ସମୁଦ୍ର ସଫେଇ ପାଇଁ ‘ଜାହାଜ’ ତିଆରି କଲେ ପୁଣେର ଏହି ୧୨ ବର୍ଷର ବାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ସମୁଦ୍ର ସଫେଇ ପାଇଁ ‘ଜାହାଜ’ ତିଆରି କଲେ ପୁଣେର ଏହି ୧୨ ବର୍ଷର ବାଳକ

ମୁମ୍ବାଇ: ସମୁଦ୍ରକୁ ପ୍ରଦୂଷଣମୁକ୍ତ କରିବା ସହ ସାମୁଦ୍ରିକ ଜୀବଙ୍କ ଜୀବନ ରକ୍ଷା ପାଇଁ ପୁଣେର ଜଣେ ବାଳକ ଏକ ନିଆରା ଜାହାଜର ଡିଜାଇନ୍‌ କରିଛନ୍ତି। ଏହି ୧୨ ବର୍ଷର ବାଳକଙ୍କ ନାଁ ହାଜିକ୍ କାଜି ଓ ସେ ଡିଜାଇନ୍‌ କରିଥିବା ଜାହାଜର ନାଁ ‘ଏର୍ଭିସ୍‌’ ରଖିଛନ୍ତି।

ହାଜିକ୍‌ଙ୍କ କହିବା ଅନୁଯାୟୀ, ସେ ପ୍ରସ୍ତୁତ କରିଥିବା ଜାହାଜ ‘ଏର୍ଭିସ୍‌’ ସମୁଦ୍ରରୁ ପ୍ରଦୂଷଣ ହ୍ରାସ କରିବା ସହ ସାମୁଦ୍ରିକ ଜୀବନ ରକ୍ଷାରେ ସହାୟକ ହେବ। ହାଜିକ୍‌ କହିଛନ୍ତି ଯେ “ମୁଁ କେତେକ ଡକୁମେଣ୍ଟାରୀ ଦେଖିବା ପରେ ସାମୁଦ୍ରିକ ଜୀବଙ୍କ ଉପରେ ଆବର୍ଜନାର କୁପ୍ରଭାବ ପଡ଼ୁଥିବା ଅନୁଭବ କଲି। ମୁଁ ଚିନ୍ତା କଲି ଯେ ଆମେ ଖାଉଥିବା ମାଛ ସବୁ ସମୁଦ୍ରରେ ପ୍ଲାଷ୍ଟିକ୍‌ ଖାଉଥିବାରୁ ପ୍ରଦୂଷଣ ଚକ୍ର ଯୋଗୁ ସେହି ପ୍ଲାଷ୍ଟିକ୍‌ ମଧ୍ୟ ଆମ ଶରୀରକୁ ଆସୁଛି ଏବଂ ଅନେକ କ୍ଷେତ୍ରରେ ଏହା ମଣିଷର ଜୀବନକୁ ପ୍ରଭାବିତ ବି କରୁଛି। ତେଣୁ ମୁଁ ‘ଏର୍‌ଭିସ୍‌’ ନିର୍ମାଣ କଥା ଚିନ୍ତା କଲି।”

ହାଜିକ୍‌ କହିଛନ୍ତି, ‘ଏର୍ଭିସ୍‌’ରେ  ଆବର୍ଜନା ଶୋଷି ନେବା ପାଇଁ ଥିବା ଏକ ଯନ୍ତ୍ର ରହିବ, ଯାହାଦ୍ୱାରା ସଂଗୃହୀତ ଆବର୍ଜନା ପାଣିକୁ ସାମୁଦ୍ରିକ ଜୀବଙ୍କ ଠାରୁ ପୃଥକ ହୋଇଯିବ। ଏହାପରେ ସାମୁଦ୍ରିକ ଜୀବ ଓ ବିଶୁଦ୍ଧ ପାଣିକୁ ସମୁଦ୍ରରେ ଛାଡ଼ି ଦିଆଯିବ। ସମୁଦ୍ର ପାଣିରୁ ବାହାରି ଥିବା ଆବର୍ଜନାକୁ ମଧ୍ୟ ୫ଟି ଭାଗରେ ପ୍ରଦୂଷଣମୁକ୍ତ କରାଯିବ।

ଏହି ସମୁଦ୍ର ସଫେଇ ଜାହାଜର ଡିଜାଇନ୍‌କୁ ବିଭିନ୍ନ ଆନ୍ତର୍ଜାତିକ ପ୍ଲାଟ୍‌ଫର୍ମରେ ଉପସ୍ଥାପନ କରି ହାଜିକ୍‌ ବହୁ ସଂଗଠନ ଦ୍ୱାରା ପ୍ରଶଂସିତ ମଧ୍ୟ ହୋଇଛନ୍ତି।

ହାଜିକ୍‌ଙ୍କ କହିବା କଥା. ତାଙ୍କ ନିର୍ମିତ ଜିଜାଇନ୍‌ର ଜାହାଜର ତଳେ ଗୋଟେ ମେସିନ୍‌ ରହିଛି, ଯାହା ସମୁଦ୍ରରୁ ପ୍ଲାଷ୍ଟିକ୍‌ ଶୋଷି ଆଣି ତାର ଆକାର ଅନୁସାରେ ପୃଥକ୍‌ କରିଦେବ। ଜାହାଜ ତଳେ ରହିଥିବା ସେନ୍‌ସର୍‌ ସମୁଦ୍ରରେ ଭାସିବା ସମୟରେ ସାମୁଦ୍ରିକ ଜୀବକୁ ଠଉରେଇବାରେ ସକ୍ଷମ ହେବା ସହ ପାଣି ଓ ପ୍ଲାଷ୍ଟିକ୍‌କୁ ଚିହ୍ନଟ ମଧ୍ୟ କରି ପାରିବ।

ହାଜିକ୍‌ଙ୍କ କହିବା ଅନୁଯାୟୀ, ଏହି ଜାହାଜ ସମ୍ପର୍କରେ ଯୋଜନା ପ୍ରଥମେ ଚିନ୍ତା କରିବା ସମୟରେ ତାଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିଲା। ପ୍ଲାଷ୍ଟିକ୍‌ ଏବଂ ପ୍ରଦୂଷଣ ସମ୍ପର୍କରେ ଅଧିକ ପଢିବା ଏବଂ ବିଭିନ୍ନ ଡକ୍ୟୁମେଣ୍ଟାରୀ ଦେଖିବା ପରେ ସେ ଏହି ଜାହାଜର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି।



from Odisha Reporter http://bit.ly/2R9rmCy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages