ଗୋ-ହତ୍ୟା ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ଏନ୍‌ଏସ୍‌ଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ଗୋ-ହତ୍ୟା ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ଏନ୍‌ଏସ୍‌ଏ

ଲକ୍ଷ୍ନୌ: ଗୁରୁତର ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଲାଗୁ କରାଯାଉଥିବା ଜାତୀୟ ନିରାପତ୍ତା ଆଇନ୍‌(ଏନ୍‌ଏସ୍‌ଏ) ଏବେ ଗୋ-ହତ୍ୟାକାରୀଙ୍କ ବିରୋଧରେ ଲାଗିଛି। ଉତ୍ତର ପ୍ରଦେଶର ବୁଲନ୍ଦଶହର ଗୋ-ହତ୍ୟା ଘଟଣାରେ ଗିରଫ ୩ ବ୍ୟକ୍ତିଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ ଏଭଳି ଏନ୍‌ଏସ୍‌ଏ ଲାଗୁ କରିଛି। ଏହି ଆଇନ ଅନୁଯାୟୀ ଗିରଫ ବ୍ୟକ୍ତିଙ୍କୁ ସାଧାରଣତଃ ଜାମିନ ମିଳିନଥାଏ।

ଗତ ଡିସେମ୍ବର ୩ରେ ସାୟାନା ସ୍ଥିତ ମାହାଭ ଗାଁରୁ ପାଖାପାଖି ୨୫ଟି ଗାଈଙ୍କ ମୃତଦେହ ମିଳିବା ପରେ ଏହାକୁ ନେଇ ହିଂସାକାଣ୍ଡ ଘଟିଥିଲା। ଏଥିରେ ପୁଲିସ୍‌ ଇନ୍‌ସପେକ୍ଟର ସୁବୋଧ କୁମାର ସିଂହଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‌ ଗୋ-ହତ୍ୟା କରିବା ଘଟଣାରେ ସାୟାନ ସହରରୁ ଆଝାର ଖାନ୍‌, ନଦୀମ ଖାନ୍‌ ଓ ମେହେବୁବ ଅଲ୍ଲୀଙ୍କୁ ଗିରଫ କରିଥିଲା।

ଏମାନେ ମାହାଭ ଗାଁରେ ଡିସେମ୍ବର ୨ରେ ଗୋ-ହତ୍ୟା କରିବା ଘଟଣାରେ ସାମିଲ ଥିଲେ। ଏହାର ପରଦିନ ଏହି ଗୋ-ହତ୍ୟାକୁ ନେଇ ଗାଁରେ ତୀବ୍ର ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଯେଉଁଥିରେ ସୁବୋଧ କୁମାରଙ୍କ ବ୍ୟତୀତ ଗାଁର ସୁମିତ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

ବୁଲନ୍ଦଶହର ଜିଲ୍ଲା ମାଜିଷ୍ଟ୍ରେଟ ଅନୁଜ କୁମାର ଝା କହିଛନ୍ତି, “ଅଭିଯୁକ୍ତଙ୍କ ବିରୋଧରେ ପୁଲିସ୍‌ ଦାଖଲ କରିଥିବା ରିପୋର୍ଟ ଅନୁସାରେ ଏନ୍‌ଏସ୍‌ଏ ଲାଗୁ କରାଯାଇଛି। ଅଭିଯୁକ୍ତମାନେ ଜାମିନ୍‌ ପାଇଁ ଚେଷ୍ଟା କରିବା ସହ ଜେଲ୍‌ରୁ ବାହାରି ସମାନ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ଏହାଦ୍ୱାରା ଆଇନ୍‌ ଶୃଙ୍ଖଳା ପ୍ରତି ବିପଦ ରହିଛି।

ଏଥିସହ ସାଂପ୍ରଦାୟିକ ହିଂସା ସୃଷ୍ଟି ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏନ୍‌ଏସ୍‌ଏ ଲାଗୁ କରାଯାଇଛି।”

ପୂର୍ବରୁ ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ୪ ଜଣଙ୍କୁ ଯେଉଁ ତଥ୍ୟ ଆଧାରରେ ଗିରଫ କାଯାଇଥିଲା, ତାହା ଭୁଲ ଥିଲା ବୋଲି ଜଣାଡ଼ିଥିଲା।



from Odisha Reporter http://bit.ly/2VRqFkU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages