
ୱେଲିଂଟନ୍: ସଫଳତାର ପାହାଡ଼ ସହିତ ଅଷ୍ଟ୍ରେଲିଆ ଗସ୍ତ ସାରିବା ପରେ ଏବେ ବିଶ୍ୱକପ୍ ପୂର୍ବରୁ ଟିମ ଇଣ୍ଡିଆ ଆଗରେ ଏବେ ରହିଛି ଗୁରୁତ୍ୱପୂର୍ଣ୍ଣ ନ୍ୟୁଜିଲାଣ୍ଡ ସିରିଜ୍। ଏହି ଗସ୍ତରେ ୫ଟିକିଆ ଦିନିକିଆ ମ୍ୟଚ୍ର ସିରିଜ୍ ସହିତ ୩ଟିକିଆ ଟି୨୦ ସିରିଜ୍ ଖେଳାଯିବ। ଅଷ୍ଟ୍ରେଲିଆ ମାଟିରେ ୭୧ ବର୍ଷ ପରେ ଟେଷ୍ଟ ସିରିଜ୍ ବିଜୟ ଏବଂ ପ୍ରଥମ ଦିନିକଆ ସିରିଜ୍ ବିଜୟ ପରେ ବିରାଟ ବାହିନୀକୁ ଏବେ ସମଗ୍ର ବିଶ୍ୱରୁ ପ୍ରଶଂସାର ସୁଅ ଛୁଟୁଛି।
ତେବେ ଏଭଳି ସମୟରେ ହିଁ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ରିକେଟର ସ୍କଟ ଷ୍ଟାଇରିସ୍ ଭାରତକୁ ଭିନ୍ନ ଏକ ତରିକାରେ ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପାଇଁ ଆହ୍ୱାନ କରିଛନ୍ତି। ସେ ବିରାଟ୍ ବାହିନୀକୁ ଆହ୍ୱାନ କରି କହିଛନ୍ତି, ଭାରତ ଭଲ ଖେଳିଲା। ତେବେ ଷ୍ଟାର୍ଟର ତ ସରିଲା, ଏବେ ସମୟ ମେନ୍ କୋର୍ସର।
ସେ ଏଭଳି କହିବାର ଯଥେଷ୍ଟ କାରଣ ମଧ୍ୟ ରହିଛି। ୨୦୧୮ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକା ବିରୋଧରେ ଅଷ୍ଟ୍ରେଲିଆର ସିରିଜ୍ରେ ଆସିଥିବା ବଲ୍ ଟ୍ୟାମ୍ପରିଂ ପାଇଁ ଷ୍ଟିଭ୍ ସ୍ମିଥ୍ ଏବଂ ଡେଭିଡ୍ ୱାର୍ଣ୍ଣରଙ୍କ ପରି ଧୂରୀଣ ଖେଳାଳି ଭାରତ ବିପକ୍ଷ ସିରିଜ୍ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ସେମାନେ ଥିଲେ ଦଳ ନିଶ୍ଚୟ ଉନ୍ନତମାନର ଖେଳ ପ୍ରଦର୍ଶନ କରିପାରିଥାନ୍ତା।
ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମ୍ସନ୍ ବଢ଼ିଆ ଫର୍ମରେ ଅଛନ୍ତି। ସେହିଭଳି ଅନ୍ୟ ଦଳର ଦୁଇ ବରିଷ୍ଠ ସଦସ୍ୟ ରସ୍ ଟେଲର ଏବଂ ମାର୍ଟିନ୍ ଗପ୍ଟିଲ୍ ମଧ୍ୟ ଗତ କିଛି ଦିନରେ ବେଶ୍ ଭଲ ପ୍ରଦର୍ଶନ କରିବା ଦଳ ପାଇଁ ନୂଆ ଆଶା ଓ ଉତ୍ସାହ ଆଣିଦେଇଛି।
from Odisha Reporter http://bit.ly/2sCxtFE
No comments:
Post a Comment