ମେକ୍‌ଅପ୍‌ ଲାଗିବା ପରେ ଆଳୁ ଦିଶୁଛି ଝିଅଙ୍କ ମୁହଁ ଭଳି, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ମେକ୍‌ଅପ୍‌ ଲାଗିବା ପରେ ଆଳୁ ଦିଶୁଛି ଝିଅଙ୍କ ମୁହଁ ଭଳି, ଭିଡିଓ ଭାଇରାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି  ପାଇଁ ସାଧାରଣତଃ ଝିଅମାନେ ମେକ୍‌ଅପ୍‌ର ସାହାଯ୍ୟ ନେଇଥା’ନ୍ତି। ମେକ୍‌ଅପ୍ ନେବା ପରେ କେହି କେହି ଏତେ ସୁନ୍ଦର ଲାଗନ୍ତି ଯେ ସେମାନଙ୍କୁ ଚିହ୍ନିବା ମୁସ୍କିଲ୍‌ ହୋଇଯାଏ। ତେବେ କେବଳ ଝିଅ କି ମହିଳା ନୁହନ୍ତି, ମେକ୍‌ଅପ୍‌ ଲାଗିବା ପରେ ଆମ ନିତିଦିନିଆ ଖାଦ୍ୟସାମଗ୍ରୀ ଆଳୁର ଚେହେରା ବି ବଦଳି ଯାଉଛି। ଏପରିକି ଆଳୁଟି ଝିଅଙ୍କ ମୁହଁ ଭଳି ଦିଶୁଛି।

ନିକଟରେ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ମେକ୍‌ଅପ୍‌ ଦ୍ୱାରା କିଭଳି ଆଳୁରେ ଝିଅଙ୍କ ମୁହଁ ଭଳି ଚିତ୍ର କରି ହେଉଛି, ତାହା ଦେଖାଯାଉଛି। ଏଥିରେ ପ୍ରଥମେ ଫାଉଣ୍ଡେସନ୍‌ରେ ଆଳୁକୁ ଧଳା କରାଯାଉଛି। ତାପରେ କଳାରେ ଆଖି ଏବଂ ଲିପ୍‌ଷ୍ଟିକ୍‌ରେ ଓଠକୁ ଅଙ୍କାଗଲା ପରେ ଆଳୁଟି ପୂରା ଗୋଟିଏ ଝିଅର ମୁହଁ ପରି ଲାଗୁଛି।

ସୋଶାଲ୍‌ ମିଡିଆ ପ୍ଲାଟଫର୍ମ ‘ଟିକ୍ ଟକ୍’ରେ ଆଳୁର ଏହି  ମେକଅପ୍ ଦୃଶ୍ୟକୁ ଛଡ଼ାଯାଇଛି। ଏଯାଏ ଏହି ଭିଡିଓକୁ ୧କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ଆପଣ ମଧ୍ୟ ଏହି ଭିଡିଓ ଉପରେ ନଜର ପକାନ୍ତୁ।

Potato Makeup

Just to remind you that a potato looks better than you.By elona_balasyan | IG

9GAG यांनी वर पोस्ट केले सोमवार, ३१ डिसेंबर, २०१८



from Odisha Reporter http://bit.ly/2H0V7p0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages