ବନ୍ଦ ହେଲା ସୁନିଲ୍‌ଙ୍କ ଶୋ’, କପିଲ୍‌ ଶର୍ମା ଦାୟୀ ନୁହନ୍ତି ତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ବନ୍ଦ ହେଲା ସୁନିଲ୍‌ଙ୍କ ଶୋ’, କପିଲ୍‌ ଶର୍ମା ଦାୟୀ ନୁହନ୍ତି ତ !

ମୁମ୍ୱାଇ: କପିଲ୍‌ ଶର୍ମା ତାଙ୍କର ନୂଆ ଶୋ’ ଆରମ୍ଭ କରି ପୁଣି ଥରେ ଟିଭି ପରଦାକୁ ଫେରି ଆସିଛନ୍ତି। ଏଥର କପିଲ୍‌ଙ୍କର ଶୋ’ରେ ଲୋକପ୍ରିୟ କମେଡିଆନ୍‌ କୃଷ୍ଣା ଅଭିଷେକ ଓ ଭାରତୀ ସିଂହଙ୍କୁ ଦେଖିବାକୁ ମିଳିବ। ଏହି ଶୋ’ର ଟିଆର୍‌ପି ରେଟିଂ ମଧ୍ୟ ବୃଦ୍ଧି ପାଇଛି। ସୋନି ଟେଲିଭିଜନ୍‌ରେ ପ୍ରସାରିତ ହେଉଥିବା କପିଲ୍‌ଙ୍କ ଶୋ’ ରେଟିଂ ଲିଷ୍ଟ୍‌ରେ ଦୁଇ ନମ୍ୱରରେ ରହିଛି।

ଖବର ଅନୁସାରେ କପିଲ୍‌ଙ୍କର ଶୋ’ ଆରମ୍ଭ ହେବା ପରେ ପରେ ସୁନିଲ୍‌ ଗ୍ରୋଭର୍‌ଙ୍କର ଶୋ ‘କାନପୁରୱାଲେ ଖୁରାନାଜ୍‌’ ବନ୍ଦ ହେବାକୁ ଯାଉଛି। ସେପଟେ ସୁନିଲ୍‌ଙ୍କର ଶୋକୁ ନେଇ ସୋଶାଲ ମିଡିଆରେ ୟୁଜର୍‌ ଟ୍ରୋଲ୍‌ କରିବାରେ ଲାଗିଛନ୍ତି।

ସୁନିଲ୍‌ଙ୍କ ଶୋ’କୁ ସୋଶାଲ ମିଡିଆରେ କପିଲ୍‌ ଶର୍ମାଙ୍କ ଶୋ ସହିତ ତୁଳନା କରାଯିବା ପରେ ସୁନିଲ୍‌ ଏହାର ଜବାବ ଦେଇଛନ୍ତି।

ଏକ ଇଣ୍ଟରଭ୍ୟୁରେ ସୁନିଲ୍‌ ଗ୍ରୋଭର୍‌ କହିଛନ୍ତି, “’କାନପୁର୍‌ୱାଲେ ଖୁରାନାଜ୍‌’ ଶୋ’କୁ ମୁଁ କେବଳ ୧୬ ଏପିସୋଡ୍‌ର ସୁଟ୍‌ କରିଥିଲି। ବର୍ତ୍ତମାନ ଏହି ଶୋ’ ମୋ ପାଇଁ ହିଁ ବନ୍ଦ ହେବାକୁ ଯାଉଛି। ଏହି ଶୋ’କୁ ମୁଁ ୮ ସପ୍ତାହ ପାଇଁ ସାଇନ୍‌ କରିଥିଲି। ଏହାର କାରଣ ହେଉଛି, ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଭାରତ’ର ଶୁଟିଂ। ମୁଁ ଏ ସମ୍ପର୍କରେ ପ୍ରଥମରୁ ସୂଚନା ଦେଇ ସାରିଛି ଯେ, କିଛି ଏପିସୋଡ୍‌ ପାଇଁ ହିଁ ଏହି ଶୋ’କୁ ଆରମ୍ଭ କରାଯାଇଥିଲା।“

ଭାରତର ଶୁଟିଂ ଚାଲୁଥିବା ସମୟରେ ମୋ ପାଖରେ ଅଧିକ ସମୟ ନ ଥିଲା। ଶୋ’କୁ ସୋଶାଲ ମିଡିଆରେ ଟ୍ରୋଲ୍‌ କରାଯିବା ପରେ ସୁନିଲ୍‌ କହିଛନ୍ତି, ଯେତେ ଲୋକ ମୋତେ ଟ୍ରୋଲ୍‌ କରିଛନ୍ତି, ସେଥିରୁ ୯୦ ପ୍ରତିଶତ ଫେକ୍‌ ଆଇଡି । ପାଖାପାଖି ୭୦ରୁ ୮୦ ପ୍ରତିଶତ ଆଇଡି ବିନା ପ୍ରୋଫାଇଲ୍‌ ଫଟୋ ଓ ନାମରେ ତିଆରି ହୋଇଛି।“

ସୁନିଲ୍‌ ଆହୁରି ମଧ୍ୟ କହିଛନ୍ତି, “ଫେକ୍‌ ଲୋକଙ୍କ ପାଇଁ ମୋର କୌଣସି ସମସ୍ୟା ହେବ ନାହିଁ। କିଛି ଲୋକ ଶୋ’କୁ ପସନ୍ଦ କରିଛନ୍ତି ଏବଂ କିଛି କରିନାହାନ୍ତି। ଯେଉଁମାନେ ବି ଏହି ଶୋ’କୁ କପିଲ୍‌ ଶର୍ମାଙ୍କ ଶୋ ସହିତ ତୁଳନା କରୁଛନ୍ତି, ସେମାନେ କରିପାରିବେ। ମୋତେ ଯାହା ଆସୁଛି, ମୁଁ ସେୟା କରୁଛି।”
କପିଲ୍‌ଙ୍କ ଶୋ’କୁ ପୁଣି ଥରେ ଫେରି ଯିବା ପାଇଁ ପଚରାଯିବାରୁ ସୁନିଲ୍‌ କହିଥିଲେ, “ଆଜି ମୁଁ ଯାହା ବି ହୋଇପାରିଛି, ତାହା କେବଳ ଟିଭି ପାଇଁ। ମୋତେ ଯେବେ ବି ଯେଉଁ ପ୍ରକାର ଟିଭିରେ ଆସିବା ପାଇଁ ସୁଯୋଗ ମିଳିବ ମୁଁ କରିବି।“

ସୁନିଲ୍‌ ବର୍ତ୍ତମାନ୍‌ ସଲମନ୍‌ଙ୍କ ଫିଲ୍ମ ‘ଭାରତ’ ପାଇଁ କାମ କରୁଛନ୍ତି। ସଲମାନ୍‌ ଖାନ୍ କପିଲ୍‌ଙ୍କ ଶୋ’କୁ ପ୍ରଡ୍ୟୁସ୍‌ କରିଥିବା ସୂଚନା ମିଳିଛି।

ଭବିଷ୍ୟତରେ ସୁନିଲ୍‌ କପିଲ୍‌ଙ୍କ ସହିତ ହୋଇଥିବା ଝଗଡ଼ାକୁ ଭୁଲି ପୁଣି ଥରେ ଶୋ’କୁ ଫେରି ପାରନ୍ତି। ଯେବେ ସଲମାନ୍‌, ସୁନିଲ୍‌ଙ୍କୁ କପିଲ୍‌ଙ୍କ ଶୋ’କୁ ଯିବା ପାଇଁ କହିବେ, ସେ ହୁଏତ ମନା କରିପାରିବେ ନାହିଁ। ଏବେ କେବଳ ଦର୍ଶକ ଦେଖିବାକୁ ଅପେକ୍ଷା କରିଛନ୍ତି, ସୁନିଲ୍‌ ଗ୍ରୋଭର୍‌ କେବେ କପିଲ୍‌ ଶର୍ମାଙ୍କ ଶୋ’କୁ ଫେରୁଛନ୍ତି।



from Odisha Reporter http://bit.ly/2skJWgS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages