ସଚିନ୍‌ ଓ ବିରାଟ୍‌ଙ୍କୁ ପଛରେ ପକାଇଲେ ଏହି ନ୍ୟୁଜିଲ୍ୟାଣ୍ଡ ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ସଚିନ୍‌ ଓ ବିରାଟ୍‌ଙ୍କୁ ପଛରେ ପକାଇଲେ ଏହି ନ୍ୟୁଜିଲ୍ୟାଣ୍ଡ ଖେଳାଳି

ନେଲସନ୍‌: ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ତଥା ୩ୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡର ଭେଟରାନ୍‌ ବ୍ୟାଟସ୍‌ମ୍ୟାନ ରସ୍‌ ଟେଲର ୧୩୧ ବଲ୍‌ରେ ୧୩୭ ରନ୍‌ କରି ଏକାଧିକ ରେକର୍ଡ କରିଛନ୍ତି। ଟେଲରଙ୍କ ଏହି ଶତକ ବଳରେ ନେଲସନ୍‌ଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆକୁ ନ୍ୟୁଜିଲ୍ୟାଣ୍ଡ ୧୧୫ ରନ୍‌ରେ ଜିତି ୩-୦ରେ ସିରିଜ୍‌ ଜିତି ନେଇଛି।

ଏହି ଇନିଂସ ପରେ ଟେଲର ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଖେଳାଳି ଭାବେ ଦିନିକିଆରେ ୨୦ଟି ଶତକ ହାସଲ କରିଛନ୍ତି। ସେହିପରି ଗତ ୬ଟି ଇନିଂସରେ ଟେଲର ଯଥାକ୍ରମେ ଅପରାଜିତ ୧୮୧, ୮୦, ୮୬ ଅପରାଜିତ, ୫୪, ୯୦ ଓ ୧୩୭ ରନ୍‌ କରିଛନ୍ତି।

ଟେଲର ଆଜି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର ଓ ବର୍ତ୍ତମାନର ଅଧିନାୟକ ବିରାଟ୍‌ କୋହଲି ଦିନିକିଆରେ କରିଥିବା ରେକର୍ଡ ଭାଙ୍ଗି ଦେଇଛନ୍ତି। ଟେଲର ଦିନିକିଆରେ କ୍ରମାଗତ ଭାବେ ୬ ଥର ୫୦ରୁ ଅଧିକ ରନ୍‌ କରିଥିବା ବେଳେ ସଚିନ ତେନ୍ଦୁଲକର ଓ ବିରାଟ୍‌ କୋହଲି ୫ଥର ଏଭଳି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ପୂର୍ବତନ ପାକିସ୍ତାନ ବ୍ୟାଟସ୍‌ମ୍ୟାନ୍‌ ମହମ୍ମଦ ୟୁସୁଫ, ୱେଷ୍ଟଇଣ୍ଡିଜ୍‌ର ଗର୍ଡନ ଗ୍ରୀନିଜ ଓ ଅଷ୍ଟ୍ରେଲିଆର ମାର୍କ ୱ ୬ଥର ଏଭଳି ରେକର୍ଡ କରିଛନ୍ତି। ତେବେ ୧୯୮୭ରେ ପାକିସ୍ତାନର ଜାଭେଦ ମିଆଁଦାଦ ସର୍ବାଧିକ ୯ଥର ୫୦ରୁ ଅଧିକ ରନ୍‌ କ୍ରମାଗତ ଭାବେ କରି ରେକର୍ଡ ନିଜ ନାଁରେ ରଖିଛନ୍ତି।

ମ୍ୟାଚ୍‌ କଥା ବିଚାରକୁ ନେଲେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୩୬୪ ରନ୍‌ କରିଥିଲା। ଏହାର ଜବାବରେ ଭ୍ରମଣକାରୀ ଶ୍ରୀଲଙ୍କା ୪୨ ଓଭର୍‌ରେ ୨୪୯ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ତିସାରା ପେରେରା ସର୍ବାଧିକ ୮୦ ରନ୍‌ର ଇନିଂସ୍‌ ଖେଳିଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟେଲର ୧୩୭ ରନ୍‌ କରିଥିବା ବେଳେ ହେନେରୀ ନିକୋଲାସ ୮୦ଟି ବଲ୍‌ରେ ୧୨୪ ରନ୍‌ର ଇନିଂସ୍‌ ଖେଳିଥିଲେ।



from Odisha Reporter http://bit.ly/2CXe1t2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages