ଏତେ ଦିନ ପରେ ଖଣି ଭିତରୁ ମିଳିଲା କେବଳ ହାଡ଼କଙ୍କାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଏତେ ଦିନ ପରେ ଖଣି ଭିତରୁ ମିଳିଲା କେବଳ ହାଡ଼କଙ୍କାଳ

ନୂଆଦିଲ୍ଲୀ: ମେଘାଳୟର ପୂର୍ବ ଜୟନ୍ତିଆ ହିଲ୍ସ ଜିଲ୍ଲାର ସରୁ ମୁହଁ ବିଶିଷ୍ଟ ବେଆଇନ କୋଇଲା ଖଣିରେ ଦୀର୍ଘ ୩୩ ଦିନ ଧରି ଫସି ରହିଥିବା ଶ୍ରମିକଙ୍କ ସନ୍ଧାନ ଜାରି ରହିଛି। ତେବେ ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଖବର ଖଣି ମଧ୍ୟରୁ ଆସିଛି। ନୌସେନା ଓ ପାଣି ମଧ୍ୟରେ ରିମୋଟ୍‌ ଦ୍ୱାରା ପରିଚାଳିତ ଯନ୍ତ୍ର ଦ୍ୱାରା ଖଣି ମଧ୍ୟରେ କିଛି ହାଡ଼ କଙ୍କାଳ ଠାବ କରାଯାଇଛି।

ଏଗୁଡ଼ିକ ନିଖୋଜ ୧୫ ଜଣ ଶ୍ରମିକଙ୍କର ହୋଇଥାଇପାରେ ବୋଲି କୁହାଯାଉଛି। ହେଲେ ଡିଏନ୍‌ଏ ପରୀକ୍ଷା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।

ଜଣେ ବରିଷ୍ଠ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, ଖଣି ମଧ୍ୟରେ ଅତ୍ୟଧିକ ପରିମାଣର ସଲଫର ରହିଥାଏ। ତେଣୁ ଶ୍ରମିକମାନଙ୍କ ମୃତଦେହ ଗୁଡ଼ିକ ଏଭଳି ମିଳେଇ ଯାଇ ହାଡ଼ କଙ୍କାଳରେ ପରିଣତ ହୋଇଯାଇଥିବ। କିନ୍ତ ଆମେ ଏବ ଫରେନ୍ସିକ ଟିମ୍‌କୁ ଡାକି ହାଡ଼ କଙ୍କାଳ ଗୁଡ଼ିକର ଡିଏନ୍‌ଏ ଟେଷ୍ଟ କରିବୁ ବୋଲି ସେ କହିଛନ୍ତି।

ଡିସେମ୍ବର ୧୩ ତାରିଖରେ ୧୮ ଜଣ ଶ୍ରମିକ ଖଣି ଭିତରକୁ ଯାଥିଲେ। ହେଲେ ଖଣି ନିକଟରେ ଥିବା ଲିଟେଇନ୍‌ ନଦୀର ଜଳ ସ୍ରୋତ ଏହା ମଧ୍ୟରେ ପ୍ରବେଶ କରିଯାଇଥିଲା। ୩ ଜଣ ଶ୍ରମିକ କୌଶଳ କ୍ରମେ ଖସି ଆସିବାକୁ ସକ୍ଷମ ହୋଇଥିଲେ ହେଁ ଅନ୍ୟ ୧୫ ଜଣ ସେବେଠାରୁ ଖଣି ମଧ୍ୟରେ ଫସି ରହିଛନ୍ତି।

ପାହାଡ଼ର ଶୀର୍ଷରେ ଥିବା ଏହି ଖଣିର ଚାରିପଟେ ଗଛ ରହିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନା, କୋଲ୍‌ ଇଣ୍ଡିଆ, ପ୍ରାକୃତିକ ବିପର୍ଯ୍ୟୟ ରେସପନ୍ସ ବାହିନୀ, ଓଡ଼ିଶା ଅଗ୍ନିଶମ ସେବା ଏବଂ ଘରୋଇ ପମ୍ପ ନିର୍ମାତା କିରଲୋସ୍କର ଆଦି ଏହି ସନ୍ଧାନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।



from Odisha Reporter http://bit.ly/2RQESzg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages