୪୧ରେ ପାଦ ଥାପିଲେ ବୁଦ୍ଧାଦିତ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

୪୧ରେ ପାଦ ଥାପିଲେ ବୁଦ୍ଧାଦିତ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ହ୍ୟାଣ୍ଡମ୍‌ ଆକ୍ଟର୍‌ ବୁଦ୍ଧାଦିତ୍ୟ ମହାନ୍ତି ୪୧ବର୍ଷରେ ପଦାର୍ପଣ କରିଛନ୍ତି। ଆଜି ତାଙ୍କ ଜନ୍ମଦିନ। ୧୯୭୮ ମସିହା ଜାନୁଆରୀ ୧୭ ତାରିଖରେ କଟକର ଏକ ପ୍ରସିଦ୍ଧ ଫିଲ୍ମ ପରିବାରରେ ବୁଦ୍ଧାଦିତ୍ୟ ଜନ୍ମ ହୋଇଥିଲେ।

ଦିଲ୍ଲୀ ୟୁନିଭର୍ସିଟିରୁ ଉତ୍ତୀର୍ଣ୍ଣ ହେବା ପରେ ବୁଦ୍ଧାଦିତ୍ୟ ଅଭିନୟ ଜଗତରେ ପାଦ ଦେଇଥିଲେ। ସେ ଉଭୟ ହିନ୍ଦୀ ଏହଂ ଓଡ଼ିଆ ଭାଷାର ଫିଲ୍ମରେ ଅଭନୟ କରିଛନ୍ତି। ତାଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ମଧ୍ୟରେ ‘ଲୋଫର୍‌’, ‘ସଞ୍ଜୁ ସଞ୍ଜନା’, ‘ପ୍ରେମ୍‌ ରୋଗୀ’, ‘ପାଗଳ କରିଛି ପାଉଁଜି ତୋର’, ‘ନନ୍ଦିନୀ ଆଇ ଲଭ୍‌ ୟୁ’ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିଲା।

ବୁଦ୍ଧାଦିତ୍ୟଙ୍କ କହିବା ଅନୁଯାୟୀ, ମା’ ଅଧ୍ୟାପିକା ମାଳବିକା ରାୟ ଏବଂ ମାଉସୀ ମହାଶ୍ୱେତା, ଉଭୟ ଜଣାଶୁଣା ଅଭିନେତ୍ରୀ ଥିଲେ। ତେଣୁ ଫିଲ୍ମ ହିଁ ଗୋଟିଏ ବିଷୟ ଥିଲା, ଯାହା ତାଙ୍କ ଘରେ ସବୁବେଳେ ଆଲୋଚନା ହେଉଥିଲା। ଛୋଟ ବେଳୁ ସେ ଫିଲ୍ମ ବିଷୟରେ ଶୁଣି ଆସୁଛନ୍ତି ଏବଂ ସେହିଥିରୁ ହିଁ ଅଭିନୟ ପାଇଁ ପ୍ରେରଣା ପାଇଥିଲେ।

ନିକଟରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଓଡ଼ିଆ ଫିଲ୍ମ ‘ଶ୍ରୀମାନ୍‌ ସୁର ଦାସ୍‌’ରେ ବୁଦ୍ଧାଦିତ୍ୟଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ବାବୁଶାନ୍‌ଙ୍କ ସହ ସେ ଅନ୍‌ସ୍କ୍ରିନ୍‌ କମେଡି କରୁଥିବା ନଜରକୁ ଆସିଥିଲେ।



from Odisha Reporter http://bit.ly/2FywVZD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages