ଦାୟିତ୍ୱ ନେବା କ୍ଷଣି ଆଲୋକ ବର୍ମାଙ୍କ ନିଷ୍ପତ୍ତିକୁ ବଦଳାଇଲେ ନାଗେଶ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ଦାୟିତ୍ୱ ନେବା କ୍ଷଣି ଆଲୋକ ବର୍ମାଙ୍କ ନିଷ୍ପତ୍ତିକୁ ବଦଳାଇଲେ ନାଗେଶ୍ୱର

ନୂଆଦିଲ୍ଲୀ: ସିବିଆଇ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ବିସ୍ଫୋରକ ରୂପ ଧାରଣ କରିଛି। ସିବିଆଇ ମୁଖ୍ୟ ପଦରୁ ଆଲୋକ ବର୍ମା ବିଦା ହେବା ପରେ ଓଡ଼ିଆ କ୍ୟାଡର ଆଇପିଏସ୍‌ ଏମ୍‌ ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ମୁଖ୍ୟ କରାଯାଇଛି।

ତେବେ ସେ ଦାୟିତ୍ୱ ନେଉ ନେଉ ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମା ଯେଉଁ ସବୁ ନିର୍ଦ୍ଦେଶ ଦେଇଥିଲେ, ସେଗୁଡ଼ିକୁ ବଦଳାଇ ଦେଇଛନ୍ତି।
ଆଲୋକ ବର୍ମାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ହାଇପାୱର ସିଲେକ୍ସନ ପ୍ୟାନେଲ ଅନ୍ୟତ୍ର ବଦଳି କରିବା ପରେ ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ଶ୍ରୀ ରାଓଙ୍କୁ ମଧ୍ୟବର୍ତ୍ତୀକାଳୀନ ସିବିଆଇ ମୁଖ୍ୟ କରାଯାଇଥିଲା।

ଦାୟିତ୍ୱ ନେବା ପରେ ସିବିଆଇ ମୁଖ୍ୟ ଭାବେ ଆଲୋକ ବର୍ମା ଯେଉଁ ସବୁ ବଦଳି ନିଷ୍ପତ୍ତି ନେଇଥିଲେ, ତା’ ଉପରେ ଶ୍ରୀ ରାଓ ରୋକ ଲଗାଇଛନ୍ତି। ବୁଧବାର ଶ୍ରୀ ବର୍ମା ସିବିଆଇ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ୧୧ଟି ବଦଳି ଆଦେଶ ଏବଂ ୫ଟି ନୂଆ ନିର୍ଦ୍ଦେଶନାମା ଜାରି କରିଥିଲେ।

ବିଶେଷ କରି ଶ୍ରୀ ବର୍ମାଙ୍କ ଘନିଷ୍ଠ ଓ ତାଙ୍କ ଡେପୁଟି ରାକେଶ ଆସ୍ଥାନାଙ୍କ ବିରୋଧରେ ତଦନ୍ତ କରୁଥିବା ଅଫିସରମାନଙ୍କ ବଦଳି କରି ମୁଖ୍ୟାଳୟକୁ ଆଣିଥିଲେ। ହେଲେ ଶ୍ରୀ ରାଓ ଏହା ଉପରେ ରୋକ ଲଗାଇଛନ୍ତି।



from Odisha Reporter http://bit.ly/2Fu9Gz0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages