ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

rape

ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲାରେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏ ଘଟଣା ଘଟିଛି ବେଲଘର ଥାନା ଅଞ୍ଚଳରେ। ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ପୁଲିସ୍ କହିଛି, ନାବାଳିକା ଜଣଙ୍କ ସପ୍ତମ ଶ୍ରେଣୀରେ ପଢ଼ନ୍ତି। ତାଙ୍କୁ ତାଙ୍କରି ଅଞ୍ଚଳର ଜଣେ ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେ ଛାତ୍ର ଜଣଙ୍କ କଲେଜରେ ପଢ଼ନ୍ତି। ତେବେ ଦୁଷ୍କର୍ମ ଖବର ଜଣାପଡ଼ିଯିବା ପରେ ସେ ଫେରାର ଅଛି।

ଅନ୍ୟପକ୍ଷରେ ନାବାଳିକାଟିର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ଜଣାପଡ଼ିଛି।

ଦୁଷ୍କର୍ମ ଘଟଣା ପରେ ସଂପୃକ୍ତ ଛାତ୍ରଙ୍କ ପରିବାର ଲୋକେ ଝିଅ ଘର ଲୋକଙ୍କୁ ଧମକଚମକ ମଧ୍ୟ ଦେଇଥିବା ଜଣାପଡ଼ିଛି।

ବେଲଘର ଥାନା ଅଧିକାରୀ ଦଶରଥ ହେମ୍ବ୍ରମ କହିଛନ୍ତି, ଏ ଘଟଣାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ କନ୍ଧମାଳ ଜିଲ୍ଲାର ଏକ ଆବାସିକ ସ୍କୁଲ୍‌ର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ କନ୍ୟା ସନ୍ତାନ ପ୍ରସବ କରିଥିଲେ। ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। କନ୍ୟା ସନ୍ତାନଟିର ମୃତ୍ୟୁ ହୋଇଯାଇଥିବା ବେଳେ ଏ ଘଟଣାରେ ନିଷ୍କ୍ରିୟତା ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଏକାଧିକ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।



from Odisha Reporter http://bit.ly/2Rf4Jwx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages