ଟିଭି ଶୋ’ ‘କୁଲ୍‌ଫି କୁମାର ବାଜେବାଲା’ରେ କ’ଣ ସତରେ ଏମିତି ହେବ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଟିଭି ଶୋ’ ‘କୁଲ୍‌ଫି କୁମାର ବାଜେବାଲା’ରେ କ’ଣ ସତରେ ଏମିତି ହେବ !

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ଷ୍ଟାର୍‌ ପ୍ଲସ୍ ସିରିଏଲ୍‌ ‘କୁଲ୍‌ଫି କୁମାର ବାଜେବାଲା’ରେ ସିକନ୍ଦର ସିଂହ ଗିଲ୍‌ଙ୍କ ଭୂମିକାରେ ରହିଥିବା ମୋହିତ ମଲିକ ଶୋ’କୁ ଛାଡ଼ିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ବାପ-ଝିଅଙ୍କ ସମ୍ପର୍କକୁ ନେଇ ଆଧାରିତ ହୋଇଥିବା ଏହି ଶୋ’କୁ ଦର୍ଶକ ପସନ୍ଦ କରିବା ସହିତ ସିକନ୍ଦରଙ୍କ ଭୂମିକାଙ୍କୁ ମଧ୍ୟ ବାହାବା ଦେଇଛନ୍ତି। ଟିଆର୍‌ପି ରେଟ୍‌ରେ ମଧ୍ୟ ‘କୁଲ୍‌ଫି କୁମାର ବାଜେବାଲା’ ଆଗରେ । ଏହା ସତ୍ୱେ ମୋହିତ ଶୋ’କୁ ଛାଡ଼ି ଦେବା କଥା ଶୁଣିବାକୁ ମିଳୁଛି।

ଏହି ଖବର ତାଙ୍କ ଫ୍ୟାନ୍ସମାନଙ୍କୁ ନିରାଶ କରିଛି। ଯେବେ ଶୋ’ ଆରମ୍ଭ ହୋଇଥିଲା ସିକନ୍ଦରଙ୍କ ଜୀବନରେ ଅନେକ ଇମୋସନାଲ୍‌ ଟ୍ୱିଷ୍ଟ୍‌ ଆସିଥିଲା। ତାଙ୍କୁ ଏକ ସମସ୍ୟାରେ ପଡ଼ିଥିବା ବ୍ୟକ୍ତି ଭାବରେ ଶୋ’ରେ ପ୍ରଦର୍ଶିତ କରାଯାଇଥିଲା। ରିପୋର୍ଟ ଅନୁସାରେ, ଶୋ’ରେ ମୋହିତଙ୍କ ଚରିତ୍ର ଶେଷ କରିବା ପାଇଁ ହୃଦ୍‌ଘାତ କାରଣରୁ ତାଙ୍କର ମୃତ୍ୟୁ ହେବ ବୋଲି ଦେଖାଯିବ।

ସିକନ୍ଦର ନିଜକୁ ଘୃଣା ଓ ପଶ୍ଚାତାପ କରିବା କାରଣରୁ ତାଙ୍କର ହୃଦ୍‌ଘାତ ହେବ ଓ ତାଙ୍କୁ ମୃତ ଘୋଷଣା କରାଯିବ। ଏହି ଖବର ଜଣା ପଡ଼ିବା ପରେ ମୋହିତଙ୍କ ଫ୍ୟାନ୍ସ ଦୁଃଖପ୍ରକାଶ କରିଛନ୍ତି। ଶୋ’ର ପ୍ରଡ୍ୟୁସର୍‌ ଗୁଲ୍‌ ଖାନ୍‌ ପ୍ରତିକ୍ରିୟା ଦେଇ କହିଛନ୍ତି, “ମୋହିତଙ୍କ ଶୋ’ର ଛାଡ଼ିବା କଥା ସମ୍ପୂର୍ଣ୍ଣ ମିଛ ଏବଂ ମୋହିତ ଶୋ’ ଛାଡ଼ି କୁଆଡ଼େ ଯାଉନାହାନ୍ତି।“

‘କୁଲ୍‌ଫି କୁମାର ବାଜେବାଲା’ ଗତବର୍ଷ ମାର୍ଚ୍ଚରେ ଆରମ୍ଭ ହୋଇଥିଲା। ଅତି କମ୍‌ ସମୟରେ ହିଁ ଏହି ଶୋ’ଟି ଦର୍ଶକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା। ଶୋ’ରେ ସିକନ୍ଦରଙ୍କ କୁଲ୍‌ଫି ଓ ଅମାୟରାଙ୍କ ସହିତ ଥିବା ବଣ୍ଡିଙ୍ଗ୍‌ ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ମୋହିତ ମଲିକ ଟେଲିଭିଜନ୍‌ର ଜଣେ ପପୁଲାର୍‌ କଳାକାର। ସେ ୨୦୦୫ରେ ସିରିଏଲ୍‌ ‘ମିଲି’ରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏହାପରେ ସେ ‘ବନୁଁ ମେ ତେରୀ ଦୁଲ୍ଲହନ୍‌’, ‘ନଚ ବଲିୟେ-୪’, ‘ମନ କି ଆୱାଜ୍‌ ପ୍ରତିଜ୍ଞା’, ‘ଡୋଲି ଅର୍‌ମାନେ କି’ ପରି ସିରିଏଲ୍‌ରେ କାମ କରିଛନ୍ତି।

 



from Odisha Reporter http://bit.ly/2MDSWH7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages