ଚାଷୀଙ୍କ ପାଇଁ ‘ଦରଦ’ର ଦିନ: ବିଜେଡି ଦିଲ୍ଲୀରେ, ବିଜେପିର ସଚିବାଳୟ ଓ କଂଗ୍ରେସର ରାଜଭବନ ଆଗରେ କାର୍ଯ୍ୟକ୍ରମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ଚାଷୀଙ୍କ ପାଇଁ ‘ଦରଦ’ର ଦିନ: ବିଜେଡି ଦିଲ୍ଲୀରେ, ବିଜେପିର ସଚିବାଳୟ ଓ କଂଗ୍ରେସର ରାଜଭବନ ଆଗରେ କାର୍ଯ୍ୟକ୍ରମ

farmer-cultivate

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବାବେଳେ ୩ ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସ ଆସନ୍ତାକାଲି ଚାଷୀଙ୍କ ପାଇଁ ଦରଦ ଦେଖାଇବାକୁ ଅଣ୍ଟା ଭିଡ଼ିଛନ୍ତି। ଧାନର ଏମଏସପି ଦାବିରେ ବିଜେଡିରେ ଦିଲ୍ଲୀରେ କର୍ମୀଙ୍କ ସମାବେଶ କରୁଥିବାବେଳେ ବିଜେପି ରାଜ୍ୟ ସଚିବାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ। ସେହିପରି କଂଗ୍ରେସ କର୍ମୀମାନେ ରାଜଭବନ ସମ୍ମୁଖରେ ଧାରଣା ଦେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବେ ବୋଲି ସୂଚନା ମିଳିଛି।

ନରେନ୍ଦ୍ର ମୋଦି ସରକାରର ବିଫଳତାକୁ ନେଇ ଟ୍ରେଡ୍ ୟୁନିୟନଗୁଡ଼ିକ ପକ୍ଷରୁ ୮ ଓ ୯ତାରିଖ ଦୁଇଦିନ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିବାବେଳେ ଏହି ୩ ପ୍ରମୁଖ ଦଳର ଚାଷୀ ସମସ୍ୟାକୁ ନେଇ କାର୍ଯ୍ୟକ୍ରମ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି।

ପିସିସି କଂଗ୍ରେସ କିଷାନ୍ ସେଲ୍ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛନ୍ତି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରର ତୃଟିପୂର୍ଣ୍ଣ କୃଷିନୀତି ଯୋଗୁଁ ଚାଷୀ ଅହେତୁକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ନିକଟରେ ଛତିଶଗଡ଼ ସରକାର ଚାଷୀଙ୍କ ବାସ୍ତବ ସମସ୍ୟାକୁ ଅନୁଭବ କରି ଧାନ ସହାୟକ ମୂଲ୍ୟ ଉପରେ କ୍ୱିଣ୍ଟାଲ ପିଚ୍ଛା ଚାଷୀଙ୍କୁ ୭୫୦ ଟଙ୍କା ବୋନସ୍ ଦେଇ ୨୫୦୦ ଟଙ୍କାରେ ଧାନ କିଣୁଥିବା ବେଳେ ରାଜ୍ୟରେ ବିଜେଡି ସରକାର କେବଳ ଚାଷୀଙ୍କୁ ଭଣ୍ଡାଇ ଭୁତାଇ ଚାଲିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ଆଉ ୩ ମାସ ରହିଥିବା ବେଳେ ଲୋକ ଦେଖାଣିଆ ଭାବେ ବିଜେଡ଼ି ଦଳ ଓ ସରକାର ଚାଷୀଙ୍କ ମନ ଭୁଲାଇବା ପାଇଁ ଦିଲ୍ଲୀରେ ସଂସଦ ଘେରାଉ ନାମରେ ନାଟକବାଜି କରୁଛନ୍ତି ଓ ଅପର ପକ୍ଷରେ ରାଜ୍ୟର ବିଜେପି ଦଳ ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ରରେ ଦାବି କରି ଚାଷୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ତେଣୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ଓ କ୍ୱିଣ୍ଟାଲ ପିଛା ୭୫୦ ଟଙ୍କା ବୋନସ ଦାବିରେ ଆସନ୍ତା କାଲି କିଷାନ କଂଗ୍ରେସ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲା ପ୍ରତିନିଧିମାନଙ୍କୁ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ।

ସେହିପରି ବିଜେପି ପକ୍ଷରୁ କୃଷିଋଣ ଛାଡ଼ ଓ ଚାଷୀଙ୍କୁ ବୋନସ ପ୍ରଦାନ ଦାବିରେ ସଚିବାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ। ଏଥିପାଇଁ ବିଜେପି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ବିଜେଡି ଆସନ୍ତାକାଲି ଦିଲ୍ଲୀର ତାଲକୋଟରା ଷ୍ଟାଡିୟମ ଭିତରେ ଚାଷୀ ସମାବେଶ ଓ ଧାରଣା କାର୍ଯ୍ୟକ୍ରମର ଆୟୋଜନ କରିଛି। ଏଥିରେ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ଦାବିକୁ ଜୋରଦାର କରିବେ।

ତେବେ ଆସନ୍ତାକାଲି ଟ୍ରେଡ୍ ୟୁନିୟନଗୁଡ଼ିକର ଧର୍ମଘଟ ଭିତରେ ଏହି ୩ ପ୍ରମୁଖ ରାଜନୀତିକ ଦଳର ଚାଷୀ ସମସ୍ୟାକୁ ନେଇ ଲୋକଦେଖାଣିଆ ଦରଦ କେତେ ପରିମାଣରେ ସେମାନଙ୍କ ଭୋଟ୍ ବ୍ୟାଙ୍କ ରାଜନୀତିକୁ ସୁଦୃଢ଼ କରୁଛି, ତାହା ଦେଖିବାର କଥା।



from Odisha Reporter http://bit.ly/2VDcqjc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages