ୱାର୍ଡସ୍ତରରୁ ବିଜେପି ସଂଗ୍ରହ କରିବ ମତ,ବିକାଶ ହେବ ମୁଖ୍ୟ ଏଜେଣ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ୱାର୍ଡସ୍ତରରୁ ବିଜେପି ସଂଗ୍ରହ କରିବ ମତ,ବିକାଶ ହେବ ମୁଖ୍ୟ ଏଜେଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ବିଜେପି ତା’ର ସଂକଳ୍ପପତ୍ରକୁ ଚୂଡ଼ାନ୍ତ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛି। ୱାର୍ଡସ୍ତରରୁ ସବୁ ବର୍ଗର ଲୋକଙ୍କ ମତାମତକୁ ଗ୍ରହଣ କରି ବିଜେପି ରାଜ୍ୟକୁ ବିକାଶ ପଥରେ ଆଗେଇନେବା ଭଳି ଲୋକାଭିମୁଖୀ ଇସ୍ତାହାର ପ୍ରସ୍ତୁତ କରିବ ବୋଲି କହିଛି।

ନବଗଠିତ ଇସ୍ତାହାର କମିଟି(ସଂକଳ୍ପ ସମିତି)ର ପ୍ରଥମ ବୈଠକ ଆଜି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। କମିଟିର ଅଧ୍ୟକ୍ଷ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟିର ସମସ୍ତ ୧୪ଜଣ ସଦସ୍ୟ ଉପସ୍ଥିତ ଥିଲେ। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ସଂକଳ୍ପପତ୍ରରେ କିଭଳି ସମାଜର ସବୁ କ୍ଷେତ୍ରର ଲୋକଙ୍କ ସ୍ୱପ୍ନ ପ୍ରତିଫଳିତ ହେବ ତାକୁ ପ୍ରାଥମିକତା ଦିଆଯିବ। ୱାର୍ଡସ୍ତରରେ ଲୋକମାନେ କ’ଣ ଚାହୁଁଛନ୍ତି, ରାଜ୍ୟକୁ କେଉଁ ଭଳି ଭାବେ ବିକାଶ ପଥରେ ଆଗେଇ ନେଇହେବ,ସେମାନଙ୍କର ଆକାଂକ୍ଷା କ’ଣ ରହିଛି ସେଗୁଡ଼ିକୁ ଏହି ସଂକଳ୍ପ ପତ୍ରରେ ସାମିଲ କରାଯିବ। ଏଥିପାଇଁ ଆସନ୍ତା ୨୭ତାରିଖରେ ଦଳ ପକ୍ଷରୁ ଏକ ୱେବସାଇଟ୍ ଉନ୍ମୋଚନ କରାଯିବ। ଲୋକମାନେ ଚାହିଁଲେ ଏହି ୱେବସାଇଟ୍ ମାଧ୍ୟମରେ ନିଜର ମତାମତ ମଧ୍ୟ ଦେଇପାରିବେ।

ତା’ଛଡ଼ା ଦଳୀୟ କାର୍ଯ୍ୟାଳୟରେ ଗୋଟିଏ ପରାମର୍ଶ ବାକ୍ସ ମଧ୍ୟ ରହିଛି। କମିଟିର ସଦସ୍ୟମାନେ ସମସ୍ତ ଜିଲ୍ଲାକୁ ଗସ୍ତ କରି ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ସେମାନଙ୍କର ମତାମତ ନେବା ସହ ଦଳର ୧୦ଟି ମିଡିଆ ସେଣ୍ଟରରେ ବି ବ୍ୟାପକ ଭାବେ ଲୋକଙ୍କ ମତ ସଂଗ୍ରହ କରାଯିବ। ରାଜ୍ୟର କୃଷି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନ ଓ ବ୍ୟକ୍ତିମାନଙ୍କ ସହ ମଧ୍ୟ ଓଡ଼ିଶାର ବିକାଶ କେଉଁ ମାଧ୍ୟମରେ ହୋଇପାରିବ ସେ ନେଇ ଆଲୋଚନା କରାଯିବ ତଥା ସେଗୁଡ଼ିକୁ ସଂକଳ୍ପପତ୍ରରେ ସ୍ଥାନିତ କରାଯିବ। ବିଶେଷକରି ଆଦିବାସୀ,ହରିଜନ ଓ ଦଳିତ ବର୍ଗର ଲୋକମାନେ କ’ଣ ଚାହୁଁଛନ୍ତି ତାହା ଉପରେ ଗୁରୁତ୍ୱ ଦିଆଯିବ। ଏସବୁ ବ୍ୟତୀତ ଅନ୍ୟ ଦଳଗୁଡ଼ିକର ଇସ୍ତାହାରରେ ରାଜ୍ୟର ବିକାଶକୁ ନେଇ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ଯଦି ତାହା ପୂରଣ ହୋଇନଥିବ ତାକୁ ମଧ୍ୟ ବିଜେପି ନିଜର ସଂକଳ୍ପ ପତ୍ରରେ ସାମିଲ କରିବ।

ସମସ୍ତଙ୍କ ମତାମତ ଓ ସ୍ୱପ୍ନକୁ ଏହି ସଂକଳ୍ପ ପତ୍ରରେ ସାମିଲ କରି ଏହାକୁ ଲୋକାଭିମୁଖୀ କରିବା ସହ ବିଜେପି କ୍ଷମତାକୁ ଆସିଲେ ଏହାକୁ ଆନ୍ତରିକତା ଓ ନିଷ୍ଠାର ସହ ପାଳନ କରିବ ବୋଲି ପ୍ରତିଶ୍ରୁତି ଦେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ରାଜ୍ୟର ସାଢ଼େ ୪କୋଟି ଲୋକଙ୍କ ସ୍ୱପ୍ନକୁ ସାକାର କରିବା ଭଳି ସଂକଳ୍ପପତ୍ର ପ୍ରସ୍ତୁତ କରାଯିବ ଓ ସେଥିରେ ସମାଜର ଶେଷ ସୋପାନରେ ଛିଡ଼ା ହୋଇଥିବା ଲୋକର ସ୍ୱପ୍ନକୁ ସାମିଲ କରାଯିବ ବୋଲି ସେ କହିଛନ୍ତି।

ଆଜିର ବୈଠକରେ କମିଟିର ସଦସ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, କମିଟିର ଆବାହକ ସୁଦର୍ଶନ ନାୟକ, ସୁରମା ପାଢ଼ୀ, ପ୍ରଦୀପ୍ତ ନାୟକ, ଅଶୋକ ତ୍ରିପାଠୀ, ମନମୋହନ ସାମଲ,ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସ୍ତମ୍ଭକାର ଦିଲ୍ଲୀପରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter http://bit.ly/2FB0gTw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages