କପିଲ୍‌ ଶର୍ମା ଶୋ’ରେ କମେଡିଆନ୍‌ଙ୍କ ଫିସ୍‌ କେତେ, ଆପଣ ଜାଣନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

କପିଲ୍‌ ଶର୍ମା ଶୋ’ରେ କମେଡିଆନ୍‌ଙ୍କ ଫିସ୍‌ କେତେ, ଆପଣ ଜାଣନ୍ତି କି ?

ମୁମ୍ବାଇ: କପିଲ୍‌ ଶର୍ମା ପୁଣି ଥରେ ଟିଭିକୁ କମ୍‌ବ୍ୟାକ୍‌ କରୁଛନ୍ତି। ଦେଶରେ ଲୋକଙ୍କୁ ହସେଇବାକୁ ଦ’ କପିଲ୍‌ ଶର୍ମା ଶୋ’ ଜରିଆରେ ସେ ପୁଣି ଆସୁଛନ୍ତି ଆଉଗୋଟେ ଅନ୍ଦାଜ୍‌ରେ।

ବିଗତ ଦିନ କପିଲ୍‌ଙ୍କ ଜୀବନ ଖୁବ୍‌ କଷ୍ଟ ଦାୟକ ଥିଲା।  କପିଲ୍‌ଙ୍କ ଶୋ’ ନ ଚାଲିବା, ସୁନୀଲ୍‌ ଗ୍ରୋଭରଙ୍କ ସହ ମତାନ୍ତର, ପୁଣି ମିଡିଆରେ ଭୁଲ୍‌ କାରଣ ପାଇଁ ଚର୍ଚ୍ଚାରେ ରହି ଅସୁବିଧାରେ ପଡିଥିଲେ କପିଲ୍‌।

କିନ୍ତୁ ଏବେ ସବୁକିଛି ଠିକ୍‌ ହୋଇଯାଇଛି। ୨୦୧୮ ଶେଷରେ କପିଲ୍‌ ହାତକୁ ଦି ହାତ ବି ହୋଇଗଲେ।  ସେ ନିଜ ଗର୍ଲଫ୍ରେଣ୍ଡ୍‌ ଗିନ୍ନିଙ୍କୁ ବିବାହ କଲେ। ଏବେ ପୁଣି ସୋନୀ ଚ୍ୟାନେଲ୍‌ରେ କପିଲ୍‌ଙ୍କ ନୂଆ କମେଡି ଶୋ’ ଆରମ୍ଭ ହୋଇ ଯାଇଛି। କିନ୍ତୁ ହୁଏତ କପିଲ୍‌ଙ୍କ ଶୋ’ ଆଗଭଳି ଲୋକପ୍ରିୟ ହେବାକୁ ସମୟ ଲାଗିବ।

କାରଣ ଏଥର ସେ ଓ ତାଙ୍କ ସାଥି କମ୍‌ ଟଙ୍କାର କାମ କରୁଛନ୍ତି। କପିଲ୍‌ଙ୍କୁ ପୂର୍ବ ସଜିନ୍‌ ଅପେକ୍ଷା ଖୁବ୍‌ କମ୍‌ ଟଙ୍କା ଦିଆଯାଇଛି। ଏହା ସହ କପିଲ୍‌ଙ୍କ ସହ କାମ କରୁଥିବା କଳାକାରମାନଙ୍କୁ ବି ଅଳ୍ପ ଟଙ୍କାରେ କାମ କରୁଛନ୍ତି।

ରିପୋର୍ଟ ମୁତାବକ କପିଲ୍‌ଙ୍କ ପ୍ରଥମ ଶୋ’ ଓ ୱିକେଣ୍ଡ୍‌ ଏପିସୋଡ୍‌ ପାଇଁ  ପାଇଁ ୬୦ରୁ ୭୦ ଲକ୍ଷ ଟଙ୍କା ନେଉଥିଲେ।  କିନ୍ତୁ ଏବେ କପିଲ୍‌ଙ୍କୁ ପାଖାପାଖି ୧୫ରୁ ୨୦ ଲକ୍ଷ ଟଙ୍କା ହିଁ ମିଳୁଛି।  ଏହାଛଡ଼ା ତାଙ୍କ ସହ କାମ କରୁଥିବା ଭାରତୀ ସିଂହ ଓ  କୃଷ୍ଣା ଅଭିଶେକକ୍‌ଙ୍କୁ ୧୦ରୁ୧୨ ଲକ୍ଷ ଟଙ୍କା ୱିକେଣ୍ଡ୍‌ ଏପିସୋଡ୍‌ ପାଇଁ ଫିସ୍‌ ମିଳୁଛି।



from Odisha Reporter http://bit.ly/2FkhOTN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages