
ଗୁହାଟୀ: ଦୀର୍ଘ ୪୨ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ନୌସେନା ମେଘାଳୟର ବେଆଇନ କୋଇଲା ଖଣିରେ ଫସି ରହିଥିବା ୧୫ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ଶବ ବାହାରକୁ ଆଣିଛି। ତେବେ ଭୂପୃଷ୍ଠରୁ ୩୭୦ ଫୁଟ୍ ତଳେ ଓ ତା’ ପୁଣି ପାଣି ମଧ୍ୟରେ ଫସି ରହିଥିବାରୁ ଉକ୍ତ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆଜି ନୌସେନା ତାଙ୍କ ପଚି ଯାଇଥିବା ଶବକୁ ବାହାରକୁ ଆଣିବାରେ ସକ୍ଷମ ହୋଇଛି। ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଗତ ସପ୍ତାହରେ ପାଣି ଭିତରେ ନୌସେନା ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ଏହି ମୃତଦେହଟିକୁ ଠାବ କରିଥିଲା। କିନ୍ତୁ ଏହାକୁ ବାହାରକୁ ଆଣି ପାରି ନଥିଲା। ଆଜି ବହୁତ ପରିଶ୍ରମ କରି ମୃତଦେହକୁ ବାହାରକୁ ଅଣାଯାଇଛି। ପାଣି ଭର୍ତ୍ତି ଖଣିର ୧୦୦ ଫୁଟ୍ ଗଭୀରତାରୁ ଏହି ମୃତଦେହକୁ ପ୍ରଥମେ ଏକ ଚଟାଣକୁ ଅଣା ଯାଇଥିଲା।
ଏହାପରେ କ୍ରେନ୍ ସାହାଯ୍ୟରେ ଖଣି ଭିତରରୁ ବାହାରକୁ ଅଣା ଯାଇଥିଲା। ଆରଓଭି ଜରିଆରେ ଅକ୍ଲାନ୍ତ ପରିଶ୍ରମ କରି ନୌସେନାର କର୍ମଚାରୀମାନେ ଅନ୍ୟ ଶ୍ରମିକମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ବୋଲି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ କହିଛନ୍ତି।
ଡିସେମ୍ବର ୧୩ରେ ୧୮ ଜଣ ଶ୍ରମିକ ବେଆଇନ ଭାବେ ଚାଲିଥିବା ଜୟନ୍ତିଆ ଖଣିରେ କାର୍ଯ୍ୟ କରୁଥିବା ବେଳେ ହଠାତ୍ ନିକଟସ୍ଥ ଏକ ନଦୀର ବନ୍ୟା ଜଳ ଏହା ମଧ୍ୟରେ ପ୍ରବେଶ କରି ଯାଇଥିଲା। କୌଶଳକ୍ରମେ ୩ ଜଣ ଶ୍ରମିକ ବାହାରକୁ ଆସି ପାରିଥିଲେ। ଆଜି ଜଣଙ୍କର ଶବ ଉଦ୍ଧାର ହୋଇଛି। କିନ୍ତୁ ଅନ୍ୟ ୧୪ଜଣ ଶ୍ରମିକଙ୍କ ସମ୍ପର୍କରେ କୌଣସି ସୂଚନା ଏଯାଏ ମିଳିପାରିନାହିଁ।
from Odisha Reporter http://bit.ly/2S3nSpz
No comments:
Post a Comment