
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେ ବିଦ୍ରୋହୀ ଥିଲେ। ସମୟ କ୍ରମେ ନୁହଁ ବରଂ ଜନ୍ମଜାତ। ସେ ଅତ୍ୟନ୍ତ ସରଳ ସ୍ୱଭାବର ଥିଲେ। ଏମିତିକି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ନା ତାଙ୍କ ଗାଡ଼ିରେ ଥିଲା ନାଲିବତି ନା ତାଙ୍କ ପାଖକୁ ଯିବାକୁ କୌଣସି ପ୍ରୋଟୋକଲ ମାନିବାକୁ ପଡୁଥିଲା। ଜନତାର ସେବା ଆଉ ନିଜ ଦୃଢ଼ ନିଷ୍ପତ୍ତି କାରଣରୁ ସେ ଥିଲେ ଜଣେ ଲୋକପ୍ରିୟ ରାଜନେତା।
ଇନ୍ଦିରାଗାନ୍ଧୀଙ୍କ ପ୍ରଚଣ୍ଡ ବିରୋଧୀ ଏହି ପ୍ରଖ୍ୟାତ ରାଜନେତାଙ୍କୁ ୧୯୭୫ ମସିହାର ଜରୁରୀକାଳିନ ପରିସ୍ଥିତି ସମୟରେ ବାନ୍ଧିବାକୁ ସାରା ଦେଶକୁ ଖେଦିଗଲା ପୁଲିସ୍। ସେ ଅତି ଚତୁରତାର ସହ ଭୂମିଗତ ହେଲେ, ଛପିଗଲେ ଯେ, କେହି ପାଇଲେନି। ଦାଢ଼ି ବଢ଼ାଇ ବୁଲିଲେ ଜଣେ ପଞ୍ଜାବୀ ଲୋକର ବେଶ ନେଇ। ସାରା ଦେଶ ବୁଲିଲେ। ଏହି ବେଶ ବଦଳାଇ ବୁଲିବା ବେଳେ ଜଣେ ପଞ୍ଚାବୀର ପରିଚୟ ଦେବାକୁ ଯାଇ ସେ ନିଜ ନାଁ ବଦଳାଇ ଦେଲେ।
ଜର୍ଜ ଫର୍ଣ୍ଣାଣ୍ଡେଜ ପାଲଟିଯାଇଥିଲେ “ଖୁଶୱନ୍ତ ସିଂହ”। ହେଲେ ଶେଷରେ ସେ ଧରାପଡିଲେ। ଗୁଳିମାଡ଼ ବି ଖାଇଲେ।
୧୯୮୪ର ଶିଖ୍ ଦଙ୍ଗା ଓ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ପୀଡ଼ିତଙ୍କ ଥଇଥାନ ଆଉ ସେମାନଙ୍କ ପୁନର୍ବାସ କାମରେ ଲାଗିପଡ଼ିଲେ ଜର୍ଜ। କେତେକାଂଶରେ ସଫଳ ମଧ୍ୟ ହେଲେ।
ବାଜପେୟୀ ସରକାର ସମୟରେ ତାଙ୍କୁ ମିଳିଲା ଗୁରୁ ଦାୟିତ୍ୱ, ସେ ହେଲେ ପ୍ରତିରକ୍ଷା ମନ୍ତ୍ରୀ। କଠୋର କଣ୍ଠରେ ଚୀନ୍କୁ ଦେଶର ପରମଶତ୍ରୁ ବୋଲି ଉଦ୍ଘୋଷଣା କଲେ। ତିବ୍ଦତ୍ ଯେ ଭାରତର ଏକ ଅଂଶ, ଏ କଥା କହିବାକୁ ସେ କେବେ ଭୁଲୁ ନ ଥିଲେ।
ବାସ୍ତବରେ ସେ ଜଣେ ମହାନ୍ ସଗ୍ରାମୀ ଥିଲେ ବୋଲି ନିଜ ପୁସ୍ତକ ‘ଦି ଗୁଡ୍, ଦି ବ୍ୟାଡ୍ ଏଣ୍ଡ ଦ ରିଡିକ୍ୟୁଲସ୍’ ପୁସ୍ତକରେ ଲେଖିଛନ୍ତି ସାମ୍ବାଦିକ ଖୁଶୱନ୍ତ ସଂହ।
ଆଜି ଏହି ପ୍ରଚଣ୍ଡ ସଂଗ୍ରାମୀଙ୍କ ଆବର୍ତ୍ତମାନରେ ଏ ଦେଶ ନିଶ୍ଚିତ ତାଙ୍କୁ ବହୁ କାଳ ଝୁରିବ, ଏଥିରେ ସନ୍ଦେହ ନାହିଁ।
from Odisha Reporter http://bit.ly/2CTGqPp
No comments:
Post a Comment