ଦଳ ଛାଡ଼ିବେ କଂଗ୍ରେସ ବିଧାୟକ ପ୍ରକାଶ ବେହେରା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

ଦଳ ଛାଡ଼ିବେ କଂଗ୍ରେସ ବିଧାୟକ ପ୍ରକାଶ ବେହେରା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଲେପୁରର ବିଧାୟକ ପ୍ରକାଶ ବେହେରା ଯେକୌଣସି ମୁହୂର୍ତ୍ତରେ କଂଗ୍ରେସକୁ ସବୁଦିନ ପାଇଁ ବାଏ ବାଏ କରିବେ ବୋଲି ଜଣାପଡ଼ିଛି। ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଯୋଗେଶ ସିଂ ଓ ନବ ଦାସଙ୍କ ପରେ ପ୍ରକାଶ ଚତୁର୍ଥ ବିଧାୟକ ଭାବେ ଖୁବଶୀଘ୍ର କଂଗ୍ରେସରୁ ଇସ୍ତଫା ଦେବାର ସମ୍ଭାବନା ରହିଛି।

ବିଜେଡି ସୂତ୍ର ଅନୁସାରେ, ଶ୍ରୀ ବେହେରାଙ୍କୁ ଦଳରେ ସାମିଲ କରିବା ପାଇଁ ବିଜେଡି ନେତୃତ୍ୱ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। କେବଳ କେଉଁ ଦିନ ଏହି ମିଶ୍ରଣ ପର୍ବ ହେବ ତାହା ସ୍ଥିର ହୋଇନି। ପ୍ରକାଶଙ୍କ ମିଶ୍ରଣ ତାରିଖ ସମ୍ପର୍କରେ ଦିନେ ଦୁଇଦିନ ମଧ୍ୟରେ ବିଜେଡି ନେତୃତ୍ୱ ନିଷ୍ପତ୍ତି ନେବେ। ପ୍ରକାଶଙ୍କୁ ବିଜେଡିରେ ସାମିଲ କରିବା ପାଇଁ ଦଳ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନୀ ବର୍ଷରେ ବିଜେଡି କଟକରେ ଜିଲ୍ଲା ସଭାପତି ପରିବର୍ତ୍ତନ କରିବା ମଧ୍ୟ ଏହାର ଏକ ଅଂଶବିଶେଷ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ପ୍ରକାଶଙ୍କୁ ଦଳରେ ସାମିଲ କରିବା ପାଇଁ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି।

ଆଜି ସାଲେପୁରରେ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ଏକ କାର୍ଯ୍ୟକ୍ରମ ଥିବାବେଳେ ପ୍ରକାଶ ଦଳୀୟ ପୋଷ୍ଟର ଓ ବ୍ୟାନର ନମାରି ଏକ ବିଶାଳ ରୋଡ୍ ଶୋ’ କରି ନିଜର ପତିଆରା ଦେଖାଇଛନ୍ତି। ଅମିତ୍ ଶାହଙ୍କ କାର୍ଯ୍ୟକ୍ରମ ଆଳରେ ସାଲେପୁରରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିଛି। ବିଜେପିର କାର୍ଯ୍ୟକ୍ରମକୁ ଚ୍ୟାଲେଞ୍ଜ ଦେଇ ସାଲେପୁର ବଜାରରେ ଶ୍ରୀ ବେହେରା ଏକ ବିଶାଳ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଟାଙ୍ଗୀ- ସାଲେପୁରର ବିକାଶ ପାଇଁ ପୀରବଜାରଠୁ ସାଲେପୁର ବଜାର ପର୍ଯ୍ୟନ୍ତ ଏହି ପଦଯାତ୍ରାରେ ସାମିଲ ହେବା ପାଇଁ ଶ୍ରୀ ବେହେରା ଗତ କିଛିଦିନ ଧରି ପ୍ରସ୍ତୁତି ମଧ୍ୟ କରିଥିଲେ। ଏହି ପଦଯାତ୍ରାରେ କଂଗ୍ରେସର ଦଳର ଲୋକମାନେ ସାମିଲ ହୋଇଥିଲେ ମଧ୍ୟ କୌଣସି ଗୋଟିଏ ସ୍ଥାନରେ ବି ଦଳୀୟ ପତାକା କିମ୍ବା ବ୍ୟାନର ନଥିଲା । ଚର୍ଚ୍ଚା ହେଉଛି, ବିଜେଡିର ଇସାରାରେ ଶ୍ରୀ ବେହେରା ଆଜି ଏଭଳି କାର୍ଯ୍ୟକ୍ରମ କରିଥିଲେ। ଶ୍ରୀ ବେହେରାଙ୍କୁ ଦଳରେ ମିଶାଇ ବିଜେଡି ତାଙ୍କୁ କଟକ ସଦର ଆସନରୁ ପ୍ରାର୍ଥୀ କରିବାର ସମ୍ଭାବନା ସମ୍ପର୍କରେ ଏବେ ଚିନ୍ତା କରୁଛି।

ଅନ୍ୟପକ୍ଷରେ କଂଗ୍ରେସରେ ଥାଇ ମଧ୍ୟ ଦଳୀୟ ବ୍ୟାନରରେ କାର୍ଯ୍ୟକ୍ରମ ଆୟୋଜନ ନକରିବା ଉପରେ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇ ଶ୍ରୀ ବେହେରା କହିଛନ୍ତି ଯେ “ଦଳ କିମ୍ବା ଚିହ୍ନ ତାଙ୍କ ପାଇଁ ବଡ଼ ନୁହେଁ। ଲୋକସମ୍ପର୍କ ହିଁ ତାଙ୍କ ପାଇଁ ସବୁଠୁ ବଡ଼।’



from Odisha Reporter http://bit.ly/2Tkh4Bf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages