
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଧୂଳି ବେଳାକୁ ଶାସ୍ତ୍ରରେ ଶୁଭ ବୋଲି କୁହାଯାଇଛି। କୁହାଯାଏ ଏହି ସମୟରେ ଯେଉଁ କାର୍ଯ୍ୟ କରାଯାଏ, ତାହା ଶୁଭ ଓ ସଫଳ ହୋଇଥାଏ। ଅଧିକାଂଶ ଲୋକଙ୍କୁ ଏହି ଗୋଧୂଳି ବେଳା ବିଷୟରେ ଜଣା ନ ଥାଏ। ତା ହେଲେ ଆସନ୍ତୁ ଜାଣିବା ଗୋଧୁଳି ବେଳା ସମ୍ପର୍କରେ।
ଆପଣ ଶୁଣିଥିବେ, ବିବାହ ପାଇଁ ସନ୍ଧ୍ୟା ସମୟକୁ ସର୍ବୋକୃଷ୍ଟ ବୋଲି କୁହାଯାଇଥାଏ। ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ବେଳାକୁ ଶୁଭ କାହିଁକି କୁହାଯାଇଥାଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ସମୟରେ ବିବାହ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଗୋଧୂଳି ବେଳାର ଶାସ୍ତ୍ରରେ କ’ଣ ମହତ୍ୱ ରହିଛି।
ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଅସ୍ତ ହେଉଥିବା ବେଳା ଜଙ୍ଗଲରୁ ଗାଈ ଚରି ଫେରିଥାଏ। ଗୋରୁ କ୍ଷୁରାରେ ଭୁଇଁରେ ଧୂଳି ଉଡେ। ଆଉ ଏହି ବେଳାକୁ ‘ଗୋଧୂଳି କାଳ’ ବୋଲି କୁହାଯାଏ। ସେହିପରି ଶାସ୍ତ୍ରରେ ଆହୁରି ମଧ୍ୟ କୁହାଯାଇଛି, ଯେତେବେଳେ ଗାଈ ଘାସ ଚରି ଘରକୁ ଫେରିଥାନ୍ତି, ସେହି ସମୟରେ ତାଙ୍କ ଗୋଡ଼ରୁ ଧୂଳି ଉଡ଼ି ସୂର୍ଯ୍ୟଙ୍କର ଲାଲ୍ କିରଣକୁ ଢାଙ୍କି ଦେଇଥାଏ। ଠିକ୍ ସେହି ସମୟରେ ଯାଉଁ କର୍ମ କରାଯାଏ ତାହା ଶୁଭ।
ଗ୍ରହଦୋଷ, ମୃତ୍ୟୁ ଜନିତ ଦୋଷ ଆପଣଙ୍କ କୁଣ୍ଡଳୀରେ ଥିଲେ ଆପଣଙ୍କ ବିବାହ କରିବାରେ ସମସ୍ୟା ଦେଖା ଦେଇଥାଏ। ଏହି ଦୋଷ ଶାନ୍ତ କରିବା ପାଇଁ ଗୋଧୂଳି ବେଳାରେ ବିବାହ କରିବାକୁ ଅନେକ ଜ୍ୟୋତିର୍ବିତ୍ ପରାମର୍ଶ ଦେଇ ଏହାକୁ ଶୁଭ ଲଗ୍ନ ବୋଲି କହିଥାନ୍ତି।
ସେହିପରି ପୀୟୂଷ ଧାରା ଅନୁସାରେ, ସୂର୍ଯ୍ୟ ଅଧା ଅସ୍ତ ହୋଇଥିବା ସମୟରେ ୪୮ ମିନିଟ୍କୁ ଗୋଧୂଳି କାଳ କୁହାଯାଏ। ଶାସ୍ତ୍ର ଅନୁସାରେ, ଏହି ବେଳାରେ ବିବାହ କରିବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।
from Odisha Reporter http://bit.ly/2RSNRk8
No comments:
Post a Comment