“ବନ୍ଦେ ମାତରମ୍‌ ଗାଉନଥିବା ବ୍ୟକ୍ତିଙ୍କ ସାମ୍ନାରେ ମୁଁ ଶପଥ ନେବିନି” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

“ବନ୍ଦେ ମାତରମ୍‌ ଗାଉନଥିବା ବ୍ୟକ୍ତିଙ୍କ ସାମ୍ନାରେ ମୁଁ ଶପଥ ନେବିନି”

ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପିରୁ ଏକମାତ୍ର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରାଜା ସିଂହ ଶପଥ ଗ୍ରହଣ କରିବାପାଇଁ ଏକ ଅଜବ ସର୍ତ୍ତ ରଖିଛନ୍ତି। ବର୍ତ୍ତମାନ ବିଧାୟକମାନଙ୍କୁ ଶପଥ ପାଠ କରାଇବାକୁ ଥିବା ପ୍ରୋଟେମ୍‌ (ଅସ୍ଥାୟୀ) ବାଚସ୍ପତି ତଥା ଏଆଇଏମ୍‌ଆଇଏମ୍‌ ବିଧାୟକ ମୁମ୍‌ତାଜ୍‌ ଅହମ୍ମଦ ଖାନ୍‌ଙ୍କ ସାମ୍ନାରେ ସେ ଶପଥ ନେବେନି ବୋଲି କହିଛନ୍ତି।

ଏହି ବିବାଦୀୟ ବିଧାୟକ ଟ୍ୱିଟରରେ ଏକ ଭିଡିଓ ଅପ୍‌ଲୋଡ୍‌ କରି କହିଛନ୍ତି, “ମୁଁ ସେହି ଅସ୍ଥାୟୀ ବାଚସ୍ପତିଙ୍କଠାରୁ ଶପଥ ନେବାକୁ ଚାହୁଁନି, ଯାହାର ଦଳ ହିନ୍ଦୁମାନଙ୍କୁ ଶେଷ କରିବାକୁ ଚାହେଁ। ସେମାନେ କେବେ ମଧ୍ୟ ବନ୍ଦେ ମାତରମ୍‌ ଗାଆନ୍ତିନି ଏବଂ ଭାରତ ମାତାକୀ ଜୟ କୁହନ୍ତିନି।”

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏଆଇଏମ୍‌ଆଇଏମ୍‌କୁ ବନ୍ଧୁତ୍ୱପୂର୍ଣ୍ଣ ଦଳ ବୋଲି କହିଥିଲେ, ଯାହାକି ପୂର୍ବରୁ ଜିତିଥିବା ୭ଟିଯାକ ଆସନରେ ନିଜ ସ୍ଥିତି ଅକ୍ଷୁର୍ଣ ରଖିପାରିଛି। ଅନ୍ୟପକ୍ଷରେ ଏହି ବନ୍ଧୁତା ଦାୟରେ ଶ୍ରୀ ରାଓ ଅସାଦୁଦ୍ଦିନ୍‌ ଓୱେସିଙ୍କ ଦଳରୁ ହିଁ ଅସ୍ଥାୟୀ ବାଚସ୍ପତି ବାଛିଥିଲେ। ପରେ ଓୱେସି ଶ୍ରୀ ରାଓଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।



from Odisha Reporter http://bit.ly/2RCTdiw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages