୪୦ ଲକ୍ଷ ଟଙ୍କାକୁ ବଢ଼ିଲା ବ୍ୟବସାୟୀଙ୍କ ଜିଏସ୍‌ଟି ପଞ୍ଜିକରଣ ସୀମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

୪୦ ଲକ୍ଷ ଟଙ୍କାକୁ ବଢ଼ିଲା ବ୍ୟବସାୟୀଙ୍କ ଜିଏସ୍‌ଟି ପଞ୍ଜିକରଣ ସୀମା

ନୂଆଦିଲ୍ଲୀ(ଓଡ଼ିଶାରିପୋର୍ଟର): ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିଷଦ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି। ଏଣିକି ଯେଉଁମାନେ ବର୍ଷକୁ ୪୦ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ବ୍ୟବସାୟ କରୁଛନ୍ତି ସେମାନେ ଜିଏସ୍‌ଟିରେ ପଞ୍ଜିକରଣ ନ କଲେ କିଛି ଅସୁବିଧା ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ୍ ଜେଟ୍‌ଲୀ ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି।

ସେହିପରି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ପାଇଁ ଏହାକୁ ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଖାଲି ସେତିକି ନୁହେଁ କମ୍ପୋଜିଶନ ସ୍କିମ୍‌ରେ ସାମିଲ ହେବା ପାଇଁ ପୂର୍ବରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସୀମା ରଖାଯାଇଥିଲା ବେଳେ ଏହାକୁ ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ନିୟମ ୨୦୧୯ ଏପ୍ରିଲ ପହିଲା ଅର୍ଥାତ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରୁ ଲାଗୁ ହେବ।

ପୂର୍ବରୁ ସେବା କ୍ଷେତ୍ରଗୁଡ଼ିକ ପାଇଁ କମ୍ପୋଜିଶନ ସ୍କିମ୍ ସମ୍ପର୍କରେ ସ୍ପଷ୍ଟ କରାଯାଇ ନ ଥିବା ବେଳେ ଏବେ ଜେଟ୍‌ଲୀ ଜଣାଇଦେଇଛନ୍ତି ଯେ ସେବା କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହେବ।

ସୂଚନାଯୋଗ୍ୟ, ପ୍ରଚଳିତ ନିୟମ ଅନୁସାରେ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ ବର୍ଷକୁ ୨୦ ଲକ୍ଷ ବା ତା’ଠାରୁ ଅଧିକ ମୂଲ୍ୟର କାରବାର କରୁଥିଲେ ସେମାନଙ୍କୁ ଜିଏସ୍‌ଟିରେ ପଞ୍ଜିକରଣ କରାଇବା ବାଧ୍ୟତାମୂଳୟକ ଥିଲା।



from Odisha Reporter http://bit.ly/2RFJ4lg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages