
ମାଉଣ୍ଟ ମାଙ୍ଗାନୁଇ: ଭାରତ ପୁରୁଷ ଦଳ ଭଳି ମହିଳା ଦଳ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ମାଟିରେ ଇତିହାସ ରଚିଛି। ସୋମବାର ବିରାଟ୍ ବାହିନୀ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ ଟିକିଆ ଦିନିକିଆ ସିରିଜ୍ ୩-୦ରେ ଆଗୁଆ କବଜା କରିଥିବା ବେଳେ ଆଜି ମିତାଲି ରାଜଙ୍କ ମହିଳା ଦଳ ୩ଟିକିଆ ଦିନିକିଆ ସିରିଜ୍କୁ ୨-୦ରେ ଜିତି ନେଇଛି।
ପ୍ରଥମ ମ୍ୟାଚ୍ରେ ଶତକ ହାସଲ କରି ଭାରତକୁ ଜିତାଇ ଥିବା ସ୍ମୃତି ମନ୍ଧାନା ଆଜି ମାଉଣ୍ଟ ମାଙ୍ଗାନୁଇ ସ୍ଥିତ ୨ୟ ଦିନିକିଆରେ ୯୦ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ତାଙ୍କୁ ଅଧିନାୟକ ମିତାଲି ରାଜ ଭରପୂର ସହଯୋଗ କରିବା ସହ ୬୩ ରନ୍ କରି ଅପରାଜିତ ରହିବା ସହ ୩୫.୨ ଓଭର୍ରେ ଭାରତ ପାଇଁ ବିଜୟର ମୁଣ୍ଡି ମାରିଥିଲେ। ଦ୍ୱିତୀୟ ଦିନିକିଆକୁ ୮ ୱିକେଟ୍ରେ ଜିତି ଭାରତ ୩ ଟିକିଆ ସିରିଜ୍କୁ ଆଗୁଆ ୨-୦ରେ କବଜା କରିନେଇଛି।
ଟସ୍ ଜିତି ପ୍ରଥମ ବୋଲିଂ କରୁଥିବା ଭାରତୀୟ ମହିଳା ଦଳ ନ୍ୟୁଜିଲ୍ୟାଣ୍ଡକୁ ୪୪.୨ ଓଭର୍ରେ ୧୬୧ ରନ୍ରେ ଅଲଆଉଟ୍ କରିଦେଇଥିଲା। ୧୬୨ ରନ୍ର ପିଛା କରୁଥିବା ଟିମ୍ ଇଣ୍ଡିଆ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର ୧୫ ରନ୍ରେ ଓପନର ଜେମିମା ରୋଡ୍ରିଗସ୍ ଓ ୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଦୀପ୍ତି ଶର୍ମାଙ୍କୁ ହରାଇଥିଲା।
ତେବେ ସ୍ମୃତି ମନ୍ଧାନା ଓ ମିତାଲି ରାଜ ତୃତୀୟ ୱିକେଟ୍ ପାଇଁ ଅପରାଜିତ ୧୫୧ ରନ୍ର ଭାଗୀଦାରି କରି ଦଳକୁ ବିଜୟୀ କରାଇଥିଲେ। ଜିତିବାକୁ ୧ ରନ୍ ଥିବା ବେଳେ ମିତାଲି ରାଜ ଏକ ବିଶାଳ ଛକା ମାରି ମ୍ୟାଚ୍ ସହ ସିରିଜ୍ ଦଖଲ କରିଥିଲେ। ମନ୍ଧାନା ୮୨ଟି ବଲ୍ରେ ୯୦ ଓ ମିତାଲି ୧୧୧ଟି ବଲ୍ରେ ୬୩ ରନ୍ କରିଥିଲେ।
from Odisha Reporter http://bit.ly/2RSNTZi
No comments:
Post a Comment