ପ୍ରଥମ ଖେଳାଳି ଭାବେ ୱାସିମ ଜାଫର୍‌ କଲେ ଏହି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ପ୍ରଥମ ଖେଳାଳି ଭାବେ ୱାସିମ ଜାଫର୍‌ କଲେ ଏହି ରେକର୍ଡ

ନୂଆଦିଲ୍ଲୀ: ଭେଟରାନ୍‌ କ୍ରିକେଟର ୱାସିମ ଜାଫର ବିର୍ଦ୍ଦଭ ପାଇଁ କେରଳ ବିପକ୍ଷ ରଣଜୀ ଟ୍ରଫି ସେମିଫାଇନାଲ୍‌ର ପ୍ରଥମ ଇନିଂସ୍‌ରେ ମାତ୍ର ୩୪ ରନ୍‌ କରିଛନ୍ତି। ତେବେ ଏହି ୩୪ ରନ୍‌ ତାଙ୍କୁ ରେକର୍ଡ ଶିଖରରେ ପହଞ୍ଚାଇ ଦେଇଛି।

ସେ ରଣଜୀ ଟୁର୍ଣ୍ଣାମେଣ୍ଟର ପ୍ରଥମ ଖେଳାଳି ଭାବେ ଦୁଇଟି ଭିନ୍ନ ‍ ସିଜିନ୍‌ରେ ୧ ହଜାରରୁ ଅଧିକ ରନ୍‌ କରିବାର ରେକର୍ଡ କରିଛନ୍ତି। ଆଜିର ୩୪ ରନ୍‌ ପରେ ଚଳିତ ରଣଜୀ ସିଜିନ୍‌ରେ ଜାଫରଙ୍କ ସ୍କୋର ୧୦୦୩ରେ ପହଞ୍ଚି ଯାଇଛି। ଚଳିତ ରଣଜୀ ସିଜିନ୍‌ରେ ଜାଫର ୧୦ଟି ମ୍ୟାଚ୍‌ରେ ୪ଟି ଶତକ ଓ ୨ଟି ଅର୍ଦ୍ଧଶତକ ସହ ୭୭.୧୫ ହାରରେ ଏହି ରନ୍‌ କରିଛନ୍ତି। ପୂର୍ବରୁ ମୁମ୍ବାଇ ପକ୍ଷରୁ ଖେଳୁଥିବା ଜାଫର୍‌ ୨୦୦୮-୨୦୦୯ ରଣଜୀ ସିଜିନ୍‌ରେ ୧୨୬୦ ରନ୍‌ କରିଥିଲେ।

୪୦ ବର୍ଷୀୟ ଜାଫର ୧୯୯୬-୯୭ରେ ନିଜର ଫାଷ୍ଟକ୍ଲାସ୍‌ ଡେବ୍ୟୁ କରିଥିଲେ। ଏହାପର ଠାରୁ ସେ ରଣଜୀ ମ୍ୟାଚ୍‌ ଖେଳି ଚାଲିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦ରୁ ଅଧିକ ମ୍ୟାଚ୍‌ ଖେଳିଥିବା ଜାଫର ୫୭ଟି ଶତକ ଓ ୮୮ଟି ଅର୍ଦ୍ଧଶତକ ସହ ୧୯ ହଜାରରୁ ଅଧିକ ରନ୍‌ କରିସାରିଲେଣି। ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଅପରାଜିତ ୩୧୪ ଥିବା ବେଳେ ସେ ୫୧.୪୨ ହାରରେ ରନ୍‌ କରିଛନ୍ତି।



from Odisha Reporter http://bit.ly/2SbXM3X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages