୧୦% ଆରକ୍ଷଣ ବିଲ୍‌ ବିରୋଧରେ ସୁପ୍ରିମ୍‌କୋର୍ଟରେ ପିଟିସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

୧୦% ଆରକ୍ଷଣ ବିଲ୍‌ ବିରୋଧରେ ସୁପ୍ରିମ୍‌କୋର୍ଟରେ ପିଟିସନ

ନୂଆଦିଲ୍ଲୀ: ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ସାଧାରଣବର୍ଗର ଜନସାଧାରଣଙ୍କ ପାଇଁ ପ୍ରସ୍ତାବିତ ୧୦% ଆରକ୍ଷଣ ଆଇନ ପାଇଁ ଆସିଥିବା ବିଧେୟକ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଛି। ଏହି ଆବେଦନରେ ଅଭିଯୋଗ ଆସିଛି, ସଂସଦରେ ଏହି ବିଧେୟକକୁ କମ୍‌ ସମୟର ଚର୍ଚ୍ଚାରେ ପାରିତ କରାଯାଇଛି ଏବଂ ଏହା ସମ୍ବିଧାନର ଦୁଇଟି ମୌଳିକ ବୈଶିଷ୍ଟ୍ୟର ଉଲ୍ଲଂଘନ କରୁଛି।

ଏହି ସମ୍ବିଧାନ ସଂଶୋଧନ ବିଲ୍‌ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଧାରିତ ୫୦ ପ୍ରତିଶତ ସୀମାକୁ ଅତିକ୍ରମ କରୁଛି। ଯାହା ଅନ୍ୟ ଦଳଙ୍କ ସମର୍ଥନରେ ଗତକାଲି ରାଜ୍ୟସଭାରେ ପାରିତ ହୋଇଯାଇଛି। ଯଦିଓ ଏହା ଖୁବ୍‌ କମ୍‌ ସମୟରେ ପାରିତ ହେଉଥିବାରୁ କିଛି ସଦସ୍ୟ ବିରୋଧ କରୁଥିଲେ, ଏହା କିନ୍ତୁ ପାରିତ ହେବାରେ କିଛି ସମସ୍ୟ ସୃଷ୍ଟି କରିପାରିନଥିଲା।

ବହୁ ସାଧାରଣ ଜାତିର ଲୋକଙ୍କୁ ଆରକ୍ଷଣ ସହିତ ଯୋଡ଼ିବାକୁ ଥିବା ଏହି ବିଲ୍‌କୁ ବେଶ୍‌ କିଛି ଦଳ ବିରୋଧ କରୁଥିଲେ। ଏପରିକି କଂଗ୍ରେସ, ଆରଜେଡି, ବାମ ସାମ୍ମୁଖ୍ୟ ଏବଂ ଡିଏମ୍‌କେ ପକ୍ଷରୁ ଏହାର ସମୀକ୍ଷା ପାଇଁ ଏହି ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଯାଉ ବୋଲି କରାଯାଉଥିବା ଦାବି ଭୋଟ୍‌ରେ ମାଡ଼ ଖାଇଥିଲା।

୧୯୯୨ ମସିହାରେ ସୁପ୍ରିମ୍‌କୋର୍ଟ ଦେଇଥିବା ଏକ ରାୟର ଉଦାହରଣ ଦେଇ ଏହି ଆବେଦନରେ ଅଭିଯୋଗ ଅଣାଯାଇଛି ଯେ ଆର୍ଥିକ ସ୍ଥିତି ଆଧାରରେ ସାଧାରଣ ବର୍ଗରେ ସୀମିତ ରଖିଲେ ଏହା ସମାନତା ଅଧିକାରର ବିରୋଧୀ ହେବ। ଏତଦ୍‌ବ୍ୟତୀତ ସୁପ୍ରିମ୍‌କୋର୍ଟ ନିର୍ଦ୍ଧାରିତ ଆରକ୍ଷଣ ପାଇଁ ୫୦% ସୀମା ପ୍ରତି ମଧ୍ୟ ଆଙ୍ଗୁଠି ଉଠାଇବ।



from Odisha Reporter http://bit.ly/2RkRCyN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages