
କୋରାପୁଟ (ଓଡ଼ିଶା ରିପୋର୍ଟର): ଘର ଦାଣ୍ଡରେ ଦୀର୍ଘ ୨୦ ଘଣ୍ଟା ଧରି ଶବ ପଡ଼ି ରହିଛି। ଶୋକାକୁଳ ପରିବେଶରେ ବୁଡ଼ି ରହିଛି ପୂରା ପରିବାର। ଏପରି ଘଟଣା କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନାର ମାଝୀଗୁଡା ଗାଁରେ ଦେଖିବାକୁ ମିଳିଛି।
ଆଜକୁ ୧୫ ଦିନ ତଳେ ମାଝୀଗୁଡା ଗାଁର କେଶବ ରାମପୁରିଆଙ୍କ ସହ ଗାଁ ଲୋକଙ୍କ ଗଣ୍ଡଗୋଳ ହୋଇଥିଲା। ଏଥିରେ କେଶବ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା।
ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ତାଙ୍କୁ କୋରାପୁଟ ମେଡିକାଲ୍କୁ ନେଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଥିଲା। ତେଣୁ ପରିବାର ଲୋକେ ମୃତଦେହକୁ ଗାଁକୁ ନେଇଗଲେ। ମୃତଦେହ ଗାଁରେ ପହଞ୍ଚିବା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କେଶବଙ୍କ ମୃତଦେହକୁ ସତ୍କାର କରିନଥିଲେ। ଏପରିକି ମୃତ ପରିବାରକୁ କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି।
ବୈପାରୀଗୁଡା ଥାନା ପୁଲିସ ମାଝୀଗୁଡାରେ ପହଞ୍ଚି ଗାଁ ଲୋକ ଓ ପରିବାର ଲୋକଙ୍କୁ ବୁଝାସୁଝା କରି ଶବ ବ୍ୟବଚ୍ଛେଦ କରିବାକୁ ଚେଷ୍ଟା କରିଥିଲା। ମାତ୍ର ସଫଳ ହୋଇନଥିବା ଜଣାପଡ଼ିଛି।
from Odisha Reporter http://bit.ly/2F60TDz
No comments:
Post a Comment