କେବେ ସରିବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

କେବେ ସରିବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଚ୍ଛପ ଗତିରେ ବହୁ ପ୍ରତୀକ୍ଷିତ ଓ ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପ ଆଗଉଛି। ତଥାପି ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ୱାଧୀନତାର ୭୦ବର୍ଷ ପରେ ଉଭୟ ପଟୁ ମାତ୍ର ୮୫ କିଲୋମିଟର ଟ୍ରାକ୍‌ରେ ଟ୍ରେନ୍ ଚଳାଚଳ ସମ୍ଭବ ହୋଇଛି। ବାକି ୨୦୦ କିଲୋମିଟରର ଟ୍ରାକ ତିଆରି କଣ ୨ବର୍ଷ ଭିତରେ ସରିଯିବ? ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏହାକୁ କେନ୍ଦ୍ର କରି ଜୋର ଧରିଛି ରାଜନୀତିକ ଆରୋପ ପ୍ରତ୍ୟାରୋପ। ଇଷ୍ଟକୋଷ୍ଟ ରେଲେଓ୍ୱ କହିଛି ରାଜ୍ୟ ସରକାର ଯେତେଶୀଘ୍ର ଘରୋଇ ଜମି ଅଧିଗ୍ରହଣ ସାରିବେ, କାମ ସେତେ ଗତିରେ ଆଗେଇବ।

୧୯୪୫ ମସିହାରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ପରିକଳ୍ପନା ହୋଇଥିଲା। ଅନେକ ଆନ୍ଦୋଳନ, ସଂଗ୍ରାମ ଓ ସର୍ଭେ ପରେ ଶେଷରେ ୧୯୯୪-୯୫ରେ ପ୍ରକଳ୍ପକୁ ମଞ୍ଜୁରୀ ସହ ୨୮୯ କିଲୋମିଟର ରେଳ ଲାଇନ୍ ପାଇଁ ବ୍ୟୟ ଅଟକଳ ହୋଇଥିଲା ୪ ଶହ କୋଟି। ହେଲେ ୨୫ ବର୍ଷ ପରେ ସେହି ଅଟକଳ ଦଶ ଗୁଣା ବଢ଼ି ପହଞ୍ଚିଛି ପ୍ରାୟ ୪ ହଜାର କୋଟିରେ। ଖୋର୍ଦ୍ଧା ପଟୁ ନୟାଗଡ଼ ଯାଏ ୬୬ କିଲୋମିଟର ପର୍ଯ୍ୟନ୍ତ ଟ୍ରେନ୍‌ ଗଡ଼ିଥିବା ବେଳେ ବଲାଙ୍ଗିର ପଟୁ ବିଛୁପାଲିକୁ ମାତ୍ର ୧୯ କିଲୋମିଟର ଟ୍ରାକ୍‌ ସମ୍ଭବ ହୋଇଛି। ରେଳ ଚଳାଚଳ ପାଇଁ ବାକି ରହିଲାଣି ଆହୁରି ୨୦୦ କିଲୋମିଟର।

ରେଲୱେର ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲାରୁ ୩୨୭ ଏକର, ବୌଦ୍ଧରେ ୨୦୫୯ ଓ ସୋନପୁରରେ ୫୨୮ ଏକର ଘରୋଇ ଜମି ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ତେଣୁ ଏଠି ପ୍ରଶ୍ନ, ମାତ୍ର ୨ବର୍ଷ ଭିତରେ କଣ ସମ୍ପୂର୍ଣ୍ଣ ହୋଇଯିବ ପ୍ରକଳ୍ପ? ତାକୁ ନେଇ ରାଜନୀତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଜୋର ଧରିଛି। ଏଣେ କିନ୍ତୁ ଇଷ୍ଟକୋଷ୍ଟ ରେଲୱେ କହିଛି, ଯେତେ ଶୀଘ୍ର ରାଜ୍ୟ ସରକାର ଜମି ଅଧିଗ୍ରହଣ ସାରିବେ କାମ ସେତେ ଶୀଘ୍ର ଆଗେଇବ।



from Odisha Reporter http://bit.ly/2MkNZTv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages