ଆରମ୍ଭ ହେଲା ତିନିଦିନିଆ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ଆରମ୍ଭ ହେଲା ତିନିଦିନିଆ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ତିନିଦିନିଆ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି। ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନାରୁ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ବୃନ୍ଦଗାନରେ ପ୍ରସ୍ତୁତ କରିଥିଲେ ଶିବ ପଞ୍ଚାକ୍ଷର ସ୍ତୋତ୍ର। ଏହି ସମବେତ ସଙ୍ଗୀତର ନିର୍ଦ୍ଦେଶନା ଦେଇଥିଲେ ଡ଼. ସଙ୍ଗୀତା ଗୋସାଇଁ।

ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ନୃତ୍ୟଶିଳ୍ପୀ ସ୍ଵରୁପା ସେନଙ୍କ ଏକକ ଓଡ଼ିଶୀ। ତାଙ୍କର ପ୍ରଥମ ଅର୍ଘ୍ୟ ଥିଲା ପାର୍ବତୀ ପଞ୍ଚକମ। ପରେ ପରେ ନୃତ୍ୟାଭିନୟ କେ କିସ କହିଲା ତାକୁରେ ଏବଂ ତାଙ୍କର ଶେଷ ପ୍ରସ୍ତୁତି ଥିଲା ମୀରା ଭଜନ। ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ରାଜୀବ ଭଟ୍ଟାଚାର୍ଯ୍ୟ ଓ ସୁବିକାଶ ମୁଖାର୍ଜିଙ୍କ ଦ୍ୱାରା ଭଗବତ ଗୀତା ଉପରେ ପର୍ଯ୍ୟବସିତ ଓଡ଼ିଶୀ ନୃତ୍ୟାଭିନୟ ପରିବେଷିତ ହୋଇଥିଲା।

ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଦଳଗତ ନୃତ୍ୟ। ନୃତ୍ୟ ନୈବେଦ୍ୟର କଳାକାରମାନଙ୍କ ଦ୍ୱାରା ପ୍ରଥମେ ମଙ୍ଗଳାଚରଣରେ ପ୍ରାତଃ ସ୍ମରାମୀ ପରେ ପରେ ରାଗ ବକୁଳାବରଣ ଉପରେ ପର୍ଯ୍ୟବସିତ ପଲ୍ଲବୀ। ସେମାନଙ୍କର ଶେଷ ପ୍ରସ୍ତୁତି ଥିଲା ଗଣେଶଙ୍କ ଜନ୍ମ ଉପରେ ଆଧାରିତ ରାସ ବିଚିତ୍ର। ଏଥିରେ ୯ଟି ବିଭିନ୍ନ ରସ ଉପରେ ପରିବେଷିତ ନୃତ୍ୟାଭିନୟକୁ ଅତି ଚମକ୍ରାର ଭାବରେ ପରିବେଷଣ କରିଥିଲେ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର କଳାକାରମାନେ। ରାଗ ରାଗମାଳିକା ଓ ତାଳ ତାଳମାଳିକା ଉପରେ ନୃତ୍ୟାଭିନୟଟିର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ସୁକାନ୍ତ କୁମାର କୁଣ୍ଡୁ, ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ନୃତ୍ୟ ସଂରଚନା କରିଥିଲେ ପ୍ରଭାତ କୁମାର ସ୍ୱାଇଁ।

ଉଦ୍‍ଘାଟନୀ ସଂଧ୍ୟାର ଏହି ମନୋରମ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥିଲେ। ଆଜି ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଭୁବନେଶ୍ୱର (ଉତ୍ତର) ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ. ସଙ୍ଗୀତା ଗୋସାଇଁ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ. ବିଜୟ କୁମାର ଜେନା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଇଂ ଡ. ଶ୍ରୀନିବାସ ଘଟୁଆରୀ ଓ ଅନୁଜା ତାରିଣୀ ମିଶ୍ର।



from Odisha Reporter http://bit.ly/2QOSmqy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages