିକାରୀ ଆସିନଥିଲେ। ଶେଷ ଖବର ସୁଦ୍ଧା ଜଣେ ରାଜନୀତିକ ବ୍ୟକ୍ତି ତାଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିବା ଆଲୋଚନା ହେଉଛି।



from Odisha Reporter http://bit.ly/2FmVQ1v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages