ପୁଣି ନିଃସର୍ତ୍ତ କ୍ଷମା ମାଗିଲେ ରାହୁଲ ଓ ପାଣ୍ଡ୍ୟ, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ପୁଣି ନିଃସର୍ତ୍ତ କ୍ଷମା ମାଗିଲେ ରାହୁଲ ଓ ପାଣ୍ଡ୍ୟ, କିନ୍ତୁ…

ନୂଆଦିଲ୍ଲୀ: ଟିଭି ଶୋ’ ‘କଫି ୱିଥ୍‌ କରନ୍‌’ରେ ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ଟିମ୍‌ ଇଣ୍ଡିଆର ଓପନର୍‌ କେଏଲ୍‌ ରାହୁଲ ଓ ଅଲ୍ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ପୁଣିଥର ବିସିସିଆଇକୁ ନିଃସର୍ତ୍ତ କ୍ଷମା ମାଗିଛନ୍ତି।

ଏହାପରେ ବିସିସିଆଇ ସିଓଏ ଅଧ୍ୟକ୍ଷ ବିନୋଦ ରାଏ କହିଛନ୍ତି, “ ବିସିସିଆଇ ଦୁଇ ଖେଳାଳିଙ୍କ କ୍ରିକେଟ୍‌ କ୍ୟାରିୟରକୁ ବିପଦରେ ପକାଇବା ଅପେକ୍ଷା କେମିତି ସୁଧୁରାଯାଇ ପାରିବ, ସେ ଦିଗରେ ବିଚାର କରିବା ଦରକାର।”

ଅନ୍ୟପକ୍ଷରେ ପାଣ୍ଡ୍ୟା ଓ ରାହୁଲ କ୍ଷମା ମାଗିଥିଲେ ହେଁ ୧୦ଟି ବିସିସିଆଇ ୟୁନିଟ୍‌ର ସଦସ୍ୟମାନେ ସ୍ୱତନ୍ତ୍ର ସାଧାରଣ ବୈଠକ(ଏସ୍‌ଜିଏମ୍‌) ଡକାଇ ଜଣେ ଅମବୁଡସମ୍ୟାନ୍‌ ନିଯୁକ୍ତ କରି ତଦନ୍ତ କରିବାକୁ ଦାବି କରିଛନ୍ତି। ସେହିପରି ରାଏଙ୍କ ସହଯୋଗୀ ତଥା ସିଓଏର ଅନ୍ୟତମ ସଦସ୍ୟ ଡାଏନା ଏଡଲୁଜି ଘଟଣାର ତଦନ୍ତ ସିଏଓ ଓ ବିସିସିଆର ଅଧିକାରୀମାନେ କରିବା ଦରକାର ବୋଲି କହିଛନ୍ତି।

ଜଣେ ବରିଷ୍ଠ ବିସିସିଆଇ ଅଧିକାରୀ କହିଛନ୍ତି, “ ହଁ, ପାଣ୍ଡ୍ୟା ଓ ରାହୁଲ ବିସିସିଆଇକୁ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ବିସିସିଆଇ ଉଭୟଙ୍କୁ ନିଲମ୍ବନ ପରେ ଯେଉଁ କାରଣ ଦର୍ଶାଅ ନୋଟିସ୍‌ ପଠାଇଥିଲା, ଏହାର ଜବାବରେ ଉଭୟ ଏଭଳି କ୍ଷମା ମାଗିଛନ୍ତି। ବିସିସିଆଇର ନୂଆ ସମ୍ବିଧାନର କ୍ଲଜ ୪୧(ସି) ଅନୁସାରେ ଏହାର ତଦନ୍ତ କରିବାକୁ ସିଓଏ ମୁଖ୍ୟ ସିଇଓଙ୍କୁ କହିଛନ୍ତି।”



from Odisha Reporter http://bit.ly/2CncUS5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages