ଆଉ ଦୁଇଟି ନୂଆ ଟିଭି ଲଞ୍ଚ୍‌ କଲା ଶାଓମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ଆଉ ଦୁଇଟି ନୂଆ ଟିଭି ଲଞ୍ଚ୍‌ କଲା ଶାଓମି

ନୂଆଦିଲ୍ଲୀ: ଚାଇନା ଇଲୋକ୍ଟ୍ରନିକ୍‌ସ କମ୍ପାନୀ ଶାଓମି ୨ଟି ନୂଆ ଟିଭି ଲଞ୍ଚ୍‌ କରିଛି। ଏଥିରେ ଗୋଟିଏ Mi TV 4X Pro 55 inch ଏବଂ ଅନ୍ୟଟି Mi TV 4A Pro 43 inch ରହିଛି। ଏହି ଦୁଇ ଟିଭିରେ ପୂର୍ବ ଭଳି ପ୍ୟାଚବଲ୍ ୟୁଜର୍‌ ଇଣ୍ଟରଫେସ୍ ଦିଆଯାଇଛି। ଏଥିରେ ଆଣ୍ଡ୍ରଏଡ୍ ଟିଭିର ମଧ୍ୟ ସପୋର୍ଟ ରହିଛି। ଟିଭି ବ୍ୟତୀତ କମ୍ପାନୀ ସାଉଣ୍ଡବାର୍ ମଧ୍ୟ ଲଞ୍ଚ୍ କରିଛି।

ଟିଭିର ସ୍ପେସିଫିକେସନ୍ କଥା କହିଲେ, Mi TV 4X Pro 55 inch ମଡେଲରେ ୨ଜିବି ରାମ୍ ସହ ୮ଜିବି ଇଣ୍ଟରନାଲ୍ ମେମୋରୀ ରହିଛି। ସେହିପରି Mi TV 4A Pro 43 inch ଟିଭିରେ ୧ଜିବି ରାମ୍ ଓ ୮ଜିବି ଇଣ୍ଟରନାଲ୍ ମୋମୋରୀ ରହିଛି। ଟିଭିରେ ୨୦ୱାଟ୍‌ର ସ୍ପିକର୍ ମଧ୍ୟ ଲାଗିଛି ଏବଂ ମେଟାଲ୍‌ ଫିନିସ୍‌ ରହିଛି। ଟିଭିର ଚାରିପଟେ ଖୁବ୍‌ ପତଳାର ପ୍ଲାଷ୍ଟିକ୍ ବେଜଲ୍ ଦିଆଯାଇଛି। ରିଜୋଲ୍ୟୁସନ୍‌ କଥା କହିଲେ, ୫୫ ଇଞ୍ଚ୍‌ ମଡେଲ୍‌ରେ 4k ପ୍ୟାନେଲ୍ ଦିଆଯାଇଛି। ଏବଂ ଏହାର ୪୩ ଇଞ୍ଚ୍ ଭ୍ୟାରିଆଣ୍ଟରେ ଫୁଲ୍ ଏଚ୍‌ଡି ଡିସ୍‌ପ୍ଲେ ଦିଆଯାଇଛି।

ଟିଭିର ରିମୋଟ୍ କଣ୍ଟ୍ରୋଲ୍ ନୂଆ ଡିଜାଇନ୍‌ର ହୋଇଛି।  ପୂର୍ବଥର ଭଳି ଏଥିରେ ମଧ୍ୟ ଗୁଗଲ୍ ଆସିଷ୍ଟାନ୍ସ୍‌ ପାଇଁ ଡେଡିକେଟେଡ୍ କି’ ଦିଆଯାଇଛି। ଏଥିସହ ଏଥିରେ ଭଏସ୍ ସପୋର୍ଟ ମଧ୍ୟ ଆଡ୍‌ କରାଯାଇଛି। କନେକ୍ଟିଭିଟି କଥା କହିଲେ ଏହି ୨ଟି ଟିଭିରେ ୩ଟି HDMI ପୋର୍ଟ ଓ USB ପୋର୍ଟ ଦିଆଯାଇଛି।

ଏହି ଦୁଇଟି ଯାକ ଟିଭିକୁ ଆପଣ ଫ୍ଲିପ୍‌କାର୍ଟ, ମି ହୋମ୍ ଓ mi.comରୁ କିଣିପାରିବେ। Mi TV 4X Proର ମୂଲ୍ୟ ୩୯ ହଜାର ୯୯୯ଟଙ୍କା ରହିଥିବାବେଳେ Mi TV 4A Proର ମୂଲ୍ୟ ୨୨ ହଜାର ୯୯୯ ଟଙ୍କା ରଖାଯାଇଛି। ଆସନ୍ତା ୧୨ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ।

କମ୍ପାନୀ ଟିଭି ସହ ସାଉଣ୍ଡବାର୍‌ ମଧ୍ୟ ଲଞ୍ଚ୍‌ କରିଛି। ଏହାକୁ ସମ୍ପୂର୍ଣ ଫ୍ୟାବ୍ରିକ୍‌ ଫିନିସ୍‌ ଡିଜାଇନ୍‌ ଦିଆଯାଇଛି। ଏଥିରେ ଦୁଇଟି 20mm dome ସ୍ପିକର୍ ରହିଛି। ଏଥିସହ ୨.୫ ଇଞ୍ଚ୍‌ର ଦୁଇଟି ୱୁଫର୍ସ ମଧ୍ୟ ରହିଛି। ଷ୍ଟେରିଓ ସାଉଣ୍ଡ ପାଇଁ ଏଥିରେ ୨ଟି ପ୍ୟାସିଭ୍ ରେଡିଏଟର୍ସ ରହିଛି। କନେକ୍ଟିଭିଟି ଲାଗି ଏଥିରେ 3.5mm ଅକ୍ସ ଇନ୍, ବ୍ଲୁଟୁଥ ପରି ଷ୍ଟାଣ୍ଡାର୍ଡ ଫିଚର ଦିଆଯାଇଛି। ଏହାର ମୂଲ୍ୟ ୪ହଜାର ୯୯୯ ଟଙ୍କା।



from Odisha Reporter http://bit.ly/2H4lfQ3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages