
ମୁମ୍ବାଇ:ଦିବଂଗତ କ୍ରିକେଟ କୋଚ୍ ରମାକାନ୍ତ ଆଚରେକରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମୁମ୍ବାଇ ଶ୍ମଶାନରେ ସଂଧ୍ୟାରେ ଆଚରେକରଙ୍କ ଶେଷକୃତ୍ୟ କରାଯାଇଛି।ଏଥିରେ ଆଚରେକରଙ୍କ ଶିଷ୍ୟ ତଥା ଖ୍ୟାତନାମା କ୍ରିକେଟର ସଚିନ ତେନ୍ଦୁଲକର, ବିନୋଦ କାମ୍ବଲି, ଚନ୍ଦ୍ରକାନ୍ତ ପଣ୍ଡିତ ଯୋଗଦେଇଥିଲେ।
ରମାକାନ୍ତଙ୍କ ମରଶରୀରକୁ ମୁମ୍ବାଇ ବାସଭବନରୁ ଷ୍ଟାଡିୟମ ଯାଏଁ ନିଆଯାଇଥିଲା। ସେଠାରେ ଉଦୀୟମାନ କ୍ରିକେଟରମାନେ ବ୍ୟାଟ୍ ଟେକି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହା ପରେ ତେନ୍ଦୁଲକର ଓ ଚନ୍ଦ୍ରକାନ୍ତଙ୍କ ସମେତ ଅନ୍ୟ ଛାତ୍ରମାନେ ରମାକାନ୍ତ ମର ଶରୀରଙ୍କୁ ନିଜ କାନ୍ଧରେ ବୋହି ନେଇଥିଲେ। । ଏହି ଶୋଭାଯାତ୍ରାରେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଥାକରେ ମଧ୍ୟ ଯୋଗଦେଇଥିଲେ। ବୟସାଧିକ କାରଣରୁ ଗତକାଲି ରମାକାନ୍ତଙ୍କ ପରଲୋକ ହୋଇଥିଲା ନିଜ ଗୁରୁଙ୍କୁ ହରାଇ ସଚିନ ଗଭୀର ଶୋକ ପ୍ରକାଶ କରିଛନ୍ତି।
କହିଛନ୍ତି ଅନ୍ୟ ହଜାର ହଜାର ଛାତ୍ରଙ୍କ ଭଳି ମୁଁ ଆଚରେକର ସାର୍ଙ୍କଠାରୁ କ୍ରିକେଟ୍ର ଏବିସିଡି ଶିଖିଛି। ମୁଁ ଆଜି ଯାହା କିଛି ବି ହୋଇଛି କେବଳ ତାଙ୍କ ପାଇଁ। ସେ ହିଁ ମୋ କ୍ରିକେଟ୍ ଜୀବନର ମୂଳଦୁଆ ପକାଇଥିଲେ। ଏହି ଖ୍ୟାତନାମା କ୍ରିକେଟ୍ରଙ୍କୁ ୨୦୧୦ରେ ‘ପଦ୍ମଶ୍ରୀ’ରେ ୧୯୯୦ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିପରି ୨୦୧୦ରେ ଭାରତୀୟ କ୍ରିକେଟ୍ ଦଳର ତତ୍କାଳୀନ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ୍ଙ୍କ ଦ୍ୱାରା ଆଚ୍ରେକରଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ପ୍ରଦାନ କରାଯାଇଥିଲା।
from Odisha Reporter http://bit.ly/2RuSBeX
No comments:
Post a Comment