ସିଜେଆଇଙ୍କ ପରେ ଜଷ୍ଟିସ୍‌ ଏକେ ସିକ୍ରି ମଧ୍ୟ ସିବିଆଇ ଶୁଣାଣିରୁ ଓହରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ସିଜେଆଇଙ୍କ ପରେ ଜଷ୍ଟିସ୍‌ ଏକେ ସିକ୍ରି ମଧ୍ୟ ସିବିଆଇ ଶୁଣାଣିରୁ ଓହରିଲେ

ନୂଆଦିଲ୍ଲୀ: ସିବିଆଇର ଅନ୍ତରୀଣ ମୁଖ୍ୟ ଏମ୍‌ ନାଗେଶ୍ୱର ରାଓଙ୍କ ନିଯୁକ୍ତି ବିରୋଧରେ ଆଗତ ଆବେଦନର ଶୁଣାଣିରୁ ଆଜି ସୁପ୍ରିମକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏକେ ସିକ୍ରି ଓହରି ଯାଇଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ମଧ୍ୟ ଏହି ଶୁଣାଣିରୁ ଓହରି ଯାଇଥିଲେ। ଫଳରେ ଏହି ଆବେଦନଟି ଜଷ୍ଟିସ୍‌ ସିକ୍ରିଙ୍କ ଖଣ୍ଡପୀଠକୁ ଯାଇଥିଲା। କିନ୍ତୁ ଏବେ ସେ ବି ଏଥିରୁ ଓହରି ଯାଇଛନ୍ତି।

ପୂର୍ବରୁ ସିବିଆଇ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆଲୋକ ବର୍ମା ଉପରେ ନିଷ୍ପତ୍ତି ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ହାଇପାୱାର ସିଲେକସନ୍‌ କମିଟି ବସିଥିଲା। ଏଥିରେ ପ୍ରଧାନ ବିଚାରପତି ଓ ବିରୋଧୀ ଦଳ ନେତା ମଧ୍ୟ ରହିଛନ୍ତି। କିନ୍ତୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇ ବୈଠକକୁ ନ ଯାଇ ଜଷ୍ଟିସ୍‌ ସିକ୍ରିଙ୍କୁ ପଠାଇଥିଲେ। ଏହି ବୈଠକରେ ଆଲୋକ ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟା ଯାଇଥିଲା।

ଆଜିର ଶୁଣାଣି ବେଳେ ଆବେଦନକାରୀ କମନ୍‌ କଜ୍‌ ପକ୍ଷରୁ ଓକିଲ ଦୁଷ୍ୟନ୍ତ ଡାଭେ କହିଥିଲେ,“ ଜଷ୍ଟିସ୍ ସିକ୍ରି ମାମଲାର ଶୁଣାଣିରୁ ଓହରି ଏକ ଭୁଲ ବାର୍ତ୍ତା ଦେଉଛନ୍ତି। ଆମେ ଭାବୁଛୁ ଏମ୍‌ ନାଗେଶ୍ୱର ରାଓଙ୍କ ମାମଲାର ଶୁଣାଣି କୋର୍ଟ ବୋଧେ କରିବାକୁ ଚାହୁଁନାହାନ୍ତି।

ଗତ ବୈଠକରେ ଆପଣଙ୍କ ଯୋଗଦାନ ସହ ଏହି ମାମଲାର କୌଣସି ସମ୍ପର୍କ ନାହିଁ। ଆପଣ ଏହି ମାମଲା ଶୁଣାଣି କଲେ, ଆମର କୌଣସି ଅସୁବିଧା ନାହିଁ। ଏଭଳି ମାମଲାରୁ ବିଚାରପତି ଓହରି ଯିବା ସରକାରଙ୍କୁ ସୁହାଉଛି। ଏହା ଏକ ଭୁଲ ବାର୍ତ୍ତା ଦେବା ସହ ବ୍ୟକ୍ତିଗତ ସ୍ତରକୁ ଚାଲି ଯାଉଛି। ଆଲୋକ ବର୍ମାଙ୍କୁ ହଟାଇବା ବେଳେ କୋର୍ଟ ନିଜର କାର୍ଯ୍ୟ କରୁଛନ୍ତି ହେଲେ ନୂଆ ନିଯୁକ୍ତି ସମୟରେ କୋର୍ଟ ନିଜ ଦାୟିତ୍ୱରୁ ଓହରି ଯାଉଛନ୍ତି।”

ଏହାର ଜବାବରେ ଜଷ୍ଟିସ୍‌ ସିକ୍ରି କହିଥିଲେ, “ଆପଣ ମୋତେ ଓ ମୋ ପୋଜିସନ୍‌କୁ ଭଲ ଭାବେ ଜାଣିଛନ୍ତି। ମୁଁ ଯେବେଠାରୁ ମାମଲାରୁ ଓହରିବାକୁ ନିଷ୍ପତ୍ତି ନେଇଛି, ସେବେଠାରୁ ଆଉ କିଛି କହିବି ନାହିଁ ବୋଲି ନିଷ୍ପତ୍ତି ନେଇଛି। ମୁଁ ଏକମତ ଯେ ଏହି ଆବେଦନ ଏକାଧିକ ପ୍ରସଙ୍ଗକୁ ଉଥାପନ କରୁଛି। ଆମେ ଆସନ୍ତାକାଲି ଏହା ଉପରେ ବିଚାର କରିବା। କେବଳ ମୁଁ ଏହି ମାମଲାର ଶୁଣାଣି କରିବାକୁ ଚାହୁଁନାହିଁ।”

ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ସିକ୍ରିଙ୍କ ବ୍ୟତୀତ ଜଷ୍ଟିସ୍‌ ଏସ୍‌ ଅବଦୁଲ ନଜିର ଓ ଜଷ୍ଟିସ୍‌ ଏମ୍‌ଆର ସିହ୍ନା ରହିଛନ୍ତି।

୧୯୮୬ ଓଡ଼ିଶା କ୍ୟାଡର ଏମ୍‌ ନାଗେଶ୍ୱର ରାଓଙ୍କୁ କେନ୍ଦ୍ର ସରକାର ବେଆଇନ୍‌ ଭାବେ ନିଯୁକ୍ତି ଦେଇଥିବା ଅଭିଯୋଗ କରି ଏକ ଏନ୍‌ଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଗତ ଅକ୍ଟୋବର ୨୩ ତାରିଖରେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ରାତିଅଧିଆ ଛୁଟିରେ ପଠାଯିବାପରେ ନାଗେଶ୍ୱର ରାଓ ଭୋର ୨ଟାରେ ଦାୟିତ୍ୱ ନେଇଥିଲେ।



from Odisha Reporter http://bit.ly/2AZLf9D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages