ସତ କୁକୁର ନା କୁକୁର ମୂର୍ତ୍ତି? ଜଳକା ହେଲେ ଦେଖିବା ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ସତ କୁକୁର ନା କୁକୁର ମୂର୍ତ୍ତି? ଜଳକା ହେଲେ ଦେଖିବା ଲୋକେ

ସାଣ୍ଡ୍ରା ପିନେଡା ନାମ୍ନୀ ଜଣେ ଯୁବତୀ ନିଜ କୁକୁରର ଫଟୋ ଅନ୍‌ଲାଇନ୍‌ରେ ଶେୟାର କରିବା ପରେ ଏହା ଘଣ୍ଟାକରେ ୧୦ ହଜାର ଭ୍ୟୁ ଟପିସାରିଲାଣି। ଆଉ ପ୍ରାୟ ସବୁ କମେଣ୍ଟରେ ଗୋଟିଏ ପ୍ରଶ୍ନ ଏହା ସତ କୁକୁର ନା କୁକୁର ମୂର୍ତ୍ତି? ଫିଲିପାଇନ୍ସର ଏହି ଡାକ୍ତରୀ ଛାତ୍ରୀ ପିନେଡା ‘ପାଇପର୍‌’ ନାମକ ଏହି କୁକୁରର ଏହି ଫଟୋ ଶେୟାର କରିଛନ୍ତି। ତାଙ୍କ କୁକୁରଟି ବିରଳ Xoloitzcuintli ପ୍ରଜାତିର ବୋଲି ଜଣାଯାଇଛି।

ପିନେଡା ଏହି କୁକୁରକୁ ଗତ ମାର୍ଚ୍ଚ ମାସରେ କିଣିଛନ୍ତି ଏବଂ ଏହା ବିଷୟରେ କୁହନ୍ତି, “ମଜାରେ କହୁନି, ସତରେ ଯିଏବି ଦେଖୁଚି ସେହି କଥା ଭାବୁଛି ଯେ ‘ପାଇପର’ଜୀବନ୍ତ ନୁହେଁ, ଏକ ମୂର୍ତ୍ତି। ସେମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ଯେ, ସେ ସତ କୁକୁର କି ନା।”

ପ୍ରଥମେ ସେ ଭାବୁଥିଲେ ବୋଧେ ଲୋକେ ମଜାରେ ଏଭଳି କହୁଛନ୍ତି, କିନ୍ତୁ ପରେ ଅନୁଭବ କଲେ ସେମାନେ ସତରେ ଜାଣିପାରୁ ନାହାନ୍ତି କି ବିଶ୍ୱାସ ବି କରିପାରୁ ନାହାନ୍ତି ଯେ ଏହା ସତ କୁକୁର। ମୁଁ ଯେହେତୁ ତାକୁ ସବୁ ସମୟରେ ଦେଖେ ମୋତେ କେବେ ସେମିତି ଲାଗେ ନାହିଁ ବୋଲି କହିଛନ୍ତି ଏହି ଯୁବତୀ।

ନ୍ୟାସନାଲ ଜୋଗ୍ରାଫିକ୍‌ର ତଥ୍ୟ ଅନୁଯାୟୀ ଏହି ସ୍ୱତନ୍ତ୍ର ପ୍ରଜାତିର କୁକୁର ପ୍ରାୟ ୩୫୦୦ ବର୍ଷ ପୁରୁଣା। ଏହି କୁକୁର ଦକ୍ଷିଣ ଆମେରିକାର ଆଜ୍‌ଟେକ୍‌ ଏବଂ ମାୟା ସଭ୍ୟତାର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଥିଲା।



from Odisha Reporter http://bit.ly/2Hcbz65

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages