ନୀଲ୍‌ଙ୍କ ଡେବ୍ୟୁ ଫିଲ୍ମ ପାଇଁ ୬ ମାସ ପର୍ଯ୍ୟନ୍ତ କଥା ହୋଇ ନ ଥିଲେ ବାପା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ନୀଲ୍‌ଙ୍କ ଡେବ୍ୟୁ ଫିଲ୍ମ ପାଇଁ ୬ ମାସ ପର୍ଯ୍ୟନ୍ତ କଥା ହୋଇ ନ ଥିଲେ ବାପା !

nitin

ମୁମ୍ବାଇ: ବଲିଉଡ୍‌ ଅଭିନେତା ନିଲ୍‌ ନୀତିନ୍‌ ମୁକେଶ୍‌ଙ୍କୁତ ଆପଣ ଜାଣିଥିବେ।  ବଲିଉଡ୍‌ରେ ତାଙ୍କୁ ଅଧିକାଂଶ ନେଗେଟିଭ୍‌ ଚରିତ୍ରରେ ଦେଖିଥିବେ। ସେ ଗୋଲ୍‌ମାଲ୍‌ ଏଗେନ୍‌, ପ୍ରେମ୍‌ ରତନ୍‌ ଧନ୍‌ ପାୟୋ, ୱଜୀର ଓ ପ୍ଲେଅର୍ସ ଭଳି  ଅନେକ ଫିଲ୍ମରେ କାମ କରି ଦର୍ଶକଙ୍କ ଭଲପାଇବା ସାଉଟିଛନ୍ତି।  ଆଜି ହେଉଛି ତାଙ୍କ ଜନ୍ମ ଦିନ।  ସେ ୧୯୮୨ ମସିହା ଜାନୁଆରୀ ୧୫ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିଲେ।

ତାଙ୍କ ବାପାଙ୍କ ନାଁ ନୀତିନ୍‌ ମୁକେଶ ଓ ଜେଜେଙ୍କ ନାଁ ମୁକେଶ୍। ତାଙ୍କ ବାପା ଓ ଜେଜେ ବଲିଉଡ୍‌ର ଜଣେ ଲୋକପ୍ରିୟ ଗାୟକ।  ତାଙ୍କ ବାପା ଓ ଜେଜେଙ୍କ ନାଁ ଅନୁଯାୟୀ ତାଙ୍କ ନାଁ ନିଲ୍‌ ନୀତିନ୍‌ ମୁକେଶ୍‌ ରଖାଯାଇଛି।  ତାଙ୍କର ନାମକରଣ ପ୍ରସିଦ୍ଧ ଗାୟୀକା ଲତା ମଙ୍ଗେସ୍‌କର କରିଥିଲେ।

ଖବର ମୁତାବକ ଲତା ତାଙ୍କ ନାଁ  ପ୍ରସିଦ୍ଧ ଆମେରିକାନ୍‌ ଏଷ୍ଟ୍ରୋନଟ୍‌ ନୀଲ୍‌ ଆର୍ମ ଷ୍ଟ୍ରଙ୍ଗ୍‌ଙ୍କ ନାଁ ଅନୁଯାୟୀ ନୀଲ୍‌ ରଖିଥିଲେ। ଆଉ ତାଙ୍କ ବାପା ଓ ଜେଜେଙ୍କ ନାଁ ଅନୁଯାୟୀ ନିତିନ୍‌ ମୁକେଶ୍‌ ରଖାଯାଇଛି।

ନୀଲ୍‌ ଶିଶୁ କଳାକାର ଭାବେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।  ନୀଲ୍‌ଙ୍କ ଜୀବନ ସହ ଜଡ଼ିତ ଏମିତି ଅନେକ କଥା ଯାହା ଦର୍ଶକ ଜାଣି ନ ଥିବେ। ତେବେ ଚାଲନ୍ତୁ ତାଙ୍କ ଜନ୍ମ ଦିନରେ ତାଙ୍କ ଜୀବନରେ କିଛି କଥା ଜାଣିବା।

  • ନୀଲ୍‌  ୨୦୦୭ରେ ସୀତାରାମ୍‌ ରାଘବଙ୍କ ଫିଲ୍ମ  ‘ଜାନୀ ଗଦ୍ଦାର’ରୁ ଡେବ୍ୟୁ କରିଥିଲେ।  ସେ ଏହି ଫିଲ୍ମ ପାଇଁ  ବେଷ୍ଟ୍‌ ମେଲ୍‌ ଡେବ୍ୟୁ ଭାବେ ନୋମିନେଟ୍‌ ହୋଇଥିଲେ।
  • ସେ ଫିଲ୍ମ ‘ବିଜୟ’ ଓ ‘ଜେସି କରନି ୱେସୀ ଭରନୀ’ରେ ଋଷି କପୁର ଓ ଗୋବିନ୍ଦାଙ୍କ ପିଲାଦିନ ଚରିତ୍ରରେ ଅଭିନୟ କରିଥିଲେ। ସେତେବେଳେ ତାଙ୍କ କାମକୁ ଖୁବ୍‌ ପ୍ରଶଂସା କରାଯାଇଥିଲା।
  • ସବୁଠୁ ଚିତାକର୍ଷକ ହେଉଛି ଯେତେବେଳେ ନୀଲ୍‌ଙ୍କ ବାପାଙ୍କୁ ଜଣା ପଡ଼ିଲା, ନୀଲ୍‌ ତାଙ୍କ ପ୍ରଥମ ଫିଲ୍ମରେ ନେଗେଟିଭ୍‌ ଚରିତ୍ରରେ ଅଭନୟ କରୁଛନ୍ତି। ଏହା ଶୁଣିବାପରେ ସେ ନୀଲ୍‌ଙ୍କ ସହ ୬ମାସ ପର୍ଯ୍ୟନ୍ତ କଥା ବାର୍ତ୍ତା ବନ୍ଦ କରିଦେଇଥିଲେ।
  • ତାଙ୍କ ବାପା ଭାବୁଥିଲେ ନେଗେଟିଭ୍‌ ଚରିତ୍ରରେ ଅଭିନୟ କରି ସେ ପରିବାରର ନାଁ ଖରାପ୍‌ କରୁଛି।

 

 



from Odisha Reporter http://bit.ly/2FrywAt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages