ଫେସ୍‌ବୁକ୍‌ରେ ପ୍ରଫେସରଙ୍କ ବିବାଦୀୟ ପୋଷ୍ଟ: ଲେଖିଲେ “ଭର୍ଜିନ୍‌ ଗାର୍ଲ ଇଜ୍‌ ଲାଇକ୍‌ ସିଲ୍‌ଡ ବଟଲ୍‌” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ଫେସ୍‌ବୁକ୍‌ରେ ପ୍ରଫେସରଙ୍କ ବିବାଦୀୟ ପୋଷ୍ଟ: ଲେଖିଲେ “ଭର୍ଜିନ୍‌ ଗାର୍ଲ ଇଜ୍‌ ଲାଇକ୍‌ ସିଲ୍‌ଡ ବଟଲ୍‌”

କୋଲ୍‌କାତା:ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ କନକ ସରକାର। ଫେସ୍‌ବୁକ୍‌ରେ ତାଙ୍କର ଏକ ପୋଷ୍ଟ ଓ ପରେ ଏହାକୁ ଡିଲିଟ୍‌ କରାଯିବା ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି। କନକ ସରକାର ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ,“ଭର୍ଜିନ୍‌ ଗାର୍ଲ ଇଜ୍‌ ଲାଇକ୍‌ ସିଲ୍‌ଡ ବଟଲ୍‌” ଲେଖି ପୋଷ୍ଟ କରିଥିଲେ। ମହିଳାଙ୍କ କୁମାରୀତ୍ୱକୁ ସେ ସିଲ୍‌ଯୁକ୍ତ ବଟଲ ସହ ତୁଳନା କରିବା ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ପରେ ସମ୍ପୃକ୍ତ ପ୍ରଫେସର ଏହି ପୋଷ୍ଟଟିକୁ ଡିଲିଟ୍‌ କରିଦେଇଛନ୍ତି।

ସେ ଲେଖିଥିଲେ ଯେ, “ବହୁ ଯୁବକ ଏତେ ବୋକା ଯେ, ସେମାନେ କୁମାରୀତ୍ୱ ଥିବା ମହିଳାଙ୍କୁ ସ୍ତ୍ରୀ ରୂପେ ପାଇବାର ମୂଲ୍ୟ ଜାଣିନାହାନ୍ତି। କୁମାରୀତ୍ୱ ହେଉଛି ସିଲ୍‌ଯୁକ୍ତ ବଟଲ ସହ ସମାନ। ସେ ଉଦାହରଣ ଦେଇ ଲେଖିଛନ୍ତି ଯେ, ଆପଣ କେବେ ସିଲ୍‌ ଖୋଲା ବିସ୍କୁଟ କିମ୍ବା କୌଣସି କୋଲ୍ଡ ଡ୍ରିଙ୍କସ୍‌ କିଣନ୍ତି କି? ଏହି କେସ୍‌ ଯାହା, ଆପଣଙ୍କ ପତ୍ନୀ ଠିକ୍‌ ସେୟା। କୁମାରୀତ୍ୱ ଅକ୍ଷୁର୍ଣ ରଖିଥିବା ଯୁବତୀ ସଂସ୍କୃତି ସମ୍ପନ୍ନ ଓ ସେକ୍ସୁଆଲି ହାଇଜିନିକ ମଧ୍ୟ। କୁମାରୀତ୍ୱ ଥିବା ସ୍ତ୍ରୀ ହେଉଛି ପରୀ ଭଳି।” ତେବେ ଏକ ସମ୍ମାନଜନ ପଦବୀରେ ଥିବା ଜଣେ ବ୍ୟକ୍ତି ମହିଳାଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟ ଦେବାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ପରେ ଏହି ପୋଷ୍ଟଟିକୁ ସେ ଡିଲିଟ୍‌ କରିଦେଇଥିଲେ। ଏଭଳି ମତ ପାଇଁ କନକ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଉଠିଛି।

ଗତ ୨ ଦଶନ୍ଧି ଧରି ଯାଦବପୁର ବିଶ୍ୱବିଦ୍ୟାଳୟରେ ଇଣ୍ଟରନ୍ୟାଶନାଲ ରିଲେସନ୍‌ସ ପଢ଼ାଇ ଆସୁଥିବା କନକ ସରକାର ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ଉଲ୍ଲେଖ କରିଥିଲେ। ପୂର୍ବରୁ ମଧ୍ୟ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ କରି ଚର୍ଚ୍ଚାକୁ ଆସିଥିଲେ କନକ। ସେତେବେଳେ ସେ ନୈତିକତାର କଥା ଉଠାଇ ଯୁବପିଢ଼ିଙ୍କୁ ସମାଲୋଚନା କରିଥିଲେ। ସେ ଲେଖିଥିଲେ ଯେ, ଅନେକ ଯୁବକ ଯୁବତୀ କୁମାରୀତ୍ୱକୁ ନୈତିକତାର ଅଂଶବିଶେଷ ନୁହେଁ ବୋଲି ବିଚାର କରନ୍ତି। ଫଳରେ ଏହି ସମୟରେ କେତେକ ଅନୈତିକ କାମରେ ଲିପ୍ତ ରୁହନ୍ତି। କୁମାରୀତ୍ୱର ବି ସ୍ୱତନ୍ତ୍ର ମହତ୍ୱ ରହିଛି ବୋଲି ସେ ଲେଖିଥିଲେ।



from Odisha Reporter http://bit.ly/2VL2qoe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages