
ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓପନର ପ୍ରଥମ ଦିନରେ ବିପର୍ଯ୍ୟୟ ଘଟିଛି। ବିଶ୍ୱର ପୂର୍ବତନ ୧ ନଂ ଟେନିସ୍ ଖେଳାଳି ଆଣ୍ଡି ମରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସ୍ପେନ୍ର ରବର୍ତୋ ବତୁସ୍ତା ଆଗୁତଙ୍କ ଠାରୁ ୪-୬,୪-୬, ୭-୬, ୭-୬ ଓ ୨-୬ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି।
ସ୍କଟଲ୍ୟାଣ୍ଡର ୩୧ ବର୍ଷୀୟ ମରେ ମ୍ୟାଚ୍ ଆରମ୍ଭରୁ ହିଁ ବ୍ୟାକ୍ଫୁଟ୍ରେ ରହିଥିଲେ। ପ୍ରଥମ ଦୁଇ ସେଟ୍ ହାରିବା ପରେ ସଂଘର୍ଷ କରି ତୃତୀୟ ଓ ୪ର୍ଥ ସେଟ୍କୁ ନିଜ ନାଁରେ କରିଥିଲେ। ତେବେ ନିର୍ଣ୍ଣାୟକ ସେଟ୍ରେ ସେ ସଂପୂର୍ଣ୍ଣ ଭାବେ ଧରାଶାୟୀ ହୋଇଥିଲେ। ଏହି ପରାଜୟ ସହ ମରେଙ୍କ ଟେନିସ୍ କ୍ୟାରିୟରରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି।
କାରଣ ସେ ଶୁକ୍ରବାର ଅଷ୍ଟ୍ରେଲିଆ ଓପନ ପରେ ଆହତ କାରଣରୁ ସେ ଅବସର ନେଇ ପାରନ୍ତି ବୋଲି ମରେ ଘୋଷଣା କରିଥିଲେ। ମରେ ୩ଥର ଗ୍ରାଣ୍ଡସ୍ଲାମ ଜିତିଥିବା ବେଳେ ୨ଥର ଅଲିମ୍ପିକ୍ସ ଚାମ୍ପିୟନ ହୋଇଥିଲେ। ସେହିପରି ସେ ଏକାଧିକ ଥର ଡେଭିସ୍ କପ୍ ଜିତିଥିଲେ।
ଅନ୍ୟପକ୍ଷରେ ମହିଳା ଏକକ ବର୍ଗରେ ଡିଫେଣ୍ଡିଂ ଚାମ୍ପିୟନ କାରଲୋନି ୱଜନିଆକି ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ସେ ବେଲଜିୟମର ଅଲିସୋନ ଭାନ୍ ୟୁତଭାଙ୍କୁ ସିଧାସଳଖ ୬-୩ ଓ ୬-୪ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଛନ୍ତି।
from Odisha Reporter http://bit.ly/2CnK2cj
No comments:
Post a Comment