୫ ଜଣଙ୍କୁ ହତ୍ୟା ଘଟଣାରେ ୬ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

୫ ଜଣଙ୍କୁ ହତ୍ୟା ଘଟଣାରେ ୬ ଅଟକ

deadbody

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ଇନ୍ଦୁପୁର ଗାଁରେ ଜଣେ ମହିଳା ଓ ତାଙ୍କ ଚାରି ଛୁଆଙ୍କୁ ହତ୍ୟା ଘଟଣାରେ ପୁଲିସ୍ ୬ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଶାବଳ ଜବତ ହୋଇଛି ବୋଲି ସୂଚନା ମିଳିଛି। ଅଟକ ଅଭିଯୁକ୍ତ ମାନେ ମୃତକଙ୍କ ପଡୋଶୀ ବୋଲି ଜଣାପଡ଼ିଛି।

ଗତକାଲି ଦିନ ତମାମ ଘଟଣାର ଖୋଳତାଡ଼ କରିବା ପରେ ଅପରାହ୍ଣରେ ଗାଁ ନିକଟ କୂଅ ଭିତରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକମାନେ ହେଲେ ମାଙ୍ଗିରି ମୁଣ୍ଡା, ତାଙ୍କର ୨ ଝିଅ ଓ ୨ ପୁଅ।

ପ୍ରଥମେ ପାଣିରେ ଭାସୁଥିବା ଅବସ୍ଥାରେ ମାଙ୍ଗିରି ଓ ତାଙ୍କ ବଡ଼ ଝିଅର ମୃତଦେହକୁ ପୁଲିସ୍ ଉଦ୍ଧାର କରିଥିଲା। ପରେ ଅନ୍ୟ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ମାଙ୍ଗିରିଙ୍କ ସ୍ୱାମୀ ବାହାରେ ରହନ୍ତି। ସେ ଗତକାଲି ଘରକୁ ଫେରିଥିଲେ। ହେଲେ ଘରେ ସ୍ତ୍ରୀ ଓ ଛୁଆଙ୍କୁ ପାଇ ନଥିଲେ। ଘରେ ରକ୍ତ ଛିଟା ପଡ଼ିଥିବା ଓ ଭଙ୍ଗାରୁଜା ହୋଇଥିବାରୁ କୌଣସି ଅଘଟଣ ଘଟିଥିବା ଆଶଙ୍କାରେ ସେ ପୁଲିସ୍‌ରେ ଏତଲା ଦେଇଥିଲେ। ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ୍ ଅନୁମାନ କରୁଛି।



from Odisha Reporter http://bit.ly/2RgxDwg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages