ଯୌନ ନିର୍ଯାତନାର ଅଭିଯୋଗ ପରେ ପ୍ରଥମ କରି ମୁହଁ ଖୋଲିଲେ ହିରାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ଯୌନ ନିର୍ଯାତନାର ଅଭିଯୋଗ ପରେ ପ୍ରଥମ କରି ମୁହଁ ଖୋଲିଲେ ହିରାନୀ

rajkumar

ମୁମ୍ବାଇ: ‘ମି-ଟୁ’ ଅଭିଯାନରେ ଏବେ ଫସିଯାଇଛନ୍ତି ନିର୍ଦ୍ଦେଶକ ରାଜ୍‌କୁମାର ହିରାନୀ। ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ଏବଂ ‘ଲଗେ ରହୋ ମୁନ୍ନା ଭାଇ’ ପରି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ହିରାନୀ ସେହି ସଞ୍ଜୟଙ୍କ ବାୟୋପିକ୍ ‘ସଞ୍ଜୁ’ ପାଇଁ ହିଁ ଏବେ ସେ ଫସିଯାଇଛନ୍ତି। ୨୦୧୮ ମସିହା ମାର୍ଚ୍ଚ ମାସରୁ ସେପ୍ଟେମ୍ବର ଯାଏ ଏହି ନିର୍ଦ୍ଦେଶକ ଯୌନ ନିର୍ଯାତନା ଦେଉଥିବା ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି।

ରିପୋର୍ଟ ମୁତାବକ ହିରାନୀଙ୍କ ଓକିଲ ଆନନ୍ଦ ଦେଶାଇ ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଏହା ଭୁଲ୍‌, କ୍ଷତିକାରକ, ଅପମାନଜନକ ବୋଲି ସେ କହିଛନ୍ତି।

ଏବେ ହିରାନୀ ନିଜେ ଏହି ଘଟଣାରେ ମୁହଁ ଖୋଲିଛନ୍ତି। ନିଜ ବୟାନ ଜାରି କରି କହିଛନ୍ତି, ‘‘ମୁଁ ଯେତେବେଳେ ଏହି ଖବର ୨ ମାସ ପୂର୍ବରୁ ଶୁଣିଲି ପୂରା ସ୍ତବ୍ଧ ହୋଇଗଲି। ତା’ପରେ ମୁଁ ଆଇନ୍‌ର ସାହାଯ୍ୟ ନେବାକୁ ଚାହିଁଲି। କିନ୍ତୁ ଅଭିଯୋଗ କରିଥିବା ମହିଳା ସେମିତି ନ କରି ଗଣମାଧ୍ୟମର ସାହାଯ୍ୟ ନେଲେ। ମୁଁ ଜୋର ଦେଇ କହିବି ଯେ ସେ ମୋତେ ବଦ୍‌ନାମ୍‌ କରିବା ଉଦ୍ଦେଶ୍ୟରେ ଏଭଳି ଭୁଲ୍‌ ଓ ମିଛ କାହାଣୀର ଅପପ୍ରଚାର କରୁଛନ୍ତି।’’

ଅଭିଯୋଗ ଅନୁଯାୟୀ ଜଣେ ଯୁବତୀ ‘ସଞ୍ଜୁ’ର ପ୍ରଯୋଜକ ବିଧୁବିନୋଦ ଚୋପ୍ରା, ତାଙ୍କ ପତ୍ନୀ ତଥା ଫିଲ୍ମ କ୍ରିଟିକ୍ ଅନୁପମା ଚୋପ୍ରାଙ୍କୁ ଇମେଲ୍‌ ଜରିଆରେ ଜଣାଇଥିଲେ ଯେ, ହିରାନୀ ତାଙ୍କୁ ‘ସଞ୍ଜୁ’ର ପୋଷ୍ଟ ପ୍ରଡକ୍ସନ୍ କାମ ଚାଲିଥିବାରେ ବେଳେ ଯୌନ ନିର୍ଯାତନା ଦେଉଥିଲେ।

ଏହି ଇମେଲ୍‌ରେ ସେ ଲେଖିଥିଲେ,“ମୁଁ କହିବାକୁ ଚାହୁଁଥିଲି, “ସାର୍, ଏସବୁ ଠିକ୍ ନୁହେଁ..ଆପଣ ଶକ୍ତିଶାଳୀ ଏବଂ ମୁଁ ଜଣେ ସାମାନ୍ୟ ଆସିଷ୍ଟାଣ୍ଟ, ନିମିତ୍ତ ମାତ୍ର। ମୁଁ ଏହା ବିରୋଧରେ ମୁହଁ ଖୋଲିପାରିବିନି। ମୋ ମନ, ଦେହ ଏବଂ ହୃଦୟ କେବଳ ସେହି ରାତି ନୁହେଁ ଏହାର ୬ ମାସ ପରେ ମଧ୍ୟ ମୋ ସହିତ ଏଭଳି ନିର୍ଯାତନା ହୋଇଥିଲା।

 

 



from Odisha Reporter http://bit.ly/2FpXYqe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages