ପ୍ରଧାନମନ୍ତ୍ରୀଙ୍କ ସ୍ୱାଭିମାନ ସମାବେଶ ବନାମ ନବୀନଙ୍କ SHG କାର୍ଯ୍ୟକ୍ରମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ପ୍ରଧାନମନ୍ତ୍ରୀଙ୍କ ସ୍ୱାଭିମାନ ସମାବେଶ ବନାମ ନବୀନଙ୍କ SHG କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଗୋଟିଏ ଦିନରେ ଦୁଇ ଦୁଇଟା ହାଇଭୋଲଟେଜ୍ ସଭା ହେବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଆସୁଥିବା ବେଳେ ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିକାଶ ଏଜେଣ୍ଡା ନେଇ ପ୍ରଧାନମନ୍ତ୍ରୀ ସ୍ୱାଭିମାନ ସମାବେଶ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିପାରନ୍ତି। ତେବେ ଖୋର୍ଦ୍ଧାରେ ଅପେକ୍ଷାକୃତ ନରମ ଆଭିମୁଖ୍ୟ ଗ୍ରହଣ କରିଥିବାରୁ ମୋଦି ବାରିପଦାରେ କଣ କହିବେ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସେପଟେ ମୋଦିଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ଲାଗି ପୁରୀରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଏକାଠି କରି ଆର୍ଥିକ ସହାୟତା ଦେବେ ନବୀନ।

ଆସନ୍ତାକାଲି ବାରିପଦାରେ ସ୍ୱାଭିମାନ ସମାବେଶରେ ଉଦବୋଧନ ଦେବେ ମୋଦି। ତାଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ବିଜେପି କ୍ୟାମ୍ପ। ସମାବେଶ ପାଇଁ ହୋଇଛି ବିରାଟ ଆୟୋଜନ। ବଡ ବଡ ହୋର୍ଡିଂ ଓ ବ୍ୟାନରରେ ସଭାସ୍ଥଳ ଛଉ ପଡ଼ିଆ ଛାଇ ହୋଇଯାଇଛି। ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ସମାବେଶ ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ସେପଟେ ମୋଦିଙ୍କ ଗସ୍ତ ପୂର୍ବରୁ ଆଜି ବାରିପଦାରେ ବାଇକ ରାଲି କରି ଶକ୍ତି ପ୍ରଦର୍ଶନ କରିଛି ବିଜେପି।

ତେବେ ନିଜ ଭାଷଣରେ ମୋଦି କଣ କହିବେ ତାକୁ ନେଇ ଉତ୍କଣ୍ଠା ଲାଗି ରହିଛି। କାରଣ ଖୋର୍ଦ୍ଧା କାର୍ଯ୍ୟକ୍ରମରେ ଶାସକ ବିଜେଡି ପ୍ରତି ଅପେକ୍ଷାକୃତ ନରମ ଆଭିମୁଖ୍ୟ ଦେଖାଇଥିଲେ ମୋଦି। ତେବେ ଖୋର୍ଦ୍ଧାରେ ମୋଦି ଯେମିତି ପ୍ରଶ୍ନ ପଚାରିଥିଲେ, ଠିକ୍‌ ସେମିତି ବାରିପଦାରେ ନବୀନଙ୍କୁ ପ୍ରଶ୍ନ କରିବେ ନା ଦୁର୍ନୀତି ଭ୍ରଷ୍ଟାଚାର ପ୍ରସଙ୍ଗ ଉଠାଇ ସିଧାସଳଖ ଟାର୍ଗେଟ କରିବେ, ଏବେ ତାକୁ ନେଇ ଚର୍ଚ୍ଚା।

bjpତେବେ ମୋଦି ଆସିବା ପୂର୍ବରୁ ଆଜି ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ-“କିଏ କାହା ଘରେ ବୋରୱେଲ୍‌ ବସାଇଲେ ସରକାର ତାକୁ ଖାତାରେ ଯୋଡ଼ିଛନ୍ତି। ବିଜେପୁର ନିର୍ବାଚନ ପୂର୍ବରୁ ଗଙ୍ଗାଧର ପ୍ରୋଜେକ୍ଟ କଥା ରାଜ୍ୟ ସରକାର କହିଥିଲେ। କୁଆଡ଼େ ଗଲା ସେହି ମେଗା ଜଳସେଚନ ପ୍ରକଳ୍ପ? ପ୍ରକଳ୍ପ ହୋଇଥିଲେ ଖଇନୁ ବଗର୍ତ୍ତୀ ଭଳି ଚାଷୀ ଆତ୍ମହତ୍ୟା କରି ନ ଥାଆନ୍ତେ। ପ୍ରଧାନମନ୍ତ୍ରୀ କେବଳ ଜଳସେଚନ କଥା ପଚାରି ନଥିଲେ। ପିଇବା ପାଣି, ରୋଜଗାର, ଆବାସ ଓ ସୌଭାଗ୍ୟ ଯୋଜନା ସମ୍ପର୍କରେ ମଧ୍ୟ ପଚାରିଛନ୍ତି। ମୁଖ୍ୟମନ୍ତ୍ରୀ ଏନେଇ ଚୁପ କାହିଁକି? ଜବାବ ରଖନ୍ତୁ।”

ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ମୋଦିଙ୍କ ଗସ୍ତକୁ କାଉଣ୍ଟର କରିବାକୁ ବିଜେଡି ଆୟୋଜନ କରିବ ମିଶନ ଶକ୍ତି କାର୍ଯ୍ୟକ୍ରମ। ସିଡ୍ ମନି ବାବଦକୁ ମହିଳା SHG ଗୁଡ଼ିକୁ ନବୀନ ୧୫ ହଜାର ଟଙ୍କା ଓ ସ୍ମାର୍ଟ ଫୋନ୍ ପାଇଁ ୩ ହଜାର ଟଙ୍କା ଲେଖାଏ ବାଣ୍ଟିବେ। ଏଥିସହିତ ଜିଲ୍ଲାର ୧୧ଟି ଫେଡେରେସନ୍ ଓ ପୌରାଞ୍ଚଳରେ ଗୋଟିଏ ଫେଡେରେସନ୍ ପାଇଁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବେ ନବୀନ। ତେବେ ମୋଦିଙ୍କ ସମାବେଶକୁ କାଉଣ୍ଟର କରିବା ଲାଗି ଏହି କାର୍ଯ୍ୟକ୍ରମ ନୁହେଁ ବୋଲି ବିଜେଡି ମୁଖପାତ୍ର ସମୀର ଦାଶ ସପେଇ ଦେଇଛନ୍ତି।



from Odisha Reporter http://bit.ly/2R9loXb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages