କହ୍ନୈୟା କୁମାରଙ୍କ ବିରୋଧରେ ଚାର୍ଜଶିଟ୍‌, ଦେଶ ବିରୋଧରେ ଦେଇଥିଲେ ସ୍ଲୋଗାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

କହ୍ନୈୟା କୁମାରଙ୍କ ବିରୋଧରେ ଚାର୍ଜଶିଟ୍‌, ଦେଶ ବିରୋଧରେ ଦେଇଥିଲେ ସ୍ଲୋଗାନ

ନୂଆଦିଲ୍ଲୀ: ଛାତ୍ର ନେତାରୁ ରାଜନୀତିରେ ପାଦ ଦେବାକୁ ଉଦ୍ୟମ କରୁଥିବା ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନୈୟା କୁମାରଙ୍କ ଅଡ଼ୁଆ ବଢ଼ିଛି। ସେ ୨୦୧୬ ଫେବୃଆରୀ ମାସରେ ଜେଏନ୍‌ୟୁ କ୍ୟାମ୍ପସରେ ଆୟୋଜନ କରିଥିବା ଏକ କାର୍ଯ୍ୟକ୍ରମରେ ଭାରତ ବିରୋଧୀ ସ୍ଲୋଗାନ ଦେଇଥିବାର ପ୍ରମାଣ ମିଳିଛି।

ଏନେଇ ଆଜି ପୁଲିସ୍‌ କହ୍ନୈୟା କୁମାର, ତାଙ୍କ ସହଯୋଗୀ ଉମର ଖାଲିଦ ଓ ଅନିର୍ବାନ ଭଟ୍ଟାଚାର୍ଯ୍ୟଙ୍କ ସମେତ ଅନ୍ୟ ୭ ଜଣଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି।

ଏମାନେ ସଂସଦ ଉପରେ ଆକ୍ରମଣ କରିଥିବା ଅପରାଧରେ ଫାଶୀଦଣ୍ଡ ପାଇଥିବା ଅଫଜଲ ଗୁରୁ ସପକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ସମୟରେ କେହ୍ନୈୟା କୁମାରଙ୍କ ସହ ଅନ୍ୟମାନେ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏହି ଘଟଣାକୁ ନେଇ କେହ୍ନୈୟାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଏବେ ସେ ଜାମିନରେ ରହିଛନ୍ତି।

ପୁଲିସ୍‌ ପଟିଆଲା ହାଉସ୍‌ କୋର୍ଟରେ ଏହି ଘଟଣାରେ ୧୨ ଶହ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଛି। ଏହା ଉପରେ ପ୍ରତିକ୍ରିୟା ଦେଇ କହ୍ନୈୟା କୁମାର କହିଛନ୍ତି,“ଏହା ରାଜନୀତିକ ଦୃଷ୍ଟିକୋଣରୁ କରାଯାଇଛି। ଯଦି ଏହି ଖବରରେ ସତ୍ୟତା ରହିଛି ଏବଂ ଚାର୍ଜଶିଟ୍‌ ଦାଖଲ ହୋଇଛି, ତା’ହେଲେ ମୁଁ ପୁଲିସ୍‌ ଏବଂ ମୋଦିଜୀଙ୍କୁ ଧନ୍ୟବାଦ ଦେଉଛି।

ଗୋଟିଏ ଘଟଣାର ଚାର୍ଜଶିଟ୍‌ ଦାଖଲ କରିବାକୁ ୩ ବର୍ଷ ଲାଗିଲା ଏବଂ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ଘଟଣା ଘଟିଥିବାରୁ ଏହା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସ୍ପଷ୍ଟ ହୋଇଛି। ତେବେ ମୋ ଦେଶର ନ୍ୟାୟପାଳିକା ଉପରେ ମୋର ଭରସା ରହିଛି।”

ଚାର୍ଜଶିଟ୍‌ରେ କୁହାଯାଇଛି ଯେ ଘଟଣାରେ ସାମିଲ ଥିବା ଅନ୍ୟ ୩୬ ଜଣଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଏମାନଙ୍କ ମଧ୍ୟରେ ସିପିଆଇ ନେତା ଡି ରାଜାଙ୍କ ଝିଅ ଅପରାଜିତା ରହିଛନ୍ତି। ପ୍ରମାଣ ମିଳି ନଥିଲେ ହେଁ ଏହି ୩୬ ଜଣଙ୍କୁ ପଚରାଉଚରା ପାଇଁ ସମନ୍‌ କରାଯାଇପାରେବ। ୩ ଜଣ ପୁଲିସ୍‌ ଏକ ଟ୍ରଙ୍କରେ ୧୨ ଶହ ପୃଷ୍ଠାର ଚାର୍ଜଶିଟ୍‌ ନେଇ ପଟିଆଲା ହାଉସ୍‌ କୋର୍ଟରେ ଦାଖଲ କରିଛନ୍ତି।

ପୁଲିସ୍‌ର କହିବା କଥା ପ୍ରତ୍ୟକ୍ଷଦର୍ଶୀମାନେ କହ୍ନୈୟା କୁମାର ଭାରତ ବିରୋଧୀ ସ୍ଲୋଗାନ ଦେଉଥିବା ଶୁଣିଛନ୍ତି। ଏଥିସହ କହ୍ନୈୟାଙ୍କ ଭାରତ ବିରୋଧୀ ସ୍ଲୋଗାନ ଦେଉଥିବାର ଭିଡିଓ ମଧ୍ୟ ରହିଛି।



from Odisha Reporter http://bit.ly/2FusHBD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages