
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଗୋଲ୍ଡେନ୍ ବାବାଙ୍କୁ ନେଇ ସାଂଘାତିକ ଅଡୁଆରେ ପଡିଛି ସରକାରୀ ଦଳ ବିଜେଡି। ଏବେ ଜଣାପଡ଼ି ଗଲାଣି ଯେ ଗୋଲ୍ଡେନ୍ ବାବା ଜ୍ୟୋତିରଂଜନ ବେହେରା ଜଣେ ପିଟା-ବିଜେଡି ଛାମୁଆଁ ନେତା। ବଡ଼ ବଡ଼ ବିଜେଡି ନେତା ଓ ମନ୍ତ୍ରୀଙ୍କ ସହ ତାଙ୍କର ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ମିଳିଥିବା ଖବର ଅନୁଯାୟୀ, ଜ୍ୟୋତିରଂଜନ ବେହେରା ଓରଫ ଗୋଲଡେନ୍ ବାବା ଦେହ ସାରା ସୁନା ଅଳଙ୍କାର ଧାରଣ କରନ୍ତି। କେତେବେଳେ ଦାମୀ ଅଡି କାର୍ ତ କେତେବେଳେ BMW ଚଢ଼ନ୍ତି। ଶାସକ ଦଳର ସଭା ସମିତିରେ ମଧ୍ୟ ତାଙ୍କର ଭଲ ଉଠାବସା ଥିଲା। ଏମିତି କିଛି ପ୍ରମାଣ ଆଡ଼କୁ ଇଙ୍ଗିତ କରୁଥିବା କିଛି ଫଟୋ ଏବେ ସୋଶାଲ୍ ମିଡିଆରେ ହଇଚଇ ଖେଳାଇଛି। କୁହାଯାଉଛି ବାବା କୁଆଡ଼େ ବିଜେଡି ବୃକ୍ଷ ତଳର ଜଣେ ଆଶ୍ରିତ ଦାସ। ଯେତେ ବଡ଼ ବଡ଼ ନେତା ସମସ୍ତଙ୍କ ସହ ତାଙ୍କ ହସକୁରା ମୁହଁର ଫଟୋ ଏବେ ମୋବାଇଲରୁ ମୋବାଇଲକୁ ବୁଲୁଛି।
ଆଗଧାଡିଆ ମନ୍ତ୍ରୀ ବାବୁ ଦେବୀ ମିଶ୍ର, ପାୱାରଫୁଲ ରସିକିଆ, ଯୁବ ନେତା ଶ୍ରେଣୀରେ ଆସୁଥିବା ଭୁବନେଶ୍ୱର ମେୟର ବୁନୁ ଭାଇ ଓରଫ୍ ଅନନ୍ତ ନାରାୟଣ ଜେନା, ଜଟଣୀର ପୂର୍ବତନ ଏମ୍ଏଲ୍ଏ ତଥା ବିଜେଡିର ବିବାଦୀୟ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ଓରଫ୍ ରାଜୁ ଭାଇଙ୍କ ସହ ବାବାଙ୍କ ଅତି ଘନିଷ୍ଠ ଫଟୋଗୁଡିକ ଭାଇରାଲ ହେଉଛି। ଆପଣ ସତ ମିଛ ନିଜ ଆଖିରେ ଦେଖନ୍ତୁ, ଆଉ ବେଶୀ କହିବା ଭଲ ନୁହେଁ ବୋଲି ଭାବୁଛୁ।

from Odisha Reporter http://bit.ly/2C2JxnR
No comments:
Post a Comment