୫ ବର୍ଷରେ ଲକ୍ଷାଧିକ କୋଟି ନେଇ ୨୭ ଛୁ’… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

୫ ବର୍ଷରେ ଲକ୍ଷାଧିକ କୋଟି ନେଇ ୨୭ ଛୁ’…

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଭାରତରେ ଚାଷୀକୁ ସହଜରେ ଋଣ ମିଳେନି। ଏଠି ସାଧାରଣ ନିମ୍ନମଧ୍ୟବିତ୍ତ ପରିବାରର ଲୋକଟିଏ କୌଣସି ସରକାରୀ ବ୍ୟାଙ୍କରୁ ଗୃହ ଋଣ ପାଇଁ ଧାଇଁ ଧାଇଁ ନିରାଶ ହୁଏ।

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗତ ୫ ବର୍ଷ ମଧ୍ୟରେ ଦେଶରୁ ୨୭ ଜଣ ବ୍ୟବସାୟୀ ତଥା ଶିଳ୍ପପତି ଲକ୍ଷାଧିକ କୋଟି ଟଙ୍କାର ଋଣନେଇ ଦେଶ ଛାଡ଼ି ପଳାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଠାରୁ ଆରମ୍ଭ କରି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପର୍ଯ୍ୟନ୍ତ ବହୁ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ କରୁଛନ୍ତି।

ଆଜି ସଂସଦରେ ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ସୂଚନା ଅନୁସାରେ ଏହି ୨୭ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କ ବିରୋଧରେ ଇଣ୍ଟରନ୍ୟାଶନାଲ୍  ପୁଲିସ୍ ଅର୍ଗାନାଇଜେଶନ(ଇଣ୍ଟରପୋଲ) ପକ୍ଷରୁ ରେଡ୍‌ କର୍ନର ନୋଟିସ୍ ଜାରି କରାଯାଇଛି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି।

ଯଦିଓ ସମସ୍ତ ୨୭ ଜଣଙ୍କର ନାମ ତାଲିକା ମିଳିନାହିଁ, ଏହା ନିଃସନ୍ଦେହ ଯେ, ସେଥିରେ ମଦ ସମ୍ରାଟ ବିଜୟ ମାଲ୍ୟା, ପିଏନ୍‌ବି ଠକେଇର ମୁଖ୍ୟ ଖଳନାୟକ ନିରବ ମୋଦି, ମେହୁଲ୍ ଚୋକ୍‌ସୀ ଏବଂ ରୋଟୋମ୍ୟାକ୍ ପେନ୍‌ର ମୁଖ୍ୟ ବିକ୍ରମ କୋଠାରୀଙ୍କ ଭଳି ବହୁ ଚର୍ଚ୍ଚିତ ବ୍ୟବସାୟୀ ନିଶ୍ଚୟ ଥିବେ।



from Odisha Reporter http://bit.ly/2R9eCQX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages