
ଲକ୍ଷ୍ନୌ: ଉତ୍ତର ପ୍ରଦେଶରର ବୁଲନ୍ଦଶହର ଗୋ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଥିବା ଦଙ୍ଗା ଏବଂ ଏହାପରେ ପୁଲିସ୍ ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଶେଷରେ ପୁଲିସ୍ ଗିରଫ କରିଛି। ୨୦୧୯ର ପ୍ରଥମ ଦିନରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତ କାଲୁଆକୁ ବୁଲନ୍ଦଶହରର ଏକ ଅପହଞ୍ଚ ଗାଁରୁ ଗିରଫ କରିଛି।
ଏସ୍ଏସ୍ପି ପ୍ରଭାକର ଚୌଧୁରୀ କହିଛନ୍ତି, ମଙ୍ଗଳବାର ଭୋର ସମୟରେ କାଲୁଆ ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ପୁଲିସ୍ ସେ ଲୁଚିଥିବା ସ୍ଥାନରେ ଚଢ଼ଉ କରି ତାକୁ ଗିରଫ କରାଯାଇଛି। ତା’ ନିକଟରୁ ହତ୍ୟାରେ ବ୍ୟବହୃତ କୁରାଢ଼ୀ ଜବତ କରାଯାଇଛି। ଏହି କୁରାଢ଼ୀ ଦ୍ୱାରା ହିଁ କାଲୁଆ ପ୍ରଥମେ ସୁବୋଧ କୁମାରଙ୍କୁ ଆକ୍ରମଣ କରିଥିଲା। ପୁଲିସ୍ ତା’କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଯୋଜନା କରିଥିବା ସେ କହିଛନ୍ତି।
from Odisha Reporter http://bit.ly/2Qjsmne
No comments:
Post a Comment